ଚିଲିକାରେ ପକ୍ଷୀ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା ଅଫିସ୍‌/ବାଲୁଗାଁ,୫ା୧(ଡି.ଏନ୍‌.ଏ.): ବୁଧବାର ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଚିଲିକାରେ ମୋଟ୍‌ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀଙ୍କ ସମାଗମ ହୋଇଛି। ତେବେ ଗତବର୍ଷ ଚିଲିକାରେ ୧୦ଲକ୍ଷ ୭୪ ହଜାର ୧୮୩ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ୫୭ ହଜାର ୭୫୬ ପକ୍ଷୀ ଅର୍ଥାତ୍‌ ୫ ପ୍ରତିଶତ ବୃଦ୍ଧି ପାଇଛି।

ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୩ ଲକ୍ଷ ୪୨ ହଜାର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଗତବର୍ଷ ଏଠାରେ ୩ ଲକ୍ଷ ୫୮ ହଜାର ୮୮୯ ପକ୍ଷୀ ଦେଖାଯାଇଥିଲା। ଏଠାରେ ଚଳିତ ବର୍ଷ ୧୬ ହଜାର ୮୮୯ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ୧୮୩ ପ୍ରଜାତିର ସ୍ଥାନୀୟ ଓ ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୪ଟି ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଛି। ସେଥିମଧ୍ୟରୁ ବିଦେଶୀ ୧୦୫ ଓ ସ୍ଥାନୀୟ ୭୯ ପ୍ରଜାତିର ଅଛନ୍ତି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଦର୍ନ ପିଣ୍ଟେଲ୍‌ ୨ଲକ୍ଷ ୨୯ ହଜାର, ଗଡ଼ଓ୍ବାଲ ୨ଲକ୍ଷ, ୟୁରାସିଆନ୍‌ ଓ୍ବିଜିଅନ୍‌ ୧ଲକ୍ଷ ୩୦ହଜାର, ବ୍ଲାକ୍‌ ଟେଲ୍ଡ ଗଡ଼ଓ୍ବିଟ୍‌ ୧ଲକ୍ଷ ୩ ହଜାର ଏବଂ ନର୍ଦ୍ଦର୍ନ ସୋଭଲର ୭୦ ହଜାର ଅଛନ୍ତି। ଚିଲିକାର ଶୋଭାବର୍ଦ୍ଧନକାରୀ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ ଗତବର୍ଷ ୧୧୦୦ ଦୃଷ୍ଟିଗୋଚର ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇ ୩୭୦ରେ ପହଞ୍ଚତ୍ଛି। ଏହି ପକ୍ଷୀଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିବା ବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଅନ୍ୟପକ୍ଷରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦୃଷ୍ଟିଗୋଚର ହେଉ ନ ଥିବା ଗ୍ଲୋସି ଆଇବିସ୍‌ ନାମକ ପକ୍ଷୀ ଚଳିତ ବର୍ଷ ୨୦ ହଜାର ସଂଖ୍ୟାରେ ଦେଖିବାକୁ ମିଳିଥିବା ବେଳେ ବିଲୁପ୍ତପ୍ରାୟ ଲିଭର ଲ୍ୟାପଉଇଙ୍ଗ୍‌ ନାମକ ଦୁଇଟି ପକ୍ଷୀ ଚଳିତ ବର୍ଷ ଚିହ୍ନଟ କରାଯାଇଛି। ଏଥିସହ ବିଗତ ବର୍ଷଗୁଡ଼ିକରେ ରେଡ୍‌କ୍ରିଷ୍ଟାର୍ଡ ପୋଚାର୍ଡ ନାମକ ପକ୍ଷୀ ୫ ହଜାର ସଂଖ୍ୟାରେ ଦେଖିବାକୁ ମିଳିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୨୦ ହଜାରରେ ପହଞ୍ଚତ୍ଛି।
ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ୍‌ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳ ନିୟୋଜିତ କରାଯାଇଥିଲା। ନଳବଣରେ ୬ ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨ ଏବଂ ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ବାଲିପାଟପୁରରୁ ସାତଭାୟା, ରମ୍ଭା, ମଙ୍ଗଳଯୋଡ଼ିରୁ ଭୂଷଣ୍ଡପୁର, ସୋରଣଠାରୁ ନଈରୀ, କୃଷ୍ଣପ୍ରସାଦ କାଳିଜାଈରୁ ଚନ୍ଦ୍ରାପୁଟ, ସାତପଡ଼ାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରାଯାଇଥିଲା। ଗଣନାକାରୀଙ୍କୁ ମୋଟ ୨୧ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା। ବୁଧବାର ସକାଳ ୬ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ପି.ସାଥିୟା ସେଲଭମ, ବ୍ରହ୍ମପୁର ଆରସିସିଏଫ୍‌ ପ୍ରଶାନ୍ତ କୁମାର ମିଶ୍ର, ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଦାୟିତ୍ୱରେ ଥିବା ପୁରୀ ଡିଏଫ୍‌ଓ ପି. ରାମସ୍ବାମୀ, ସିଡିଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖୁସ୍‌ବନ୍ତ ସିଂ, ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଓୟୁଏଟି, ଓ୍ବାଇଲ୍ଡ ଓଡ଼ିଶା, ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏପରି ମୋଟ୍‌ ୧୨୦ ଜଣ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ବମ୍ବେ ନାଚୁରାଲ୍‌ ହିଷ୍ଟ୍ରିି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ସେଲଭମ କୁହନ୍ତି, ଅନ୍ୟ ବର୍ଷମାନଙ୍କରେ ଚିଲିକା ତଟବର୍ତ୍ତୀରେ ଜଳସ୍ତର କମିବା ଫଳରେ ପକ୍ଷୀମାନେ ଖାଦ୍ୟ ଏବଂ ଉପଯୁକ୍ତ ବାସଗୃହ ଅନ୍ବେଷଣରେ ନଳବଣରେ ଆଶ୍ରୟ ନେଇଥାନ୍ତି। ଚଳିତ ବର୍ଷ ତଟବର୍ତ୍ତୀ ଅଞ୍ଚଳ ମଙ୍ଗଳାଯୋଡ଼ି, ରମ୍ଭା ଅଞ୍ଚଳରେ ଜଳସ୍ତର ଠିକ୍‌ ରହିଥିବାରୁ ପକ୍ଷୀ ସବୁ ଅଞ୍ଚଳରେ ଦେଖାଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri