ତାଲିକାରେ ୫ ନାମ: ସମୁଦ୍ରକୁ ଶଙ୍ଖେ

ଯାଜପୁର ଅଫିସ,୮ା୫: ସମଗ୍ର ଶିକ୍ଷା, ଯାଜପୁର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାଲ୍‌ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା ୫ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ ହୋଇଛି। ଏଥିରେ ୩ ଜଣ ଓଟିଇଟି ଏବଂ ଜଣେ ଲେଖାଏ ମାଟ୍ରିକ ଓ ବିଏଡ୍‌ ଡିଗ୍ରୀଧାରୀ ଶିକ୍ଷକ ରହିଛନ୍ତି। ଏହାବାଦ ଅନ୍ୟ ୨ ଜଣଙ୍କ ପ୍ରମାଣପତ୍ର ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଜିଲାରେ ଅଭିଯୋଗ ତୁଳନାରେ ଏସବୁ ସମୁଦ୍ରକୁ ଶଙ୍ଖେ, ଠିକ ଭାବେ ତଦନ୍ତ କଲେ ଅନେକ କଥା ସାମ୍ନାକୁ ଆସିବ ଓ ଅନେକଙ୍କ ମୁଖା ଖୋଲିବ ବୋଲି ମତପ୍ରକାଶ ପାଇଛି। ଜିଲାରେ ଆନୁମାନିକ ଭାବେ ୧୦୦ରୁ ଊର୍ଦ୍ଧ୍ୱ ଜାଲ୍‌ ପ୍ରମାଣପତ୍ରଧାରୀ ରହିଥିବେ ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ଜାଲ୍‌ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ର ହାସଲ କରି ଚାକିରି କରି ପାରୁଛନ୍ତି, ସେମାନେ ତଦନ୍ତକୁ ବି କିଣି ନେଇଛନ୍ତି ବୋଲି କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।
ନିଜ ପୂର୍ବପୁରୁଷଙ୍କ ଜାତି ଆଧାରରେ ଜମି ପଟ୍ଟା କିମ୍ବା ଅନ୍ୟ କେତେକ କାଗଜପତ୍ର ସହାୟତାରେ ତହସିଲ ପ୍ରଶାସନ ପକ୍ଷରୁ ଜାତିଗତ ପ୍ରମାଣପତ୍ର ଜାରି ହେଉଛି। ଜାତି ଅନୁସାରେ ଚାକିରି ସଂରକ୍ଷିତ ରହିଥିବାରୁ ଏଥିରେ ଜାଲିଆତି ସୀମା ଲଂଘିଛି। କିଛି ମାତ୍ର ଜମି କିଣି ସେଥିରେ ଜାତି ବଦଳାଇ ଜାଲ୍‌ ଜାତିଗତ ପ୍ରମାଣପତ୍ର ହାସଲ କରାଯାଇ ପାରୁଛି। ଏଭଳି ଜାଲିଆତି ସାରା ରାଜ୍ୟରେ କାୟାବିସ୍ତାର କରିଛି। ଗତ ଫେବୃୟାରୀରେ କଟକ ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲାର ଜାଲ୍‌ ଜାତିଗତ ପ୍ରମାଣପତ୍ର ଉପରେ ତଦନ୍ତ କରି ରିପୋର୍ଟ ଦାଖଲ ହୋଇଥିଲା। ନିଯୁକ୍ତି ସମୟରେ କେତେଜଣ ସାଧାରଣବର୍ଗର ବ୍ୟକ୍ତି କିଛି ଜମି କିଣି ସେଥିରେ ଶବର ଜାତି ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ଅଭିଯୋଗ ହୋଇଥିଲା। ହେଲେ ତହସିଲ ପ୍ରଶାସନ କୌଣସି କ୍ଷେତ୍ର ପରିଦର୍ଶନରେ ନ ଯାଇ କିମ୍ବା ମୂଳ ପରିବାର ସମ୍ପର୍କରେ ଛାନଭିନ ନ କରି ଅଭିଯୁକ୍ତ ଜାଲ୍‌ ଜାତିଗତ ପ୍ରମାଣପତ୍ରଧାରୀଙ୍କୁ କ୍ଲିନଚିଟ ଦେଇଥିଲେ। ଉକ୍ତ ତଦନ୍ତକୁ ଆରଡିସିସ୍ତରରେ ସୁରକ୍ଷା ଦେଇ ସମ୍ପୂର୍ଣ୍ଣ ଭାବେ କିଣା ଯାଇଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଫଳରେ ଏବେବି ଏକାଧିକ ଜାଲ୍‌ ଜାତିଗତ ପ୍ରମାଣପତ୍ରଧାରୀ ଶିକ୍ଷକତା କରୁଥିବାବେଳେ ବାସ୍ତବ ତଫସିଲଭୁକ୍ତ ଜାତି ଓ ଜନଜାତି ସଂପ୍ରଦାୟର ଛାତ୍ରୀଛାତ୍ର ବେକାରି ଜୀବନ ଅତିବାହିତ କରୁଥିବା ମତପ୍ରକାଶ ପାଇଛି।
ଯାଜପୁର ସମଗ୍ର ଶିକ୍ଷା ବିଭାଗର ଡିପିସିଙ୍କ ରିପୋର୍ଟ ଅନୁସାରେ ବଡ଼ଚଣା ବ୍ଲକ ତେଲିଗଡ ପ୍ରାଥମିକ ସ୍କୁଲର ଅନିୟ କୁମାର ବରାଳ, ଚାରିନଙ୍ଗଲ ସରକାରୀ ହାଇସ୍କୁଲର ରଜିଆ ସୁଲତାନା ଓ ଆକରବାଦ ପ୍ରାଥମିକ ସ୍କୁଲର ଜୟନ୍ତୀ ସାହୁଙ୍କ ଓଟିଇଟି ପ୍ରମାଣପତ୍ର ନକଲି ପ୍ରମାଣ ହୋଇଥିଲା। ଏମାନଙ୍କ ବିରୋଧରେ କାରଣଦର୍ଶାଅ ନୋଟିସ ଜାରି ହେବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଏହି ୩ ଜଣ କୋର୍ଟର ଆଶ୍ରୟ ନେଇଛନ୍ତି। ସେହିପରି ରସୁଲପୁର ବ୍ଲକ ଦୁର୍ଗାପୁର ସ୍କୁଲର ବିନୟଭୂଷଣ ଶରଣଙ୍କ ମାଟ୍ରିକ ଏବଂ କୋରେଇ ବ୍ଲକ ଦୁର୍ଯ୍ୟୋଧନ ସାହୁଙ୍କ ବିଏଡ୍‌ ସାର୍ଟିଫିକେଟ ନକଲି ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟ ଦୁଇଜଣ କୋରେଇ ବ୍ଲକ ତେଲୁଅ ସ୍କୁଲର ବାବାଜୀ ବେହେରା ବିଏଡ୍‌ ଏବଂ ଦଶରଥପୁର ବ୍ଲକ ପାଟପୁର ୟୁଜିଏମଇ ସ୍କୁଲର ବିଜୟ କୁମାର ବେହେରାଙ୍କ ଜାତିଗତ ପ୍ରମାଣପତ୍ର ଯଥାର୍ଥ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ଏକାଧିକ ଅଭିଯୁକ୍ତ ଶିକ୍ଷକମାନଙ୍କ ତାଲିକା ଏହି ରିପୋର୍ଟରେ ପ୍ରକାଶ ପାଇନାହିଁ। ଏପରିକି କୋରେଇ ଅଞ୍ଚଳର ଜଣେ ଜାଲ୍‌ ଜାତିଗତ (ଏସ୍‌ଟି) ପ୍ରମାଣପତ୍ର ହାସଲ କରି କେନ୍ଦ୍ରାପଡ଼ା ଜିଲାରେ ବିଇଓ ଭାବେ ଅବସ୍ଥାପିତ ଥିବା ନେଇ ଅଞ୍ଚଳବାସୀ ଏକାଧିକ ଥର ଅଭିଯୋଗ କରିଥିଲେ ହେଁ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଭାବେ ହାତଟେକି ଦେଇଛି। ଜିଲାରେ ଏଭଳି ଭାବେ ଶତାଧିକ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷକତା ଏବଂ ଅନ୍ୟାନ୍ୟ ସରକାରୀ ଚାକିରି କରୁଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କ ମତାମତ ନେବାକୁ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୭ ମିନିଟ ସମୟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri