୫ କେଜି ସୁନା, ୧୧.୫୫ ଲକ୍ଷ ଟଙ୍କା ଜବତ

ରାସୋଳ, ୧୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଦୀର୍ଘ ୫ ଦିନର ତନାଘନା ପରେ ପୋଲିସ ଏଥିରେ ସମ୍ପୃକ୍ତ ୧୧ଜଣଙ୍କ ମଧ୍ୟରୁ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଘଟଣାର ମାଷ୍ଟରମାଇଣ୍ଡ୍‌ ତଥା ରାସୋଳର ବିକାଶ ନାୟକ, ତାଙ୍କ ସହଯୋଗୀ ସମୀର ନାୟକ, ଚା’ ଦୋକାନୀ ଅଜିତ ସାହୁ, ରମାକାନ୍ତ ଭୋଇ, ଠେଙ୍ଗୁ, ଗୋବିନ୍ଦପୁରର ଗୌରୀଶଙ୍କର ପ୍ରଧାନ, ସିପୁନ୍‌ ଏବଂ ଅନୁଗୋଳର ଚିନୁ, ଗୁଡୁ। ବ୍ୟାଙ୍କରୁ ମୋଟ ୭ କେଜି ୨୮୨ ଗ୍ରାମ ୧୬ ମିଲିଗ୍ରାମ୍‌ ସୁନା ଏବଂ ୧୨ ଲକ୍ଷ ୭୭ ହଜାର ୭୩୫ ଟଙ୍କା ଲୁଟ୍‌ ହୋଇଥିଲା। ଅଦ୍ୟାବଧି ୫ କେଜି ୩୫୮ ଗ୍ରାମ ୪୨ ମିଲିଗ୍ରାମ୍‌ ସୁନା ଏବଂ ୧୧ ଲକ୍ଷ ୫୫ ହଜାର ୪୬୦ ଟଙ୍କା ଜବତ କରାଯାଇପାରିଛି। ଅନ୍ୟ ୨ ଅଭିଯୁକ୍ତ ଅନୁଗୋଳର କାଳିଆ ଏବଂ ତାଙ୍କର ଜଣେ ସହଯୋଗୀ ଫେରାର ଅଛନ୍ତି। ଅବଶିଷ୍ଟ ସୁନା ଓ ଟଙ୍କା ସେମାନଙ୍କ ନିକଟରେ ଥିବା ଅନୁମାନ କରାଯାଉଛି ବୋଲି ସୋମବାର ରାସୋଳ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଏଲ୍‌. ଦିବ୍ୟା ଭି. ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍‌, ୪ ମୋବାଇଲ, ବ୍ୟାଙ୍କର ହାର୍ଡଡିସ୍କ ଜବତ ହୋଇଛି। ଏ ନେଇ ନଂ. ୯/୨୨ରେ ଏକ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସନ୍ଦେହରେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖାଯାଇଥିବାବେଳେ ତାଙ୍କୁ ଛାଡ଼ି ଦିଆଯାଇଛି। ସେହିପରି ଜଣେ ପୋଲିସ କର୍ମଚାରୀଙ୍କ ପୁଅଙ୍କ ଏଥିରେ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଥିବାବେଳେ ଏ ନେଇ ପୋଲିସ କୌଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ। ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ର, ଏସ୍‌ଡିପିଓ ମଳୟ ନାୟକ, ଆଇଆଇସି ବିଜୟ ହାଇବ୍ରୁ, ଏସ୍‌ଆଇ ଟି.ଏ. ଖାନ୍‌, ଏଏସ୍‌ଆଇ ରମେଶ ସ୍ବାଇଁ, କାଳିନ୍ଦୀ ରାଉତ, ଦିଲୀପ ସାହୁ ପ୍ରମୁଖଙ୍କ ଉଦ୍ୟମରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସ୍‌ପି କହିଛନ୍ତି।
ଜେଲ୍‌ଫେରନ୍ତା ମାଷ୍ଟରମାଇଣ୍ଡ
ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାସୋଳ ନୂଆପାଟଣା ଅଞ୍ଚଳର ବିକାଶ ନାୟକ ଜଣେ ଜେଲ ଫେରନ୍ତା। ଛୋଟବଡ଼ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ବିକାଶ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ଧରଣର ଡକାୟତି କରିବା ଲାଗି ଯୋଜନା କରିଥିଲେ। ଏଥିରେ ଅନୁଗୋଳର କାଳିଆ, ଚିନୁ ଏବଂ ଗୁଡୁଙ୍କ ସହଯୋଗ ଲୋଡ଼ିଥିଲେ। ଘଟଣା ଦିନ ଅର୍ଥାତ୍‌ ଗତ ୧୨ ତାରିଖ ସକାଳେ ଏକ ସ୍କୁଟି (ନଂ. ଓଡ଼ି ୩୫ ବି ୮୪୦୬)ରେ ଗୁଡୁ, ଚିନୁ, କାଳିଆ ଅନୁଗୋଳରୁ ଆସି ରାସୋଳରେ ପହଞ୍ଚତ୍ଥିଲେ। ଅନ୍ୟ ଏକ ବାଇକ୍‌ (ନଂ. ଓଡ଼ି ୧୯ ଟି ୧୧୪୪)ରେ ବିକାଶ, ସମୀର, ଠେଙ୍ଗୁ ପହଞ୍ଚତ୍ ଥିଲେ। ବ୍ୟାଙ୍କ ନିକଟରେ ଗହଳି ଏଡ଼ାଇବାକୁ ପୂର୍ବ ଯୋଜନା ଅନୁଯାୟୀ ଅଜିତ୍‌ ସେହିଦିନ ଚା’ ଦୋକାନ ଖୋଲି ନ ଥିଲେ। ଝିପିଝିପି ବର୍ଷା ହେଉଥିବାରୁ ଅପରାହ୍ନରେ ବ୍ୟାଙ୍କରେ କେହି ଗ୍ରାହକ ନ ଥିଲେ। ଏହାର ସୁଯୋଗରେ ସମୀର, ଠେଙ୍ଗୁ, ଚିନୁ ଏବଂ କାଳିଆ ବ୍ୟାଙ୍କ ଭିତରେ ପଶିଥିଲେ। ମ୍ୟାନେଜର ମୋନିକା ଓରାମ୍‌, କ୍ୟାଶିୟର ରୋଶନ କୁମାରଙ୍କ ସମେତ ଅନ୍ୟ ୨କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ମ୍ୟାନେଜର ଏବଂ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ୨ ଭ୍ୟାନିଟିରେ ଲୁଟ୍‌ ଟଙ୍କା, ସୁନା ଭର୍ତ୍ତି କରି ଚମ୍ପଟ ମାରିଥିଲେ।
କଟକରେ ଅଳଙ୍କାର ବିକ୍ରି ଯୋଜନା
ବ୍ୟାଙ୍କରୁ ଲୁଟ୍‌ ସୁନା କଟକରେ ବିକ୍ରି କରିବାକୁ ଯୋଜନା କରିଥିଲେ ଡକାୟତି ଗ୍ୟାଙ୍ଗ୍‌। ଏଥିଲାଗି ସେମାନେ ପ୍ରସ୍ତୁତ କରିଥିଲେ ସୁଚିନ୍ତିତ ବ୍ଲୁପ୍ରିଣ୍ଟ। ତଦନୁଯାୟୀ ବିକାଶ, କାଳିଆ, ଗୁଡୁ ବାଇକ୍‌ (ନଂ. ଓଡ଼ି ୧୯ ଟି ୧୧୪୪)ରେ ରାସୋଳ ବଜାରରୁ ହିନ୍ଦୋଳ ରୋଡ୍‌ ୫୩ନଂ. ଏନ୍‌ଏଚ୍‌ରେ ପହଞ୍ଚତ୍ଥିଲେ। ସମୀରଙ୍କ ନିର୍ଦ୍ଦେଶରେ ସିପୁନ୍‌ ଏବଂ ଗୌରୀଶଙ୍କର ଢେଙ୍କାନାଳରୁ ଏକ ଭଡ଼ା ଟ୍ୟାକ୍ସି ଯୋଗାଡ଼ କରି ବାଇପାସ୍‌ରେ ଅପେକ୍ଷା କରିଥିଲେ। କାଳିଆ, ବିକାଶ, ଗୁଡୁ, ସିପୁନ୍‌ ଗାଡ଼ିରେ ବସିଥିଲେ ଏବଂ ଗୌରୀଶଙ୍କର ବାଇକ୍‌ରେ ପାଇଲଟିଂ କରିଥିଲେ। ତେବେ ଅଭିଯୁକ୍ତଙ୍କ ହାବଭାବ, କଥାବାର୍ତ୍ତାରୁ ଡ୍ରାଇଭରଙ୍କ ସନ୍ଦେହ ଉପୁଜିଥିଲା। ଫଳରେ ସେ ବାହାନା କରି ଗୋବିନ୍ଦପୁରଠାରେ ଗାଡ଼ି ଅଟକାଇଥିଲେ। ଏକ ପାନଦୋକାନରେ ଅଭିଯୁକ୍ତଙ୍କ ସମ୍ପର୍କରେ ଖୋଳତାଡ଼ କରିବା ବେଳେ ସେଠାରେ ଉପସ୍ଥିତ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ବବିତା ଦେହୁରୀ ଏବଂ ଅନ୍ୟ ଜଣେ ଏସ୍‌ଆଇ ଟ୍ୟାକ୍ସି ପାଖରେ ପହଞ୍ଚତ୍ ସିପୁନ୍‌ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତେବେ ଅନ୍ୟମାନେ ଚମ୍ପଟ ମାରିଥିଲେ। ପଚରାଉଚୁରା ପରେ ପ୍ରଥମେ ଗୌରୀଶଙ୍କର ଏବଂ ତାଙ୍କ ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri