ସ୍ବୀକୃତି ଅପେକ୍ଷାରେ ସୁପାରିସ

ଅନୁଗୋଳ ଅଫିସ, ୧୦ା୧୧: ପର୍ଯ୍ୟଟକ ଦେଖିପାରିବେ ପ୍ରାଚୀନ ଐତିହ୍ୟ। ସାକ୍ଷୀ ରହିପାରିବେ ପୁରାତନ ପରମ୍ପରା, କଳା ଓ ସଂସ୍କୃତିର। ହେଲେ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବାରେ ପ୍ରତିବନ୍ଧକ ସାଜିଛନ୍ତି ଖୋଦ ରାଜ୍ୟ ସରକାର। ଦୀର୍ଘ ୩ ବର୍ଷ ହେଲା ସ୍ବୀକୃତି ଅପେକ୍ଷାରେ ଥିବା ସୁପାରିସ୍‌ ଫାଇଲକୁ ଚାପି ରଖିଛନ୍ତି ନାଲି ଫିତା ତଳେ। ଏଥିପାଇଁ ଅନୁଗୋଳ ଜିଲାର ୫ ପର୍ଯ୍ୟଟନସ୍ଥଳୀକୁ ମିଳିପାରୁନି ସରକାରୀ ମାନ୍ୟତା। ଜିଲା ପର୍ଯ୍ୟଟନର ବିକାଶ ଦିଗରେ ଉଦ୍ୟମ ପରିବର୍ତ୍ତେ ଏପରି ଉଦାସୀନତା ଚକିତ କରିଛି ବୁଦ୍ଧିଜୀବୀଙ୍କୁ।

ଅନୁଗୋଳ ଜିଲାରେ ପର୍ଯ୍ୟଟନର ଅପାର ସୁଯୋଗ ରହିଛି। ସାତକୋଶିଆର ଜୈବ ବିବିଧତା ସହ ସମସ୍ତେ ପରିଚିତ। ଏଥିସହ ଜିଲାର ମୋଟ୍‌ ୧୩ଟି ସ୍ଥାନ ରାଜ୍ୟ ପର୍ଯ୍ୟଟନ ମ୍ୟାପ୍‌ରେ ସ୍ଥାନିତ ହୋଇପାରିଛି। ହେଲେ ଜିଲାରେ ଏପରି ୫ଟି ସ୍ଥାନ ରହିଛି, ଯାହା ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିପାରିବ। ଏହି ୫ଟି ସ୍ଥାନ ହେଲା ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, କୁକୁଡ଼ାଙ୍ଗର ନାରାୟଣ ସେବାଶ୍ରମ, ମନ୍ଦରଗିରି, କୋଶଳାର ରାମଚଣ୍ଡୀ ପୀଠ ଓ ଅନୁଗୋଳ ସହରସ୍ଥିତ ଶୈଳଶ୍ରୀକ୍ଷେତ୍ର। ଅନୁଗୋଳ-ଟିକରପଡ଼ା ରାସ୍ତାରେ ୧୪ କିଲୋମିଟର ଗଲେ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିହେବ। ଏହାର ଅନତି ଦୂରରେ ମଦନମୋହନ ମନ୍ଦିର, ରାଣୀ ମନ୍ଦିର, କୁକୁଟେଶ୍ୱର ମନ୍ଦିର ଓ ୧୨୦୦ ଶତାବ୍ଦୀରେ ନିର୍ମିତ କଳାପାଟ ମନ୍ଦିର ରହିଛି। ଏସବୁ ସ୍ଥାନ ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ବୋଲି କୁହାଯାଉଛି। ଅନୁଗୋଳର ଗର୍ବ ଓ ଗୌରବ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ରାଜପ୍ରାସାଦ ଥିବା ଏହି ଅଞ୍ଚଳ ଅତ୍ୟନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେହିପରି କୁକୁଡ଼ାଙ୍ଗ ଦେଇ ଯାଇଥିବା ନନ୍ଦିରା ନାଳ ପାର୍ଶ୍ୱରେ ଅବସ୍ଥିତ ନାରାୟଣ ସେବାଶ୍ରମ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଏଠାରେ ଥିବା ଅନେକ ଔଷଧୀୟ ବୃକ୍ଷ ଓ ପୁଷ୍ପ ପର୍ଯ୍ୟଟକଙ୍କ ମନକୁ ଢେର୍‌ ସମୟ ବାନ୍ଧି ରଖିବାରେ ସକ୍ଷମ ହୋଇପାରିବ। ଅନୁଗୋଳ ସଦର ମହକୁମାଠାରୁ ୫ କିଲୋମିଟର ଦୂରରେ ଥିବା ମନ୍ଦରଗିରି ଏକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ସୁଖ୍ୟାତି ଅର୍ଜନ କରିଛି। ଏଠାରେ ପ୍ରସିଦ୍ଧ ବଡ଼ଖୋଲ ଆଶ୍ରମ, ରାମମନ୍ଦିର ଓ ଠାକୁର ଅଭିରାମ ପରମହଂସ ଦେବଙ୍କ ଆଶ୍ରମ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଅନୁଗୋଳ-ବାଗେଡିଆ ରାସ୍ତାରେ ୨୮ କିଲୋମିଟର ପରେ କୋଶଳାର ପ୍ରସିଦ୍ଧ ଦେବୀ ରାମଚଣ୍ଡୀଙ୍କ ପୀଠ ରହିଛି। ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ହେଉଥିବା ରାମଚଣ୍ଡୀଙ୍କ ପ୍ରସିଦ୍ଧ କାଦୁଆ ଯାତ୍ରା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ଏକ ମନଛୁଅଁା ପିକ୍‌ନିକ୍‌ ସ୍ପଷ୍ଟ। ସେହିପରି ଅନୁଗୋଳ ସହରର ସୁନାଶଗଡ ପାହାଡ଼ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶୈଳଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧ। ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରର ବିଭିନ୍ନ ପର୍ବପର୍ବାଣି ସ୍ବତନ୍ତ୍ରତା ବହନ କରି ଭକ୍ତମାନଙ୍କୁ ଆକର୍ଷିତ କରିଥାଏ। ତେଣୁ ଏସବୁ ପର୍ଯ୍ୟଟନ ସ୍ଥାନକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ୨୦୧୯ ମସିହାରେ ଜିଲାସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲା। ହେଲେ ୩ ବର୍ଷ ପରେ ମଧ୍ୟ ଉକ୍ତ ଫାଇଲ ସରକାରୀ ନାଲିଫିତା ତଳୁ ବାହାରିପାରି ନାହିଁ। ଫଳରେ ଏସବୁ ମନୋରମ ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନାହିଁ କି ଏହାର ବିକାଶ, ପ୍ରଚାର, ପ୍ରସାର ହୋଇପାରୁ ନାହଁ। ସେହିପରି ଦୀର୍ଘବର୍ଷ ହେଲା ଜିଲାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ଢେଙ୍କାନାଳ ଜିଲାର ପର୍ଯ୍ୟଟନ ଅଧିକାରୀ ଅନୁଗୋଳ ଜିଲା ଦାୟିତ୍ୱରେ ଅଛନ୍ତି। ଏଥିରୁ ପର୍ଯ୍ୟଟନ ଶିଳ୍ପର ଉନ୍ନତି ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ବାରିହୋଇ ପଡ଼ୁଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri