୨ ଘରୋଇ ସ୍କୁଲରେ ୫ ଛାତ୍ରୀଛାତ୍ର କରୋନା ପଜିଟିଭ୍‌…

ଗାଜିଆବାଦ, ୧୧।୪ : ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ହିଣ୍ଡନ ଅଞ୍ଚଳରେ ୨ ଘରୋଇ ସ୍କୁଲରେ ୫ ଜଣ ଛାତ୍ରୀଛାତ୍ରଙ୍କନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୨ ସ୍କୁଲକୁ ବନ୍ଦ କରାଯାଇଥିବାବେଳେ ଏପ୍ରିଲ୍‌ ୧୯ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ପାଠପଢ଼ା କରିବାକୁ ଘୋଷଣା କରାଯାଇଛି।

ଅଭୟଖଣ୍ଡ-୩ରେ ଥିବା ସ୍କୁଲରେ ୨ ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଜୁନିଅର ଏବଂ ସିନିୟର ଶ୍ରେଣୀର ଛାତ୍ରୀଛାତ୍ରମାନେ ଅନଲାଇନରେ ଅଧ୍ୟୟନ କରିବେ । ବୈଶାଳିର ଏକ ଘରୋଇ ବିଦ୍ୟାଳୟର ତିନିଜଣ ଛାତ୍ରୀଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ତୃତୀୟ ଶ୍ରେଣୀର ଛାତ୍ର, ଇନ୍ଦିରାପୁରମର ଶିପ୍ରା ସନସିଟି ସୋସାଇଟିରେ ବାସ କରୁଥିବାବେଳେ ଏବଂ ନବମ ଶ୍ରେଣୀର ଛାତ୍ର ନୋଏଡାର ଗୌର ସିଟିରେ ରୁହନ୍ତି। ଉଭୟ ଛାତ୍ର ବସ ଯୋଗେ ବିଦ୍ୟାଳୟକୁ ଅସୁଥିଲେ। ବୁଧବାର ପର୍ଯ୍ୟନ୍ତ ଉଭୟ ବିଦ୍ୟାଳୟକୁ ଆସିଥିଲେ। ଏହାପରେ ସେମାନେ ସ୍କୁଲକୁ ଆସିନାହାଁନ୍ତି । ସେମାନଙ୍କର ସୱାସ୍ଥ୍ୟ ଖରାପ ହେବା ନେଇ ଅଭିଭାବକମାନେ ସ୍କୁଲ ପରିଚାଳନାକୁ ସୂଚନା ଦେଇଥିଲେ। ସେମାନଙ୍କ ସହିତ ବସ୍‌ରେ ଆସୁଥିବା ଅନ୍ୟ ଛାତ୍ରୀଛାତ୍ରଙ୍କର ନମୁନା ପରୀକ୍ଷା କରାଯାଉଛି।

ଏହାସହିତ ସ୍କୁଲ ପରିସର ଏବଂ ବସ ଗୁଡିକୁ ସାନିଟାଇଜ କରାଯାଇଛି। ଜିଲା ପର୍ଯ୍ୟବେକ୍ଷକ ଡାକ୍ତର ଆର.କେ ଗୁପ୍ତା କହିଛନ୍ତି ଯେ ଯଦି ଛାତ୍ରଛାତ୍ରୀମାନେ ସଂକ୍ରମିତ ହୋଇଛନ୍ତି ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ଜରୁରୀ। ସୋମବାର ଅକ୍ରାନ୍ତ ଛାତ୍ରୀଛାତ୍ରମାନଙ୍କ ଘର ସାନିଟାଇଜେଶନ କରାଯିବ ଏବଂ ଘରର ଅନ୍ୟ ଲୋକଙ୍କର ସ୍କ୍ରିନିଂ ମଧ୍ୟ କରାଯିବ ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri