ନକଲି ସୁନାଇଟା ଦେଇ ୫ ଲକ୍ଷ ଠକେଇ

ଚୌଦ୍ୱାର,୨୯।୧୦(ଡି.ଏନ୍‌.ଏ.):  ଜଣେ ସୁନା ବ୍ୟବସାୟୀଙ୍କୁ ନକଲି ସୁନାଇଟା ଦେଇ ୫ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଚୌଦ୍ୱାର ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଓ ଚୌଦ୍ୱାର ଓଟିଏମ୍‌ କଲୋନୀରେ ରହୁଥିବା ବିହାର ସମସ୍ତିପୁର ଜିଲା ରୋସେରା ଥାନା ଏରୁଟା ଗ୍ରାମର ସଂଗ୍ରାମ ମହାତୋ। ସେମାନଙ୍କ ନିକଟରୁ ୧ଲକ୍ଷ ୪୫ହଜାର ଟଙ୍କା, ୯୦୦ ଗ୍ରାମ ଓଜନର ଏକ ନକଲି ସୁନାଇଟା ଓ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ଚୌଦ୍ୱାର ନବଗ୍ରହସାହିର ସୁଜିତ୍‌ କୁମାର ମହାରଣା ଜଣେ ସୁନା କାରିଗର। ବିଜୟ ତାଙ୍କ ପାଖକୁ ଆସି ସଂଗ୍ରାମ ମହାତୋ ନାମକ ଜଣେ ବ୍ୟକ୍ତି ଶସ୍ତାରେ ସୁନାଇଟା ବିକ୍ରି କରୁଥିବା କହିଥିଲେ। ଏପରି କି ସଂଗ୍ରାମଙ୍କ ପାଖରୁ ସୁନା କିଣିବା ପାଇଁ ପ୍ରବର୍ତ୍ତାଇଥିଲେ। ଏଥି ସହିତ ଏକ ସୁନାଇଟା ସୁଜିତ୍‌ଙ୍କୁ ଦେଇ ତାହା ଅସଲି କି ନକଲି ପରୀକ୍ଷା କରିବାକୁ କହିଥିଲେ। ଉକ୍ତ ସୁନାଇଟାକୁ ପରୀକ୍ଷା କରିବାରୁ ତାହା ଅସଲି ବୋଲି ଜଣାପଡ଼ିଥିଲା। ଗତ ୨୬ ତାରିଖରେ ସଂଗ୍ରାମ ସୁଜିତ୍‌ଙ୍କୁ ନେଇ ଗାନ୍ଧୀଛକ ଠାରେ ଛୋଟୁ ନାମକ ଜଣେ ଯୁବକ ଓ ଅନ୍ୟଜଣେ ଲୋକ ସହିତ ପରିଚୟ କରାଇଥିଲେ। ପରେ ସୁଜିତ୍‌ ଛୋଟୁକୁ ୫ଲକ୍ଷ ଟଙ୍କା ଦେଇ ସଂଗ୍ରାମ ମାର୍ଫତରେ ତାଙ୍କ ପାଖରୁ ୯୦୦ ଗ୍ରାମ ଓଜନର ଏକ ସୁନାଇଟା ନେଇଥିଲେ। ଏହାପରେ ଘରେ ଆସି ପରୀକ୍ଷା କରିବାରେ ତାହା ପିତ୍ତଳ ବୋଲି ଜଣାପଡ଼ିଥିଲା। ଏ ନେଇ ସୁଜିତ୍‌ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ. ୫୧୧/୨୦) ରୁଜୁ କରି ବିଜୟ ଓ ସଂଗ୍ରାମଙ୍କୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛୋଟୁ ଓ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବିରଞ୍ଚି ନାରାୟଣ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri