ଆଗକୁ ପରୀକ୍ଷା: ଦୈନିକ ୫ରୁ ୬ ଘଣ୍ଟା ହେଉଛି ବିଜୁଳି କାଟ୍‌, ଉପଭୋକ୍ତା ଅସନ୍ତୁଷ୍ଟ

କୋଦଳା,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଦିନକୁ ଦିନ ଟାଟା ପାଓ୍ବାରର ଶୋଷଣ ନୀତି ବଢ଼ିବାରେ ଲାଗିଛି। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ଧରି ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ଅହେତୁକ ବିଦ୍ୟୁତ କାଟ୍‌, ବିପଦ ସଙ୍କୁଳ ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଗ୍ରାହକ ଅସନ୍ତୋଷ ବଢୁଛି। ବକେୟା ଆଦାୟ ନା ରେ ଏବେ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ନଚେତ ବିଜୁଳି କାଟି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଉପଭୋକ୍ତାଙ୍କୁ ବିଲ୍‌ ଆଳରେ ମାତ୍ରାଧିକ ଶୋଷଣ ହେଉଥିବା କହୁଛନ୍ତି ଉପଭୋକ୍ତା।
ରାଜ୍ୟ ସରକାରଙ୍କ ବଦଳୁଥିବା ଆଭିମୁଖ୍ୟରେ ବିଜୁଳି ଆବଣ୍ଟନକୁ ବିଭିନ୍ନ କମ୍ପାନୀ ହାତରେ ଦିଆଯିବା ପରେ ଦିନକୁ ଦିନ ବିଜୁଳି ବଣ୍ଟନ ଦାୟିତ୍ୱରେ ରହୁଥିବା କମ୍ପାନୀର ମନମାନି ଓ ଶୋଷଣ ଏବେ ଉଗ୍ରରୂପ ନେବାରେ ଲାଗିଛି । ଟାଟା ପାଓ୍ବାର ନେବା ପରଠୁ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡ଼ିଲେଣି ।
ପୂର୍ବରୁ ଘୋଷଣା ନ କରି ପ୍ରତିଦିନ କୋଦଳା ଅଞ୍ଚଳରେ ୫ ରୁ ୬ ଘଣ୍ଟା ବିଜୁଳି କଟାଯାଉଛି। ଅଘୋଷିତ ବିଦ୍ୟୁତ କାଟ୍‌ ନେଇ ବିଭାଗୀୟ ଅଧିକାରୀଙ୍କୁ କଲ କଲେ ଖଲ୍ଲିକୋଟରୁ ଲାଇନ ନାହିଁ ଏବଂ ଖୁଣ୍ଟ ଓ ତାର ପରିବର୍ତ୍ତନ କିମ୍ବା ମରାମତି ହେଉଛି କହି ସଫେଇ ଦେଉଛନ୍ତି। ମରାମତି ନାଁରେ ପ୍ରାୟ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳିକାଟ ହେବା ଫଳରେ ବିଜୁଳି ଅଭ୍ୟସ୍ତ ସମସ୍ତ ସେବା ମଧ୍ୟ ପ୍ରତିହତ ହେବାରେ ଲାଗିଛି। ଏଭଳି ଅବ୍ୟବସ୍ଥାକୁ ନେଇ କୋଦଳା ୟୁଥ୍‌ ଫୋରମ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିବେଦନ କରାଯିବ ବୋଲି କୁହାଯାଇଛି। ଆଗକୁ ଦଣ୍ଡିଶ୍ୱର ମହାଦେବଙ୍କ ବିଶ୍ବ ଶାନ୍ତି ମହାଯଜ୍ଞ ହେବାକୁ ଯାଉଥିବା ବେଳେ କୋଦଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ତା’ ପୂର୍ବରୁ ବିଜୁଳି ସମସ୍ୟାର ସମାଧାନ କରିବାକୁ କୋଦଳା ୟୁଥ ଫୋରମ ନିବେଦନ କରିଛି। ଏବେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟତର ହେଉଥିବାରୁ
ବିଜୁଳି କାଟ୍‌କୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସ୍ଥାୟୀ ସମାଧାନ କରା ନ ଗଲେ ହଜାର ହଜାର ଉପଭୋକ୍ତା ମିଶି ଆଗାମୀ ଦିନରେ କୋଦଳା ଟାଟା ପାଓ୍ବାର କାର୍ଯ୍ୟାଳୟରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri