ଚିଲିକାରେ ପକ୍ଷୀ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା ଅଫିସ୍‌/ବାଲୁଗାଁ,୫ା୧(ଡି.ଏନ୍‌.ଏ.): ବୁଧବାର ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଚିଲିକାରେ ମୋଟ୍‌ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ୯୨୯ ପକ୍ଷୀଙ୍କ ସମାଗମ ହୋଇଛି। ତେବେ ଗତବର୍ଷ ଚିଲିକାରେ ୧୦ଲକ୍ଷ ୭୪ ହଜାର ୧୮୩ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ୫୭ ହଜାର ୭୫୬ ପକ୍ଷୀ ଅର୍ଥାତ୍‌ ୫ ପ୍ରତିଶତ ବୃଦ୍ଧି ପାଇଛି।

ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୩ ଲକ୍ଷ ୪୨ ହଜାର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଗତବର୍ଷ ଏଠାରେ ୩ ଲକ୍ଷ ୫୮ ହଜାର ୮୮୯ ପକ୍ଷୀ ଦେଖାଯାଇଥିଲା। ଏଠାରେ ଚଳିତ ବର୍ଷ ୧୬ ହଜାର ୮୮୯ ପକ୍ଷୀ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ୧୮୩ ପ୍ରଜାତିର ସ୍ଥାନୀୟ ଓ ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୪ଟି ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଛି। ସେଥିମଧ୍ୟରୁ ବିଦେଶୀ ୧୦୫ ଓ ସ୍ଥାନୀୟ ୭୯ ପ୍ରଜାତିର ଅଛନ୍ତି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଦର୍ନ ପିଣ୍ଟେଲ୍‌ ୨ଲକ୍ଷ ୨୯ ହଜାର, ଗଡ଼ଓ୍ବାଲ ୨ଲକ୍ଷ, ୟୁରାସିଆନ୍‌ ଓ୍ବିଜିଅନ୍‌ ୧ଲକ୍ଷ ୩୦ହଜାର, ବ୍ଲାକ୍‌ ଟେଲ୍ଡ ଗଡ଼ଓ୍ବିଟ୍‌ ୧ଲକ୍ଷ ୩ ହଜାର ଏବଂ ନର୍ଦ୍ଦର୍ନ ସୋଭଲର ୭୦ ହଜାର ଅଛନ୍ତି। ଚିଲିକାର ଶୋଭାବର୍ଦ୍ଧନକାରୀ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ ଗତବର୍ଷ ୧୧୦୦ ଦୃଷ୍ଟିଗୋଚର ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇ ୩୭୦ରେ ପହଞ୍ଚତ୍ଛି। ଏହି ପକ୍ଷୀଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିବା ବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଅନ୍ୟପକ୍ଷରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦୃଷ୍ଟିଗୋଚର ହେଉ ନ ଥିବା ଗ୍ଲୋସି ଆଇବିସ୍‌ ନାମକ ପକ୍ଷୀ ଚଳିତ ବର୍ଷ ୨୦ ହଜାର ସଂଖ୍ୟାରେ ଦେଖିବାକୁ ମିଳିଥିବା ବେଳେ ବିଲୁପ୍ତପ୍ରାୟ ଲିଭର ଲ୍ୟାପଉଇଙ୍ଗ୍‌ ନାମକ ଦୁଇଟି ପକ୍ଷୀ ଚଳିତ ବର୍ଷ ଚିହ୍ନଟ କରାଯାଇଛି। ଏଥିସହ ବିଗତ ବର୍ଷଗୁଡ଼ିକରେ ରେଡ୍‌କ୍ରିଷ୍ଟାର୍ଡ ପୋଚାର୍ଡ ନାମକ ପକ୍ଷୀ ୫ ହଜାର ସଂଖ୍ୟାରେ ଦେଖିବାକୁ ମିଳିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୨୦ ହଜାରରେ ପହଞ୍ଚତ୍ଛି।
ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ୍‌ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳ ନିୟୋଜିତ କରାଯାଇଥିଲା। ନଳବଣରେ ୬ ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨ ଏବଂ ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ବାଲିପାଟପୁରରୁ ସାତଭାୟା, ରମ୍ଭା, ମଙ୍ଗଳଯୋଡ଼ିରୁ ଭୂଷଣ୍ଡପୁର, ସୋରଣଠାରୁ ନଈରୀ, କୃଷ୍ଣପ୍ରସାଦ କାଳିଜାଈରୁ ଚନ୍ଦ୍ରାପୁଟ, ସାତପଡ଼ାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରାଯାଇଥିଲା। ଗଣନାକାରୀଙ୍କୁ ମୋଟ ୨୧ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା। ବୁଧବାର ସକାଳ ୬ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ପି.ସାଥିୟା ସେଲଭମ, ବ୍ରହ୍ମପୁର ଆରସିସିଏଫ୍‌ ପ୍ରଶାନ୍ତ କୁମାର ମିଶ୍ର, ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଦାୟିତ୍ୱରେ ଥିବା ପୁରୀ ଡିଏଫ୍‌ଓ ପି. ରାମସ୍ବାମୀ, ସିଡିଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖୁସ୍‌ବନ୍ତ ସିଂ, ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଓୟୁଏଟି, ଓ୍ବାଇଲ୍ଡ ଓଡ଼ିଶା, ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏପରି ମୋଟ୍‌ ୧୨୦ ଜଣ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ବମ୍ବେ ନାଚୁରାଲ୍‌ ହିଷ୍ଟ୍ରିି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ସେଲଭମ କୁହନ୍ତି, ଅନ୍ୟ ବର୍ଷମାନଙ୍କରେ ଚିଲିକା ତଟବର୍ତ୍ତୀରେ ଜଳସ୍ତର କମିବା ଫଳରେ ପକ୍ଷୀମାନେ ଖାଦ୍ୟ ଏବଂ ଉପଯୁକ୍ତ ବାସଗୃହ ଅନ୍ବେଷଣରେ ନଳବଣରେ ଆଶ୍ରୟ ନେଇଥାନ୍ତି। ଚଳିତ ବର୍ଷ ତଟବର୍ତ୍ତୀ ଅଞ୍ଚଳ ମଙ୍ଗଳାଯୋଡ଼ି, ରମ୍ଭା ଅଞ୍ଚଳରେ ଜଳସ୍ତର ଠିକ୍‌ ରହିଥିବାରୁ ପକ୍ଷୀ ସବୁ ଅଞ୍ଚଳରେ ଦେଖାଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri