ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ,୯ା୧୧(କଳ୍ପତରୁ ନାୟକ)ବିଦ୍ୟାଳୟ ରୂପାନ୍ତରୀକରଣ କରାଯାଉଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଗୋଟିଏ କୋଠରିରେ ବସୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀଛାତ୍ର। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ଇଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ଏପରି ସମସ୍ୟା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି।
ଜିଲା ଅଭିଭାବକ ମହାସଂଘ ସମ୍ପାଦକ ନରେନ୍ଦ୍ର ଧଳ କୁହନ୍ତି, ଖଡିଅଣ୍ଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରୀଛାତ୍ର ଅଛନ୍ତି। ଏଥିପାଇଁ ୨ ଜଣ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ହେଲେ ପିଲାମାନେ ବସି ପଢ଼ିବା ପାଇଁ ଶ୍ରେଣୀଗୃହ ନାହିଁ। ପୂର୍ବରୁ ଶିକ୍ଷାନୁଷ୍ଠାନ ପାଖରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ପାଠପଢା ହେଉଥିଲା। ବର୍ତ୍ତମାନ ବାତ୍ୟା ଆଶ୍ରୟସ୍ଥଳ କୋଠାଟି ଭାଙ୍ଗିରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଗୋଟିଏ ଶ୍ରେଣୀ ଗୃହରେ ବିଭିନ୍ନ ଶ୍ରେଣୀର ୪୭ ପିଲାଙ୍କୁ ୨ ଜଣ ଶିକ୍ଷୟିତ୍ରୀ କେମିତି ପାଠ ପଢ଼ାଉଥିବେ ତାହା ସହଜରେ ଅନୁମାନ କରିହେଉଛି। କେବଳ ଏତିକିରେ ସ୍କୁଲ ସମସ୍ୟା ସରିନାହିଁ। ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ବସି ଖାଇବାକୁ ମଧ୍ୟ ଜାଗା ନାହିଁ। ଖୋଲା ଆକାଶ ତଳେ ବସି ସେମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ସ୍କୁଲ କମିଟି ସମ୍ପାଦକ ପ୍ରଶାନ୍ତ ଦାସ କହିଛନ୍ତି, ସ୍କୁଲର ଶ୍ରେଣୀ ଗୃହ ନ ଥିବାରୁ ଠିକ୍‌ ଭାବେ ପାଠ ପଢ଼ା ହୋଇପାରୁନାହିଁ। ଜଣେ ଶିକ୍ଷକ ଗୋଟାଏ ଶ୍ରେଣୀରେ ପାଠ ପଢ଼ାଇ ସାରିବା ପରେ ଆଉ ଗୋଟାଏ ଶ୍ରେଣୀରେ ପାଠ ପଢ଼ାଉଛନ୍ତି। ବର୍ଷେ ତଳୁ ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ବିଇଓ ଓ ଡିଇଓଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ବର୍ତ୍ତମାନ ସ୍କୁଲ ଗୃହ ମରାମତି କାମ ହେଉଛି। ମାତ୍ର ତାହା ଠିକ୍‌ ଢଙ୍ଗରେ ହେଉନାହଁି। ପାଠପଢ଼ାରେ ହେଉଥିବା ଅସୁବିଧା ଦୂର କରିବାକୁ ଦାବି କରାଯାଇଛି। ହେଲେ ଏଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖଡ଼ଇଣ୍ଟା ଗ୍ରାମର ବୁଦ୍ଧିଜୀବୀ ପ୍ରଭାକର ସେଠୀ, ସୁଶାନ୍ତ ସାମଲ, ଅଶୋକ ମହାନ୍ତି ପ୍ରମୁଖ କହିଛନ୍ତି, ସ୍କୁଲ୍‌ ରୂପାନ୍ତରୀକରଣ ଯୋଜନା ପ୍ରହସନ ପାଲଟିଛି। ଆମ ଗ୍ରାମ ସ୍କୁଲର ଘର ନାହଁି। ସରକାର ନୂଆ ଘର ତିଆରି କରୁ ନାହାନ୍ତି। ଗୋଟିଏ ଶ୍ରେଣୀ ଗୃହରେ ବସି ଛାତ୍ରୀଛାତ୍ର ପାଠ ପଢ଼ୁଥିବାରୁ ଭଲ ଭାବେ ଶିକ୍ଷାଦାନ ହୋଇପାରୁନାହିଁ। ଶିକ୍ଷାନୁଷ୍ଠାନ ପାଖରେ ଥିବା ବାତ୍ୟା ଆଶ୍ରୟସ୍ଥଳ କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି। ତେଣୁ ସେଠାରେ ପାଠପଢ଼ା ହେଉନାହିଁ। ଫଳରେ ଗୋଟିଏ କୋଠରିରେ ୫ ଶ୍ରେଣୀର ପିଲାମାନଙ୍କୁ ବସାଯାଇ ଶିକ୍ଷାଦାନ କରାଯାଉଛି। କେବଳ ଶ୍ରେଣୀଗୃହ ନୁହେଁ, ବିଦ୍ୟାଳୟ ଚାରିପାଖେ ପାଚେରି ନିର୍ମାଣ ହେଉନାହିଁ। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନାହିଁ। ବିଦ୍ୟାଳୟ ରାସ୍ତା ପକ୍କା ହୋଇ ନ ଥିବାରୁ ବର୍ଷାଦିନେ ପାଣି କାଦୁଅରେ ଯିବାକୁ ପିଲା ଅନିଚ୍ଛା ପ୍ରକାଶ କରୁଛନ୍ତି। ବିଦ୍ୟାଳୟର ପାଚେରି ନ ଥିବାରୁ ଗୋରୁ ଅବାଧରେ ପ୍ରବେଶ କରୁଛନ୍ତି। ଏ ନେଇ ଛାତ୍ର, ଅଭିଭାବକ ଓ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଏବିଇଓ ଚନ୍ଦ୍ର ଶେଖର ତ୍ରିପାଠୀଙ୍କୁ ପଚାରିବାରେ ସ୍କୁଲର ଗୃହ ନ ଥିବା କଥା ପଞ୍ଚାୟତ ବୁଝୁଛି। ଶିକ୍ଷକ ନ ଥିବା ନେଇ କହିଥିଲେ, ସରକାରୀ ଗାଇଡ ଲାଇନ ଅନୁଯାୟୀ, ୩୦ ଜଣ ପିଲାରେ ଜଣେ ଶିକ୍ଷକ ଦିଆଯାଉଛି। ଯେହେତୁ ଖଡ଼ଇଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୭ ପିଲା ଥିବାରୁ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri