୫ ଲକ୍ଷ ଟଙ୍କାର ମୋବାଇଲ ଚୋରି କରିନେଲେ ଦୁର୍ବୃତ୍ତ

ମୁନିଗୁଡ଼ା,୧୯ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ରୋଡ୍‌ ହନୁମାନ ବଜାରରେ ବୁଧବାର ରାତିରେ ଗୋଟିଏ ମୋବାଇଲ ଦୋକାନ ଉପର ଟିଣ ଭାଙ୍ଗି ପ୍ରାୟ ୫ ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଥିବା ଜଣାପଡ଼ିଛି ।  ବିଭିନ୍ନ ନାମୀଦାମୀ କମ୍ପାନୀର ମୋବାଇଲ ସହ କିଛି ମୋବାଇଲ ସାମଗ୍ରୀ ଏହି ଦୋକାନରେ ବିକ୍ରି ହେଉଥିବା ଜଣାପଡ଼ିଛି। ଗୁରୁବାର ସକାଳୁ ଖବର ପାଇ ମୁନିଗୁଡ଼ା ଏସ୍‌ଡିିପିଓ ଆକାଶ ଚନ୍ଦ୍ର ସାହୁ , ଏସ୍‌ଆଇ ଏ.କେ. ବିଶୋୟୀ, କନଷ୍ଟେବଳ ଶ୍ରୀନିବାସ ଦଳାଇ, ଏ.କେ.ଟି ଶବର, ସନ୍ତୋଷ ଶବରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ କରିବା ସହ ତନାଘନା ଆରମ୍ଭ କରିଛନ୍ତି। ତେବେ ସେହି ସ୍ଥାନରେ ଲାଗିଥିବା ଗୋଟିଏ ସିସି କ୍ୟାମେରାକୁ ଦୁର୍ବୃତ୍ତମାନେ ଗତି ବଦଳାଇ ଦେଇଥିବା ଜଣାପଡ଼ିଛି l ଶୀଘ୍ର ଯାଞ୍ଚ କରି ଚୋରିରେ ସାମିଲ ଥିବା ଦୁର୍ବୃତ୍ତମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।