ଆଡ୍‌ମିଶନ ନାଁରେ ୫ହଜାର ପିଲାଙ୍କୁ ଠକେଇ

ଭୁବନେଶ୍ୱର,୩।୯(ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟ ତଥା ବାହାରେ ଥିବା ବଡ଼ ବଡ଼ କଲେଜ ଓ ଶିକ୍ଷାନୁଷ୍ଠାନରେ ଆଡ୍‌ମିଶନ କରାଇ ଦେବାକୁ କହି ଠକେଇ କରୁଥିବା ଏକ ବଡ଼ ର଼୍ୟାକେଟ ଧରାପଡିଛି। କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ସମ୍ପୃକ୍ତ ୨ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଗିରଫ କରିବା ସହ ରାକେଟର ପର୍ଦ୍ଦାଫାଶ କରିଛି। ଅଭିଯୁକ୍ତଦ୍ୱୟ ହେଲେ ମୟୂରଭଞ୍ଜ ଗଦାସାହି ଥାନା ଅଞ୍ଚଳର ଅଭିନନ୍ଦନ ବାରିକ ଓ ଜଗତ୍‌ସିଂହପୁରର ରାଜେଶ ରୋଶନ ସାହୁ। ସେମାନଙ୍କଠାରୁ ୨ଟି ଦାମୀ କାର, ୨ଟି ଲାପ୍‌ଟପ୍‌, ୩ଟି ଟଙ୍କା ଗଣା ମେଶିନ, ୫ ଲକ୍ଷ ୪୭ ହଜାର ଟଙ୍କା, ପ୍ରିଣ୍ଟର, ବ୍ରୋଚର, ହ୍ବାଟ୍ସଆପ୍‌ ଚାର୍ଟ ଓ ୭ ମୋବାଇଲ ଫୋନ୍‌ ଆଦି ଜବତ ହୋଇଛି। ରାଜେଶ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇଲେକ୍ଟ୍ରିକାଲ୍ସରେ ବି.ଟେକ ଏବଂ ଅଭନନ୍ଦନ ଡିପ୍ଲୋମା ଇନ୍‌ ଇଲେକ୍ଟ୍ରିକାଲ ପାଠ ପଢ଼ିଛନ୍ତି। ଅଭିଯୁକ୍ତ ଦ୍ୱୟ ଏନ୍‌ଆର୍‌ଆଇ କୋଟାରେ ଇଞ୍ଜିନିୟରଂ, ମେଡିକାଲ, ଏଗ୍ରିକଲଚର, ନର୍ସିଂରେ ନାମ ଲେଖାଇ ଦେବାକୁ କହି ୫ହଜାରରୁ ଅଧିକ ପିଲା ଓ ସେମାନଙ୍କ ଅଭିଭାବକଙ୍କଠାରୁ ଲକ୍ଷ ଲକ୍ଷ ଠକି ନେଇଥିବାବେଳେ ଏହି ଠକେଇ ଟଙ୍କା କୋଟିଏରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏପରିକି ଠକେଇ ଟଙ୍କାରେ ସେମାନେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଥିବା ତଦନ୍ତବେଳେ ଜଣାପଡିଛି। ସେମାନଙ୍କୁ ରିମାଣ୍ଡରେ ଆଣି ଆଡମିଶନ ନାଁରେ ଚାଲିଥିବା ସ୍କାମ ସିଣ୍ଡିକେଟ୍‌ର ଗୁମର ଖୋଲିବାକୁ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଆଶା ରଖିଛି।
ଠକେଇର ଶିକାର ହୋଇଥିବା ଝାରସୁଗୁଡାର ଜଣେ ବ୍ୟବସାୟୀ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହି ଠକେଇ ର଼୍ୟାକେଟ ସାରା ରାଜ୍ୟକୁ ବ୍ୟାପିଥିବା ଜଣାପଡିବା ପରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ତଦନ୍ତ ଦାୟିତ୍ୱ ନେଇଥିଲା। ଅଭିଯୋଗ ଅନୁସାରେ, ବ୍ୟବସାୟୀଙ୍କ ଝିଅର ଏକ ପ୍ରମୁଖ ବିଶ୍ବବିଦ୍ୟାଳୟରେ ମେଡିକାଲ ସିଟ୍‌ରେ ଆଡ୍‌ମିଶନ କରାଇ ଦେବାକୁ କହି ଅଭିଯୁକ୍ତମାନେ ତାଙ୍କଠାରୁ ୩ଲକ୍ଷ ଟଙ୍କା ନେଇଥିଲେ। ମ୍ୟାନେଜମେଣ୍ଟ କୋଟାରେ ଆଡ୍‌ମିଶନ ପରେ ଜାତୀୟ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ୨ ଟଙ୍କା ଫେରସ୍ତ କରାଯିବ ବୋଲି କହିଥିଲେ। ହେଲେ ସିକ୍ୟୁରିଟି ଟଙ୍କା ନ ମିଳିବାରୁ ସେ ଅଭିଯୁକ୍ତଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଧମକ ଦେବାରୁ ବ୍ୟବସାୟୀ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଯଦି କୌଣସି ବ୍ୟକ୍ତି ଏହି ଠକ କିମ୍ବା ଡିଏମ୍‌ଏଫ୍‌ ଏକାଡେମୀ ଦ୍ୱାରା ଠକେଇର ଶିକାର ହୋଇଛନ୍ତି, ସେମାନେ ତୁରନ୍ତ ଅଭିଯୋଗ କରିବାକୁ କମିଶନରେଟ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri