ସ୍ବୀକୃତି ଅପେକ୍ଷାରେ ସୁପାରିସ

ଅନୁଗୋଳ ଅଫିସ, ୧୦ା୧୧: ପର୍ଯ୍ୟଟକ ଦେଖିପାରିବେ ପ୍ରାଚୀନ ଐତିହ୍ୟ। ସାକ୍ଷୀ ରହିପାରିବେ ପୁରାତନ ପରମ୍ପରା, କଳା ଓ ସଂସ୍କୃତିର। ହେଲେ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବାରେ ପ୍ରତିବନ୍ଧକ ସାଜିଛନ୍ତି ଖୋଦ ରାଜ୍ୟ ସରକାର। ଦୀର୍ଘ ୩ ବର୍ଷ ହେଲା ସ୍ବୀକୃତି ଅପେକ୍ଷାରେ ଥିବା ସୁପାରିସ୍‌ ଫାଇଲକୁ ଚାପି ରଖିଛନ୍ତି ନାଲି ଫିତା ତଳେ। ଏଥିପାଇଁ ଅନୁଗୋଳ ଜିଲାର ୫ ପର୍ଯ୍ୟଟନସ୍ଥଳୀକୁ ମିଳିପାରୁନି ସରକାରୀ ମାନ୍ୟତା। ଜିଲା ପର୍ଯ୍ୟଟନର ବିକାଶ ଦିଗରେ ଉଦ୍ୟମ ପରିବର୍ତ୍ତେ ଏପରି ଉଦାସୀନତା ଚକିତ କରିଛି ବୁଦ୍ଧିଜୀବୀଙ୍କୁ।

ଅନୁଗୋଳ ଜିଲାରେ ପର୍ଯ୍ୟଟନର ଅପାର ସୁଯୋଗ ରହିଛି। ସାତକୋଶିଆର ଜୈବ ବିବିଧତା ସହ ସମସ୍ତେ ପରିଚିତ। ଏଥିସହ ଜିଲାର ମୋଟ୍‌ ୧୩ଟି ସ୍ଥାନ ରାଜ୍ୟ ପର୍ଯ୍ୟଟନ ମ୍ୟାପ୍‌ରେ ସ୍ଥାନିତ ହୋଇପାରିଛି। ହେଲେ ଜିଲାରେ ଏପରି ୫ଟି ସ୍ଥାନ ରହିଛି, ଯାହା ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିପାରିବ। ଏହି ୫ଟି ସ୍ଥାନ ହେଲା ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, କୁକୁଡ଼ାଙ୍ଗର ନାରାୟଣ ସେବାଶ୍ରମ, ମନ୍ଦରଗିରି, କୋଶଳାର ରାମଚଣ୍ଡୀ ପୀଠ ଓ ଅନୁଗୋଳ ସହରସ୍ଥିତ ଶୈଳଶ୍ରୀକ୍ଷେତ୍ର। ଅନୁଗୋଳ-ଟିକରପଡ଼ା ରାସ୍ତାରେ ୧୪ କିଲୋମିଟର ଗଲେ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିହେବ। ଏହାର ଅନତି ଦୂରରେ ମଦନମୋହନ ମନ୍ଦିର, ରାଣୀ ମନ୍ଦିର, କୁକୁଟେଶ୍ୱର ମନ୍ଦିର ଓ ୧୨୦୦ ଶତାବ୍ଦୀରେ ନିର୍ମିତ କଳାପାଟ ମନ୍ଦିର ରହିଛି। ଏସବୁ ସ୍ଥାନ ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ବୋଲି କୁହାଯାଉଛି। ଅନୁଗୋଳର ଗର୍ବ ଓ ଗୌରବ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ରାଜପ୍ରାସାଦ ଥିବା ଏହି ଅଞ୍ଚଳ ଅତ୍ୟନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେହିପରି କୁକୁଡ଼ାଙ୍ଗ ଦେଇ ଯାଇଥିବା ନନ୍ଦିରା ନାଳ ପାର୍ଶ୍ୱରେ ଅବସ୍ଥିତ ନାରାୟଣ ସେବାଶ୍ରମ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଏଠାରେ ଥିବା ଅନେକ ଔଷଧୀୟ ବୃକ୍ଷ ଓ ପୁଷ୍ପ ପର୍ଯ୍ୟଟକଙ୍କ ମନକୁ ଢେର୍‌ ସମୟ ବାନ୍ଧି ରଖିବାରେ ସକ୍ଷମ ହୋଇପାରିବ। ଅନୁଗୋଳ ସଦର ମହକୁମାଠାରୁ ୫ କିଲୋମିଟର ଦୂରରେ ଥିବା ମନ୍ଦରଗିରି ଏକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ସୁଖ୍ୟାତି ଅର୍ଜନ କରିଛି। ଏଠାରେ ପ୍ରସିଦ୍ଧ ବଡ଼ଖୋଲ ଆଶ୍ରମ, ରାମମନ୍ଦିର ଓ ଠାକୁର ଅଭିରାମ ପରମହଂସ ଦେବଙ୍କ ଆଶ୍ରମ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଅନୁଗୋଳ-ବାଗେଡିଆ ରାସ୍ତାରେ ୨୮ କିଲୋମିଟର ପରେ କୋଶଳାର ପ୍ରସିଦ୍ଧ ଦେବୀ ରାମଚଣ୍ଡୀଙ୍କ ପୀଠ ରହିଛି। ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ହେଉଥିବା ରାମଚଣ୍ଡୀଙ୍କ ପ୍ରସିଦ୍ଧ କାଦୁଆ ଯାତ୍ରା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ଏକ ମନଛୁଅଁା ପିକ୍‌ନିକ୍‌ ସ୍ପଷ୍ଟ। ସେହିପରି ଅନୁଗୋଳ ସହରର ସୁନାଶଗଡ ପାହାଡ଼ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶୈଳଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ। ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରର ବିଭିନ୍ନ ପର୍ବପର୍ବାଣି ସ୍ବତନ୍ତ୍ରତା ବହନ କରି ଭକ୍ତମାନଙ୍କୁ ଆକର୍ଷିତ କରିଥାଏ। ତେଣୁ ଏସବୁ ପର୍ଯ୍ୟଟନ ସ୍ଥାନକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ୨୦୧୯ ମସିହାରେ ଜିଲାସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲା। ହେଲେ ୩ ବର୍ଷ ପରେ ମଧ୍ୟ ଉକ୍ତ ଫାଇଲ ସରକାରୀ ନାଲିଫିତା ତଳୁ ବାହାରିପାରି ନାହିଁ। ଫଳରେ ଏସବୁ ମନୋରମ ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନାହିଁ କି ଏହାର ବିକାଶ, ପ୍ରଚାର, ପ୍ରସାର ହୋଇପାରୁ ନାହଁ। ସେହିପରି ଦୀର୍ଘବର୍ଷ ହେଲା ଜିଲାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ଢେଙ୍କାନାଳ ଜିଲାର ପର୍ଯ୍ୟଟନ ଅଧିକାରୀ ଅନୁଗୋଳ ଜିଲା ଦାୟିତ୍ୱରେ ଅଛନ୍ତି। ଏଥିରୁ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ବାରିହୋଇ ପଡ଼ୁଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri