୫ ଟନ୍‌ ମାଓବାଦୀ ବିସ୍ଫୋରକ ଲୁଟ୍‌ ଘଟଣା: ରାଉରକେଲାରେ NIAଟିମ୍‌-DG

ରାଉରକେଲା,୨୯ା୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍‌ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟ୍‌ ହୋଇଥିବା ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର ହୋଇ ପାରି ନ ଥିବା ବେଳେ କେବଳ ବିସ୍ଫୋରକ ନେଇ ଯାଉଥିବା ଭ୍ୟାନ ଉଦ୍ଧାର କରିଛି ପୋଲିସ। ମାଓବାଦୀଙ୍କ କାର୍ଯ୍ୟକଳାପ ପୁନର୍ବାର ଏହି ଅଞ୍ଚଳରେ ବୃଦ୍ଧି ପାଇଥିବା ଯୋଗୁ ମାଓବାଦୀଙ୍କୁ କିଭଳି ଦମନ କରାଯିବ ସେ ସମ୍ପର୍କରେ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା। ଅନ୍ୟପକ୍ଷରେ ଏନଆଇଏର ଡିଆଇଜି, ଏସପି, ଅତିରିକ୍ତ ଏସପି ରାଉରକେଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ପୋଲିସ ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଲୁଟ୍‌ ହୋଇଥିଲା ପ୍ରାୟ ୫ ଟନ୍‌ ବିସ୍ପୋରକ ସାମଗ୍ରୀ। ତେବେ ଆଜି ଘଟଣାସ୍ଥଳକୁ ଆସିଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ବା.ବି ଖୁରାନିଆ। ଲୁଟ୍‌ ବିସ୍ଫୋରକ ଠାବ କରିବା ପାଇଁ ଆଜି ପୁଣି ଥରେ ଓଡ଼ିଶା ପୋଲିସ ଏବଂ ଡିଭିଏଫ୍‌ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ଜୋରଦାର ଭାବରେ ବର୍ତ୍ତମାନ ଚାଲିଛି ଅପରେଶନ। ମଙ୍ଗଳବାର ଏକ ସୁନ୍ଦରଗଡ଼ ଜିଲାର ବାଙ୍କୋ ପଥର ଖଣିକୁ ବିସ୍ପୋରକ ସାମଗ୍ରୀ ପରିବହନ କରୁଥିବା ଏକ ଗାଡ଼ିରୁ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ୨୫ କେଜି ଓଜନର ୨୦୦ ପ୍ୟାକେଟ୍‌ ବିସ୍ଫୋରକ ନେଇ ଯାଉଥିବା ଭ୍ୟାନ୍‌କୁ ଲୁଟି ନେଇଥିବା ଅଭିଯୋଗ ହୋଇଛି। କେ.ବଲାଙ୍ଗ ପୋଲିସ ସୀମା ଅନ୍ତର୍ଗତ ବାଙ୍କୋ/ଲଙ୍ଗଳକଟା ଅଞ୍ଚଳରେ ଏହି ଘଟଣା ଘଟିଛି। ବିସ୍ଫୋରକ ଲୁଟ୍‌ ଗାଡିର ଡ୍ରାଇଭରକୁ ମାଓବାଦୀ ଛାଡ଼ି ଦେଇଥିବାବେଳେ ତାଙ୍କୁ ପଚରାଉଚରା କରିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri