୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨ ସ୍କୁଲକୁ ବନ୍ଦ କରାଯାଇଥିବାବେଳେ ଏପ୍ରିଲ୍‌ ୧୯ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ପାଠପଢ଼ା କରିବାକୁ ଘୋଷଣା କରାଯାଇଛି।

ଅଭୟଖଣ୍ଡ-୩ରେ ଥିବା ସ୍କୁଲରେ ୨ ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଜୁନିଅର ଏବଂ ସିନିୟର ଶ୍ରେଣୀର ଛାତ୍ରୀଛାତ୍ରମାନେ ଅନଲାଇନରେ ଅଧ୍ୟୟନ କରିବେ । ବୈଶାଳିର ଏକ ଘରୋଇ ବିଦ୍ୟାଳୟର ତିନିଜଣ ଛାତ୍ରୀଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତୃତୀୟ ଶ୍ରେଣୀର ଛାତ୍ର, ଇନ୍ଦିରାପୁରମର ଶିପ୍ରା ସନସିଟି ସୋସାଇଟିରେ ବାସ କରୁଥିବାବେଳେ ଏବଂ ନବମ ଶ୍ରେଣୀର ଛାତ୍ର ନୋଏଡାର ଗୌର ସିଟିରେ ରୁହନ୍ତି। ଉଭୟ ଛାତ୍ର ବସ ଯୋଗେ ବିଦ୍ୟାଳୟକୁ ଅସୁଥିଲେ। ବୁଧବାର ପର୍ଯ୍ୟନ୍ତ ଉଭୟ ବିଦ୍ୟାଳୟକୁ ଆସିଥିଲେ। ଏହାପରେ ସେମାନେ ସ୍କୁଲକୁ ଆସିନାହାଁନ୍ତି । ସେମାନଙ୍କର ସୱାସ୍ଥ୍ୟ ଖରାପ ହେବା ନେଇ ଅଭିଭାବକମାନେ ସ୍କୁଲ ପରିଚାଳନାକୁ ସୂଚନା ଦେଇଥିଲେ। ସେମାନଙ୍କ ସହିତ ବସ୍‌ରେ ଆସୁଥିବା ଅନ୍ୟ ଛାତ୍ରୀଛାତ୍ରଙ୍କର ନମୁନା ପରୀକ୍ଷା କରାଯାଉଛି।

ଏହାସହିତ ସ୍କୁଲ ପରିସର ଏବଂ ବସ ଗୁଡିକୁ ସାନିଟାଇଜ କରାଯାଇଛି। ଜିଲା ପର୍ଯ୍ୟବେକ୍ଷକ ଡାକ୍ତର ଆର.କେ ଗୁପ୍ତା କହିଛନ୍ତି ଯେ ଯଦି ଛାତ୍ରଛାତ୍ରୀମାନେ ସଂକ୍ରମିତ ହୋଇଛନ୍ତି ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ଜରୁରୀ। ସୋମବାର ଅକ୍ରାନ୍ତ ଛାତ୍ରୀଛାତ୍ରମାନଙ୍କ ଘର ସାନିଟାଇଜେଶନ କରାଯିବ ଏବଂ ଘରର ଅନ୍ୟ ଲୋକଙ୍କର ସ୍କ୍ରିନିଂ ମଧ୍ୟ କରାଯିବ ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri