ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୫: ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ରାଜ୍ୟରେ ଶନିବାର ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୨ଜଣ ରହିଥିବା ବେଳେ ପୁରୀ-ଭୁବନେଶ୍ୱର-କଟକରୁ ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମ ଜିଲାର ମୃତକ ଦ୍ୱୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୫୫ ଓ ୭୨। ତେବେ ୭୨ ବର୍ଷୀୟ ବୃଦ୍ଧ ପୂର୍ବରୁ ଡାଇବେଟିସ୍‌ ରୋଗରେ ପୀଡିତ ଥିଲେ। ସେହିପରି ପୁରୀର ମୃତକଙ୍କ ଜଣଙ୍କ ୭୦ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ପୂର୍ବରୁ ସେ ମଧ୍ୟ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ। କଟକର ମୃତକ ୪୬ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ସେ ଡାଇବେଟିସ୍‌ ସମେତ ଅନ୍ୟ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ମୃତକ ଜଣଙ୍କ ମହିଳା। ତାଙ୍କ ବୟସ ୫୬। ସେ ଡାଇବେଟିସ ରୋଗାରେ ଆକ୍ରାନ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri