ଆମ ବସ୍‌ ସେବାରୁ ବଞ୍ଚିତ ୫ ଖଣ୍ଡ ଗାଁ: ଯିବା ଆସିବା ପାଇଁ ଲୋକେ ହନ୍ତସନ୍ତ, ପ୍ରତିଶ୍ରୁତି ଦେଲେ ଜିଲାପାଳ

ଖଜୁରୀପଡ଼ା,୧୬।୧୦( ବିଦୁର ବେହେରା) ଗ୍ରାମାଞ୍ଚଳ ଲୋକଙ୍କ ଯାତାୟାତ ସୁବିଧା ପାଇଁ ଓଡ଼ିଶା ସରକାର ଆମ- ବସ୍‌ ସେବା ଯୋଗାଇ ଦେଇଛନ୍ତି । ହେଲେ ୫ ଖଣ୍ଡ ଗ୍ରାମବାସୀ ଏହି ସେବାରୁ ବଞ୍ଚିତ ହୋଇ ୫କି.ମି ବାଟ ଚାଲି ଚାଲି ଯାଆନ୍ତି। ଏହି ସମସ୍ୟାକୁ ନେଇ ମା ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ଏବଂ ପୂର୍ବତନ ଉପସଭାପତି ଗୋକୁଳ ସାହାଣୀ ଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଅଭିଯୋଗ ପ୍ରକାରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପାଠାରୁ ବାର ପୁଲିଆ ପର୍ଯ୍ୟନ୍ତ ଆମ- ବସ୍‌ ଗାଡ଼ି ଚଳାଚଳ ହେଉ ନ ଥିବାରୁ ବୁରୁପଦା,ସିଦୀଙ୍ଗି, ଡଲା ବାଲି, ମାଲଗୁଣ୍ଡି,ରାଇଖୋଲ ଗ୍ରାମର ଲୋକମାନେ ଯାତାୟାତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖାଲି ଏହି ୫ ଖଣ୍ଡ ଗ୍ରାମର ଗ୍ରାମବାସୀ ହଇରାଣ ହେଉ ନାହାନ୍ତି । ଏମିତିକି ବଲସକୁମ୍ପା ଅଞ୍ଚଳର ଲୋକମାନେ ମଧ୍ୟ ବ୍ଲକ,ଥାନା,କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ଅସୁବିଧା ହେଉଛନ୍ତି। ଆଦର୍ଶ ବିଦ୍ୟାଳୟ ଦୂତି ମେଣ୍ଡୀ ଏବଂ ଆମ୍ବେଦକର ମହାବିଦ୍ୟାଳୟ ଖଜୁରୀପଡ଼ାରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନେ ସକାଳୁ ସକାଳୁ ୫ କି.ମି ବାଟ ଚାଲି ଚାଲି ବାର ପୁଲିଆ ଛକକୁ ଯିବା ପରେ ସେଠାରୁ ଫୁଲବାଣୀ ଖଜୁରୀପଡ଼ା ବସ୍‌ରେ କଲେଜ ଯାଆନ୍ତି । ଏହି ସମସ୍ୟାକୁ ନେଇ ଅନେକ ଥର ଦୂତି ପଡା ପଞ୍ଚାୟତର ସରପଞ୍ଚ ଜାନକୀ ଜାନି,ସମିତି ସଭ୍ୟ ଶୁକଦେବ ସେଠୀ,ବଲସକୁମ୍ପା ପଞ୍ଚାୟତର ସମିତି ସଭ୍ୟ ବିବାନ ଗଣ୍ଡା,ସମାଜ ସେବୀ ବିଦୁର ବେହେରା ପ୍ରମୁଖ ଆମ-ବସ୍‌ ସେବା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ ଆନ୍ତରିକତା ଅଭାବରୁ ହେୟ ମନେ କରି ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ଜିଲାପାଳ ବେଦଭୂଷଣଙ୍କୁ ମା ଇଷ୍ଟ ଦେବୀ ଯୁବ କଳା ପରିଷଦର ସଂପାଦକ ବିଦୁର ବେହେରା, ପୂର୍ବତନ ଉପସଭାପତି ଗୋକୁଳ ସାହାଣୀ ପ୍ରମୁଖ ସାକ୍ଷାତ କରି ଏହି ସମସ୍ୟା ଉପରେ ଅବଗତ କରାଇବା ସହିତ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପାଇବା ପରେ ଜିଲାପାଳ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଉପସଭାପତି ଗୋକୁଳ ସାହାଣୀ କହିଛନ୍ତି । ପ୍ରକାଶ ଥାଉ କି ଜିଲାପାଳ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇ ଆମ ବସ୍‌ ସେବା କେବେ ଯୋଗାଇ ଦେବେ ,ଏହି ୫ ଖଣ୍ଡ ଗ୍ରାମର ଯାତାୟାତ ସୁବିଧା କେବେ ହେବ ସେହି ଅପେକ୍ଷାରେ ଅଞ୍ଚଳବାସୀ।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ…

ପୁରୀ,୩୦।୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ୨୦୨୬-୨୭ରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ,…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri