Posted inଖେଳ

ଜାତୀୟ ଶକ୍ତି ଉତ୍ତୋଳନରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡ଼ଠାରେ ବୁଧବାର ଶେଷ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ଟି ପଦକ ମିଳିଛି। ଓଡ଼ିଶା ମହିଳା ଦଳ ଓଭରଅଲ୍‌ ରନରଅପ୍‌ ହୋଇଛି। ତନୟା ପଣ୍ଡା ୮୪, ସ୍ବାଗତିକା ଖଟେଇ ୬୯ ଓ ପ୍ରଭାତି ସିଂ ୫୨ କେଜି ବର୍ଗରେ ରୌପ୍ୟ ପଦକ ପାଇଥିବାବେଳେ ଦୀପକ କୁମାର ନାୟକ ୯୩ ଓ ଧନମଣି ଟୁଡୁ ୪୭ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତନୟା ପଣ୍ଡା ସ୍କ୍ବାଟ୍‌ରେ ୧୩୫ କେଜି (୩ୟ), ବେଞ୍ଚ ପ୍ରେସ୍‌ରେ ୭୫ (ପ୍ରଥମ) ଓ ଡେଡ୍‌ ଲିଫ୍ଟରେ ୧୫୦ (୩ୟ ସ୍ଥାନ) କେଜି ଉଠାଇ ଥିବାବେଳେ ସ୍ବାଗତିକା ଖଟେଇ ସ୍କ୍ବାଟ୍‌ରେ ୧୩୫ (୨ୟ), ଡେଡ୍‌ଲିଫ୍ଟରେ ୧୬୭.୫ (୨ୟ) ଓ ବେଞ୍ଚ୍‌ ପ୍ରେସ୍‌ରେ ୬୦ (୨ୟ) କେଜି ଉଠାଇଛନ୍ତି।

ସେହିପରି ପ୍ରଭାତି ସିଂ ସ୍କ୍ବାଟ୍‌ରେ ୧୩୦ (୩ୟ), ବେଞ୍ଚ୍‌ ପ୍ରେସ୍‌ରେ ୬୦(୨ୟ), ଡେଡ୍‌ ଲିଫ୍ଟରେ ୧୩୦ (୩ୟ) କେଜି, ଦୀପକ କୁମାର ସ୍କ୍ବାଟ୍‌ରେ ୨୫୨.୫, ବେଞ୍ଚ୍‌ ପ୍ରେସ୍‌ରେ ୧୪୨.୫, ଡେଡ୍‌ ଲିଫ୍ଟରେ ୨୮୦ କେଜି ଉଠାଇଥିଲେ। ଧନମଣି ଟୁଡୁ ସ୍କ୍ବାଟ୍‌ରେ ୧୦୦, ବେଞ୍ଚ୍‌ ପ୍ରେସ୍‌ରେ ୫୭ ଓ ଡେଡ୍‌ ଲିଫ୍ଟରେ ୧୨୦ କେଜି ଉତ୍ତୋଳନ କରିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗରେ ଶକ୍ତି ଉତ୍ତୋଳକମାନେ ଉଚ୍ଚ ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାସହ କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri