ତାଲିକାରେ ୫ ନାମ: ସମୁଦ୍ରକୁ ଶଙ୍ଖେ

ଯାଜପୁର ଅଫିସ,୮ା୫: ସମଗ୍ର ଶିକ୍ଷା, ଯାଜପୁର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାଲ୍‌ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା ୫ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ ହୋଇଛି। ଏଥିରେ ୩ ଜଣ ଓଟିଇଟି ଏବଂ ଜଣେ ଲେଖାଏ ମାଟ୍ରିକ ଓ ବିଏଡ୍‌ ଡିଗ୍ରୀଧାରୀ ଶିକ୍ଷକ ରହିଛନ୍ତି। ଏହାବାଦ ଅନ୍ୟ ୨ ଜଣଙ୍କ ପ୍ରମାଣପତ୍ର ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଜିଲାରେ ଅଭିଯୋଗ ତୁଳନାରେ ଏସବୁ ସମୁଦ୍ରକୁ ଶଙ୍ଖେ, ଠିକ ଭାବେ ତଦନ୍ତ କଲେ ଅନେକ କଥା ସାମ୍ନାକୁ ଆସିବ ଓ ଅନେକଙ୍କ ମୁଖା ଖୋଲିବ ବୋଲି ମତପ୍ରକାଶ ପାଇଛି। ଜିଲାରେ ଆନୁମାନିକ ଭାବେ ୧୦୦ରୁ ଊର୍ଦ୍ଧ୍ୱ ଜାଲ୍‌ ପ୍ରମାଣପତ୍ରଧାରୀ ରହିଥିବେ ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ଜାଲ୍‌ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ର ହାସଲ କରି ଚାକିରି କରି ପାରୁଛନ୍ତି, ସେମାନେ ତଦନ୍ତକୁ ବି କିଣି ନେଇଛନ୍ତି ବୋଲି କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।
ନିଜ ପୂର୍ବପୁରୁଷଙ୍କ ଜାତି ଆଧାରରେ ଜମି ପଟ୍ଟା କିମ୍ବା ଅନ୍ୟ କେତେକ କାଗଜପତ୍ର ସହାୟତାରେ ତହସିଲ ପ୍ରଶାସନ ପକ୍ଷରୁ ଜାତିଗତ ପ୍ରମାଣପତ୍ର ଜାରି ହେଉଛି। ଜାତି ଅନୁସାରେ ଚାକିରି ସଂରକ୍ଷିତ ରହିଥିବାରୁ ଏଥିରେ ଜାଲିଆତି ସୀମା ଲଂଘିଛି। କିଛି ମାତ୍ର ଜମି କିଣି ସେଥିରେ ଜାତି ବଦଳାଇ ଜାଲ୍‌ ଜାତିଗତ ପ୍ରମାଣପତ୍ର ହାସଲ କରାଯାଇ ପାରୁଛି। ଏଭଳି ଜାଲିଆତି ସାରା ରାଜ୍ୟରେ କାୟାବିସ୍ତାର କରିଛି। ଗତ ଫେବୃୟାରୀରେ କଟକ ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲାର ଜାଲ୍‌ ଜାତିଗତ ପ୍ରମାଣପତ୍ର ଉପରେ ତଦନ୍ତ କରି ରିପୋର୍ଟ ଦାଖଲ ହୋଇଥିଲା। ନିଯୁକ୍ତି ସମୟରେ କେତେଜଣ ସାଧାରଣବର୍ଗର ବ୍ୟକ୍ତି କିଛି ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ଅଭିଯୋଗ ହୋଇଥିଲା। ହେଲେ ତହସିଲ ପ୍ରଶାସନ କୌଣସି କ୍ଷେତ୍ର ପରିଦର୍ଶନରେ ନ ଯାଇ କିମ୍ବା ମୂଳ ପରିବାର ସମ୍ପର୍କରେ ଛାନଭିନ ନ କରି ଅଭିଯୁକ୍ତ ଜାଲ୍‌ ଜାତିଗତ ପ୍ରମାଣପତ୍ରଧାରୀଙ୍କୁ କ୍ଲିନଚିଟ ଦେଇଥିଲେ। ଉକ୍ତ ତଦନ୍ତକୁ ଆରଡିସିସ୍ତରରେ ସୁରକ୍ଷା ଦେଇ ସମ୍ପୂର୍ଣ୍ଣ ଭାବେ କିଣା ଯାଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଫଳରେ ଏବେବି ଏକାଧିକ ଜାଲ୍‌ ଜାତିଗତ ପ୍ରମାଣପତ୍ରଧାରୀ ଶିକ୍ଷକତା କରୁଥିବାବେଳେ ବାସ୍ତବ ତଫସିଲଭୁକ୍ତ ଜାତି ଓ ଜନଜାତି ସଂପ୍ରଦାୟର ଛାତ୍ରୀଛାତ୍ର ବେକାରି ଜୀବନ ଅତିବାହିତ କରୁଥିବା ମତପ୍ରକାଶ ପାଇଛି।
ଯାଜପୁର ସମଗ୍ର ଶିକ୍ଷା ବିଭାଗର ଡିପିସିଙ୍କ ରିପୋର୍ଟ ଅନୁସାରେ ବଡ଼ଚଣା ବ୍ଲକ ତେଲିଗଡ ପ୍ରାଥମିକ ସ୍କୁଲର ଅନିୟ କୁମାର ବରାଳ, ଚାରିନଙ୍ଗଲ ସରକାରୀ ହାଇସ୍କୁଲର ରଜିଆ ସୁଲତାନା ଓ ଆକରବାଦ ପ୍ରାଥମିକ ସ୍କୁଲର ଜୟନ୍ତୀ ସାହୁଙ୍କ ଓଟିଇଟି ପ୍ରମାଣପତ୍ର ନକଲି ପ୍ରମାଣ ହୋଇଥିଲା। ଏମାନଙ୍କ ବିରୋଧରେ କାରଣଦର୍ଶାଅ ନୋଟିସ ଜାରି ହେବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ୩ ଜଣ କୋର୍ଟର ଆଶ୍ରୟ ନେଇଛନ୍ତି। ସେହିପରି ରସୁଲପୁର ବ୍ଲକ ଦୁର୍ଗାପୁର ସ୍କୁଲର ବିନୟଭୂଷଣ ଶରଣଙ୍କ ମାଟ୍ରିକ ଏବଂ କୋରେଇ ବ୍ଲକ ଦୁର୍ଯ୍ୟୋଧନ ସାହୁଙ୍କ ବିଏଡ୍‌ ସାର୍ଟିଫିକେଟ ନକଲି ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟ ଦୁଇଜଣ କୋରେଇ ବ୍ଲକ ତେଲୁଅ ସ୍କୁଲର ବାବାଜୀ ବେହେରା ବିଏଡ୍‌ ଏବଂ ଦଶରଥପୁର ବ୍ଲକ ପାଟପୁର ୟୁଜିଏମଇ ସ୍କୁଲର ବିଜୟ କୁମାର ବେହେରାଙ୍କ ଜାତିଗତ ପ୍ରମାଣପତ୍ର ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ଏକାଧିକ ଅଭିଯୁକ୍ତ ଶିକ୍ଷକମାନଙ୍କ ତାଲିକା ଏହି ରିପୋର୍ଟରେ ପ୍ରକାଶ ପାଇନାହିଁ। ଏପରିକି କୋରେଇ ଅଞ୍ଚଳର ଜଣେ ଜାଲ୍‌ ଜାତିଗତ (ଏସ୍‌ଟି) ପ୍ରମାଣପତ୍ର ହାସଲ କରି କେନ୍ଦ୍ରାପଡ଼ା ଜିଲାରେ ବିଇଓ ଭାବେ ଅବସ୍ଥାପିତ ଥିବା ନେଇ ଅଞ୍ଚଳବାସୀ ଏକାଧିକ ଥର ଅଭିଯୋଗ କରିଥିଲେ ହେଁ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଭାବେ ହାତଟେକି ଦେଇଛି। ଜିଲାରେ ଏଭଳି ଭାବେ ଶତାଧିକ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷକତା ଏବଂ ଅନ୍ୟାନ୍ୟ ସରକାରୀ ଚାକିରି କରୁଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୭ ମିନିଟ ସମୟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri