ଗରିବଙ୍କ ଚାଉଳରୁ ୫ କେ.ଜି. କାଟିଛନ୍ତି: ନବୀନ

ଭୁବନେଶ୍ବର, ୧୦ା୩(ବ୍ୟୁରୋ):ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୫ କେ.ଜି. ଚାଉଳ ବନ୍ଦ କରିବା ଏବଂ ଏଲ୍‌ପିଜି ଦରବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ବିଜେଡି ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ବୁଧବାର ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, ସମସ୍ତଙ୍କୁ ଏବଂ ବିଜେଡିର ଲକ୍ଷ ଲକ୍ଷ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଉଛି। ରାଜ୍ୟ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ଏ ପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି। ହେଲେ ସମସ୍ତେ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ୫ କେ.ଜି. କାଟି ଦେଇଛନ୍ତି। ସେହିପରି ଏଲ୍‌ପିଜି ଦର ଏବେ ଆକାଶଛୁଆଁ ହେଲାଣି। ଚାଉଳ କାଟିବା ଓ ଏଲ୍‌ପିଜି ଦର ବୃଦ୍ଧି ଯୋଗୁ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ ସେ କଡ଼ା ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମହିଳା ସଶକ୍ତୀକରଣ ବିଜେଡିର ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କ ପ୍ରିୟନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଛନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ପଞ୍ଚାୟତ ଓ ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟାକୁ ୩୩%ରୁ ୫୦%କୁ ବୃଦ୍ଧି କରାଯାଇଛି। ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦେବା ଲାଗି ବିଜେଡି ପକ୍ଷରୁ ଲଢ଼େଇ ଜାରି ରହିବ। ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ସମସ୍ତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି। ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱ ବଢ଼ିଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମହିଳାମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢ଼ିଛନ୍ତି। ଏସ୍‌ଏଚ୍‌ଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ମୁଁ ଚାହେଁ ରାଜ୍ୟର ମହିଳାମାନେ ସଶକ୍ତ ଏବଂ ସଫଳ ହୁଅନ୍ତୁ। ମହିଳାମାନଙ୍କ ଦକ୍ଷତା ନୂଆ ଓଡ଼ିଶାର ପରିଚୟ ହେଉ। ବିଜେଡି ସବୁବେଳେ ମହିଳାଙ୍କ ପାଇଁ କାମ କରୁଛି , ଆଗକୁ ମଧ୍ୟ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସେ ବନ୍ଦେ ଉତ୍କଳ ଜନନୀ କହି ତାଙ୍କ ଅଭିଭାଷଣ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri