ଦିଗପହଣ୍ଡି,୧୮ା୧୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମସ୍ଥିତ ନୋଡାଲ ହାଇସ୍କୁଲରେ ମଙ୍ଗଳବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ମେଳାରେ ସିଆରସିସି ଅଳକା କୁମାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ ପ୍ରତ୍ୟେକ ବିଷୟକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷକ ସୁବ୍ରତ ପଣ୍ଡା ଉପସ୍ଥିତ ଥିଲେ। ୩୨ ଛାତ୍ରୀଛାତ୍ର ନିଜ ନିଜ ପ୍ରକଳ୍ପ ବାବଦରେ ଦର୍ଶକମାନଙ୍କୁ ବୁଝାଇଥିଲେ। ବିଚାରକ ରୂପେ ଶିକ୍ଷକ ଉପେନ୍ଦ୍ର ମିଶ୍ର, ଶିକ୍ଷୟିତ୍ରୀ ଶୁଭମିକା ରଥ, ଦିପ୍ତିରାଣୀ କାଟା, କେ. ରାଧା ରେଡ୍ଡୀ ଦାୟିତ୍ୱ ନିର୍ବାହ କରିଥିଲେ। ୫ଟି ପ୍ରକଳ୍ପ ବ୍ଲକସ୍ତରୀୟ ବିଜ୍ଞାନ ମେଳାକୁ ଚୟନ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶିକ୍ଷୟିତ୍ରୀ ନିବେଦିତା ନାୟକ, ଶିକ୍ଷକ ସୀମାଞ୍ଚଳ ସ୍ବାଇଁ, ଶେଖ ଅର୍ସଦ, ଅମୂଲ୍ୟରଞ୍ଜନ ଭୁଜବଳ ସହଯୋଗ କରିଥିଲେ।


