ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ଖୁଣ୍ଟରୁ ଏକ ତାର ଖସିଯାଇ ବିଲ ମଝିରେ ପଡି ରହିଥିଲା। ଉଦୟ ଚରଣ ଜାନୀଙ୍କ ୩ ଏବଂ ଅଙ୍ଗଦ ଜାନୀଙ୍କ ୨ ଟି ମଇଁଷି ଥିଲେ। ଗ୍ରାମବାସୀ ଏହି ଅଘଟଣ ପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିବା ସହିତ ମାଲିକମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଏନେଇ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ବିଚିତ୍ରା ବିଷୋୟୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବ।

