୫ କେଜି ସୁନା, ୧୧.୫୫ ଲକ୍ଷ ଟଙ୍କା ଜବତ

ରାସୋଳ, ୧୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଦୀର୍ଘ ୫ ଦିନର ତନାଘନା ପରେ ପୋଲିସ ଏଥିରେ ସମ୍ପୃକ୍ତ ୧୧ଜଣଙ୍କ ମଧ୍ୟରୁ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଘଟଣାର ମାଷ୍ଟରମାଇଣ୍ଡ୍‌ ତଥା ରାସୋଳର ବିକାଶ ନାୟକ, ତାଙ୍କ ସହଯୋଗୀ ସମୀର ନାୟକ, ଚା’ ଦୋକାନୀ ଅଜିତ ସାହୁ, ରମାକାନ୍ତ ଭୋଇ, ଠେଙ୍ଗୁ, ଗୋବିନ୍ଦପୁରର ଗୌରୀଶଙ୍କର ପ୍ରଧାନ, ସିପୁନ୍‌ ଏବଂ ଅନୁଗୋଳର ଚିନୁ, ଗୁଡୁ। ବ୍ୟାଙ୍କରୁ ମୋଟ ୭ କେଜି ୨୮୨ ଗ୍ରାମ ୧୬ ମିଲିଗ୍ରାମ୍‌ ସୁନା ଏବଂ ୧୨ ଲକ୍ଷ ୭୭ ହଜାର ୭୩୫ ଟଙ୍କା ଲୁଟ୍‌ ହୋଇଥିଲା। ଅଦ୍ୟାବଧି ୫ କେଜି ୩୫୮ ଗ୍ରାମ ୪୨ ମିଲିଗ୍ରାମ୍‌ ସୁନା ଏବଂ ୧୧ ଲକ୍ଷ ୫୫ ହଜାର ୪୬୦ ଟଙ୍କା ଜବତ କରାଯାଇପାରିଛି। ଅନ୍ୟ ୨ ଅଭିଯୁକ୍ତ ଅନୁଗୋଳର କାଳିଆ ଏବଂ ତାଙ୍କର ଜଣେ ସହଯୋଗୀ ଫେରାର ଅଛନ୍ତି। ଅବଶିଷ୍ଟ ସୁନା ଓ ଟଙ୍କା ସେମାନଙ୍କ ନିକଟରେ ଥିବା ଅନୁମାନ କରାଯାଉଛି ବୋଲି ସୋମବାର ରାସୋଳ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଏଲ୍‌. ଦିବ୍ୟା ଭି. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍‌, ୪ ମୋବାଇଲ, ବ୍ୟାଙ୍କର ହାର୍ଡଡିସ୍କ ଜବତ ହୋଇଛି। ଏ ନେଇ ନଂ. ୯/୨୨ରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସନ୍ଦେହରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖାଯାଇଥିବାବେଳେ ତାଙ୍କୁ ଛାଡ଼ି ଦିଆଯାଇଛି। ସେହିପରି ଜଣେ ପୋଲିସ କର୍ମଚାରୀଙ୍କ ପୁଅଙ୍କ ଏଥିରେ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଥିବାବେଳେ ଏ ନେଇ ପୋଲିସ କୌଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ। ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, ଏସ୍‌ଡିପିଓ ମଳୟ ନାୟକ, ଆଇଆଇସି ବିଜୟ ହାଇବ୍ରୁ, ଏସ୍‌ଆଇ ଟି.ଏ. ଖାନ୍‌, ଏଏସ୍‌ଆଇ ରମେଶ ସ୍ବାଇଁ, କାଳିନ୍ଦୀ ରାଉତ, ଦିଲୀପ ସାହୁ ପ୍ରମୁଖଙ୍କ ଉଦ୍ୟମରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସ୍‌ପି କହିଛନ୍ତି।
ଜେଲ୍‌ଫେରନ୍ତା ମାଷ୍ଟରମାଇଣ୍ଡ
ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାସୋଳ ନୂଆପାଟଣା ଅଞ୍ଚଳର ବିକାଶ ନାୟକ ଜଣେ ଜେଲ ଫେରନ୍ତା। ଛୋଟବଡ଼ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ବିକାଶ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ଧରଣର ଡକାୟତି କରିବା ଲାଗି ଯୋଜନା କରିଥିଲେ। ଏଥିରେ ଅନୁଗୋଳର କାଳିଆ, ଚିନୁ ଏବଂ ଗୁଡୁଙ୍କ ସହଯୋଗ ଲୋଡ଼ିଥିଲେ। ଘଟଣା ଦିନ ଅର୍ଥାତ୍‌ ଗତ ୧୨ ତାରିଖ ସକାଳେ ଏକ ସ୍କୁଟି (ନଂ. ଓଡ଼ି ୩୫ ବି ୮୪୦୬)ରେ ଗୁଡୁ, ଚିନୁ, କାଳିଆ ଅନୁଗୋଳରୁ ଆସି ରାସୋଳରେ ପହଞ୍ଚତ୍ଥିଲେ। ଅନ୍ୟ ଏକ ବାଇକ୍‌ (ନଂ. ଓଡ଼ି ୧୯ ଟି ୧୧୪୪)ରେ ବିକାଶ, ସମୀର, ଠେଙ୍ଗୁ ପହଞ୍ଚତ୍ ଥିଲେ। ବ୍ୟାଙ୍କ ନିକଟରେ ଗହଳି ଏଡ଼ାଇବାକୁ ପୂର୍ବ ଯୋଜନା ଅନୁଯାୟୀ ଅଜିତ୍‌ ସେହିଦିନ ଚା’ ଦୋକାନ ଖୋଲି ନ ଥିଲେ। ଝିପିଝିପି ବର୍ଷା ହେଉଥିବାରୁ ଅପରାହ୍ନରେ ବ୍ୟାଙ୍କରେ କେହି ଗ୍ରାହକ ନ ଥିଲେ। ଏହାର ସୁଯୋଗରେ ସମୀର, ଠେଙ୍ଗୁ, ଚିନୁ ଏବଂ କାଳିଆ ବ୍ୟାଙ୍କ ଭିତରେ ପଶିଥିଲେ। ମ୍ୟାନେଜର ମୋନିକା ଓରାମ୍‌, କ୍ୟାଶିୟର ରୋଶନ କୁମାରଙ୍କ ସମେତ ଅନ୍ୟ ୨କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ମ୍ୟାନେଜର ଏବଂ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ୨ ଭ୍ୟାନିଟିରେ ଲୁଟ୍‌ ଟଙ୍କା, ସୁନା ଭର୍ତ୍ତି କରି ଚମ୍ପଟ ମାରିଥିଲେ।
କଟକରେ ଅଳଙ୍କାର ବିକ୍ରି ଯୋଜନା
ବ୍ୟାଙ୍କରୁ ଲୁଟ୍‌ ସୁନା କଟକରେ ବିକ୍ରି କରିବାକୁ ଯୋଜନା କରିଥିଲେ ଡକାୟତି ଗ୍ୟାଙ୍ଗ୍‌। ଏଥିଲାଗି ସେମାନେ ପ୍ରସ୍ତୁତ କରିଥିଲେ ସୁଚିନ୍ତିତ ବ୍ଲୁପ୍ରିଣ୍ଟ। ତଦନୁଯାୟୀ ବିକାଶ, କାଳିଆ, ଗୁଡୁ ବାଇକ୍‌ (ନଂ. ଓଡ଼ି ୧୯ ଟି ୧୧୪୪)ରେ ରାସୋଳ ବଜାରରୁ ହିନ୍ଦୋଳ ରୋଡ୍‌ ୫୩ନଂ. ଏନ୍‌ଏଚ୍‌ରେ ପହଞ୍ଚତ୍ଥିଲେ। ସମୀରଙ୍କ ନିର୍ଦ୍ଦେଶରେ ସିପୁନ୍‌ ଏବଂ ଗୌରୀଶଙ୍କର ଢେଙ୍କାନାଳରୁ ଏକ ଭଡ଼ା ଟ୍ୟାକ୍ସି ଯୋଗାଡ଼ କରି ବାଇପାସ୍‌ରେ ଅପେକ୍ଷା କରିଥିଲେ। କାଳିଆ, ବିକାଶ, ଗୁଡୁ, ସିପୁନ୍‌ ଗାଡ଼ିରେ ବସିଥିଲେ ଏବଂ ଗୌରୀଶଙ୍କର ବାଇକ୍‌ରେ ପାଇଲଟିଂ କରିଥିଲେ। ତେବେ ଅଭିଯୁକ୍ତଙ୍କ ହାବଭାବ, କଥାବାର୍ତ୍ତାରୁ ଡ୍ରାଇଭରଙ୍କ ସନ୍ଦେହ ଉପୁଜିଥିଲା। ଫଳରେ ସେ ବାହାନା କରି ଗୋବିନ୍ଦପୁରଠାରେ ଗାଡ଼ି ଅଟକାଇଥିଲେ। ଏକ ପାନଦୋକାନରେ ଅଭିଯୁକ୍ତଙ୍କ ସମ୍ପର୍କରେ ଖୋଳତାଡ଼ କରିବା ବେଳେ ସେଠାରେ ଉପସ୍ଥିତ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ବବିତା ଦେହୁରୀ ଏବଂ ଅନ୍ୟ ଜଣେ ଏସ୍‌ଆଇ ଟ୍ୟାକ୍ସି ପାଖରେ ପହଞ୍ଚତ୍ ସିପୁନ୍‌ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତେବେ ଅନ୍ୟମାନେ ଚମ୍ପଟ ମାରିଥିଲେ। ପଚରାଉଚୁରା ପରେ ପ୍ରଥମେ ଗୌରୀଶଙ୍କର ଏବଂ ତାଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri