ଆଡ୍‌ମିଶନ ନାଁରେ ୫ହଜାର ପିଲାଙ୍କୁ ଠକେଇ

ଭୁବନେଶ୍ୱର,୩।୯(ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟ ତଥା ବାହାରେ ଥିବା ବଡ଼ ବଡ଼ କଲେଜ ଓ ଶିକ୍ଷାନୁଷ୍ଠାନରେ ଆଡ୍‌ମିଶନ କରାଇ ଦେବାକୁ କହି ଠକେଇ କରୁଥିବା ଏକ ବଡ଼ ର଼୍ୟାକେଟ ଧରାପଡିଛି। କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ସମ୍ପୃକ୍ତ ୨ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଗିରଫ କରିବା ସହ ରାକେଟର ପର୍ଦ୍ଦାଫାଶ କରିଛି। ଅଭିଯୁକ୍ତଦ୍ୱୟ ହେଲେ ମୟୂରଭଞ୍ଜ ଗଦାସାହି ଥାନା ଅଞ୍ଚଳର ଅଭିନନ୍ଦନ ବାରିକ ଓ ଜଗତ୍‌ସିଂହପୁରର ରାଜେଶ ରୋଶନ ସାହୁ। ସେମାନଙ୍କଠାରୁ ୨ଟି ଦାମୀ କାର, ୨ଟି ଲାପ୍‌ଟପ୍‌, ୩ଟି ଟଙ୍କା ଗଣା ମେଶିନ, ୫ ଲକ୍ଷ ୪୭ ହଜାର ଟଙ୍କା, ପ୍ରିଣ୍ଟର, ବ୍ରୋଚର, ହ୍ବାଟ୍ସଆପ୍‌ ଚାର୍ଟ ଓ ୭ ମୋବାଇଲ ଫୋନ୍‌ ଆଦି ଜବତ ହୋଇଛି। ରାଜେଶ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇଲେକ୍ଟ୍ରିକାଲ୍ସରେ ବି.ଟେକ ଏବଂ ଅଭନନ୍ଦନ ଡିପ୍ଲୋମା ଇନ୍‌ ଇଲେକ୍ଟ୍ରିକାଲ ପାଠ ପଢ଼ିଛନ୍ତି। ଅଭିଯୁକ୍ତ ଦ୍ୱୟ ଏନ୍‌ଆର୍‌ଆଇ କୋଟାରେ ଇଞ୍ଜିନିୟରଂ, ମେଡିକାଲ, ଏଗ୍ରିକଲଚର, ନର୍ସିଂରେ ନାମ ଲେଖାଇ ଦେବାକୁ କହି ୫ହଜାରରୁ ଅଧିକ ପିଲା ଓ ସେମାନଙ୍କ ଅଭିଭାବକଙ୍କଠାରୁ ଲକ୍ଷ ଲକ୍ଷ ଠକି ନେଇଥିବାବେଳେ ଏହି ଠକେଇ ଟଙ୍କା କୋଟିଏରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏପରିକି ଠକେଇ ଟଙ୍କାରେ ସେମାନେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଥିବା ତଦନ୍ତବେଳେ ଜଣାପଡିଛି। ସେମାନଙ୍କୁ ରିମାଣ୍ଡରେ ଆଣି ଆଡମିଶନ ନାଁରେ ଚାଲିଥିବା ସ୍କାମ ସିଣ୍ଡିକେଟ୍‌ର ଗୁମର ଖୋଲିବାକୁ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଆଶା ରଖିଛି।
ଠକେଇର ଶିକାର ହୋଇଥିବା ଝାରସୁଗୁଡାର ଜଣେ ବ୍ୟବସାୟୀ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହି ଠକେଇ ର଼୍ୟାକେଟ ସାରା ରାଜ୍ୟକୁ ବ୍ୟାପିଥିବା ଜଣାପଡିବା ପରେ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ତଦନ୍ତ ଦାୟିତ୍ୱ ନେଇଥିଲା। ଅଭିଯୋଗ ଅନୁସାରେ, ବ୍ୟବସାୟୀଙ୍କ ଝିଅର ଏକ ପ୍ରମୁଖ ବିଶ୍ବବିଦ୍ୟାଳୟରେ ମେଡିକାଲ ସିଟ୍‌ରେ ଆଡ୍‌ମିଶନ କରାଇ ଦେବାକୁ କହି ଅଭିଯୁକ୍ତମାନେ ତାଙ୍କଠାରୁ ୩ଲକ୍ଷ ଟଙ୍କା ନେଇଥିଲେ। ମ୍ୟାନେଜମେଣ୍ଟ କୋଟାରେ ଆଡ୍‌ମିଶନ ପରେ ଜାତୀୟ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ୨ ଟଙ୍କା ଫେରସ୍ତ କରାଯିବ ବୋଲି କହିଥିଲେ। ହେଲେ ସିକ୍ୟୁରିଟି ଟଙ୍କା ନ ମିଳିବାରୁ ସେ ଅଭିଯୁକ୍ତଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଧମକ ଦେବାରୁ ବ୍ୟବସାୟୀ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଯଦି କୌଣସି ବ୍ୟକ୍ତି ଏହି ଠକ କିମ୍ବା ଡିଏମ୍‌ଏଫ୍‌ ଏକାଡେମୀ ଦ୍ୱାରା ଠକେଇର ଶିକାର ହୋଇଛନ୍ତି, ସେମାନେ ତୁରନ୍ତ ଅଭିଯୋଗ କରିବାକୁ କମିଶନରେଟ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri