Posted inଖେଳ

ଅଶ୍ୱିନଙ୍କୁ ୫ ଉଇକେଟ

ଡୋମିନିକା, ୧୩ା୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଡୋମିନିକାରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଖବର ପ୍ରସ୍ତୁତ ସୁଦ୍ଧା ୧୫୦ ରନ୍‌ରେ ସମସ୍ତ ଉଇକେଟ ହରାଇଛି। ସଫଳ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ୫ ଉଇକେଟ ଅକ୍ତିଆର କରିଛନ୍ତି। ଟେଷ୍ଟରେ ଏହା ତାଙ୍କର ୩୩ତମ ଓ କାରିବିୟାନ ମାଟିରେ ଚତୁର୍ଥ ୫ ଉଇକେଟ ସଫଳତା। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ଇଶାନ୍‌ କିଶନ୍‌ ଏହି ମ୍ୟାଚ୍‌ରେ ଟେଷ୍ଟ ପଦାର୍ପଣ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ଅଧିନାୟକ କ୍ରେଗ୍‌ ବ୍ରାଥଓ୍ବେଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ୧୩ ତମ ଓଭରରେ ପ୍ରଥମ ସଫଳତା ପ୍ରଦାନ କରିଥିଲେ ଆର. ଅଶ୍ୱିନ୍‌। ଟାଗେନାରିନ୍‌ ଚନ୍ଦ୍ରପାଲ୍‌ (୧୨) ଓ କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌(୨୦) ଓପନିଙ୍ଗ ଯୋଡିରେ ୩୧ ରନ୍‌ ଯୋଡିଥିଲେ। ଚନ୍ଦ୍ରପାଲଙ୍କୁ ଆଉଟ କରି ଅଶ୍ୱିନ ଏହି ଯୋଡି ଭାଙ୍ଗିଥିଲେ। ଏହା ସହିତ ଟେଷ୍ଟ କ୍ରିକେଟରେ ଉଭୟ ପିତା ଓ ପୁତ୍ରଙ୍କୁ ଆଉଟ କରିବାରେ ଅଶ୍ୱିନ ବିଶ୍ୱର ପଞ୍ଚମ ବୋଲର ପାଲଟି ଯାଇଥିଲେ। ଏହାର ୪ ଓଭର ପରେ ଅନ୍ୟତମ ଓପନର ବ୍ରାଥଓ୍ବେଟ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୪୬ ବଲ୍‌ ଖେଳି ୩ ଚୌକା ସହିତ ୨୦ ରନ୍‌ କରିଥିବା ବେଳେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇଥିଲେ। ୭୬ ରନ୍‌ରେ ଦଳ ୫ ଉଇକେଟ ହରାଇଥିବା ବେଳେ ଜାସନ୍‌ ହୋଲ୍ଡରଙ୍କ ସହ ୪୧ ରନ୍‌ ଯୋଡିଥିଲେ ଆଲିକ୍‌ ଆଠନାଜେ। ଘରୋଇ ଦଳର ସମସ୍ତ ବ୍ୟାଟର ଧୈର୍ଯ୍ୟହୀନ ବ୍ୟାଟିଂ କରୁଥିବା ବେଳେ ଡେବ୍ୟୁଟାଣ୍ଟ ଆଲିକ୍‌ ଆଠନାଜେ ଚମତ୍କାର ବ୍ୟାଟିଂ କରିଥିଲେ। ୯୯ ବଲ୍‌ ଖେଳି ସେ ୬ ଚୌକା ଓ ୧ ଛକା ସହିତ ୪୭ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାସନ୍‌ ହୋଲ୍ଡର ୧୮ ଓ ରାହକିମ୍‌ କର୍ନଓ୍ବାଲ ଅପରାଜିତ ୧୯ ରନ୍‌ କରିଥିଲେ। ୧୨୯ ରନ୍‌ରେ ୮ ଉଇକେଟର ପତନ ପରେ ଅନ୍ତିମ ୨ ବ୍ୟାଟରଙ୍କ ସହିତ ୨୧ ରନ୍‌ ଯୋଡିଥିଲେ କର୍ନଓ୍ବାଲ। ଭାରତ ପକ୍ଷରୁ ଅଶ୍ୱିନ୍‌ ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩, ଶାର୍ଦ୍ଦୂଳ ଠାକୁର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ ୬୪.୩ ଓଭରରେ ୧୫୦/୧୦ (ଆଲିକ୍‌ ଆଠନାଜେ-୪୭, କ୍ରେଗ୍‌ ବ୍ରାଥଓ୍ବେଟ-୨୦, ରାହକିମ କର୍ନଓ୍ବାଲ-୧୯*, ଆର. ଅଶ୍ୱିନ-୫/୬୦, ରବୀନ୍ଦ୍ର ଜାଡେଜା-୩/୨୬, ଶାର୍ଦ୍ଦୂଳ ଠାକୁର-୧/୧୫)।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri