ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮:

ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ଏହାକୁ ପଣ୍ଡ କରିଛି। ବ୍ରଜରାଜନଗର ପୋଲିସ ସୋନୁଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅନ୍ୟ ୪ ଅଭିଯୁକ୍ତ ହେଲେ ରାମପୁର କୋଲିଆରିର ସନ୍ତୋଷ ବିଶ୍ୱାଳ (୩୦) ଓରଫ (ଜିତୁ), ରାମପୁର ବିହାରୀପଡାର ଧନଞ୍ଜୟ କିଷାନ (୨୭), ଅଭୟପୁରର ଚରଣଜିତ ସିଂହ (୨୩) ଓରଫ ହାପି ଓ ବାସୁପାଲି ଗ୍ରାମର ଦୀନେଶ ସେନାପତି(୨୩)। ସନ୍ତୋଷଙ୍କ ନିକଟରୁ ପୋଲିସ ଏକ ବନ୍ଧୁକ ସହିତ ୪ରାଉଣ୍ଡ ଗୁଳି ଜବତ କରିଛି। ଏ ନେଇ ପୋଲିସ ଆଇପିସି ଦଫା ୟୁ/ଏସ୍‌ ୩୯୯, ୪୦୨, ୨୫ଆର୍ମ ଆକ୍ଟରେ ମାମଲା (ନଂ୨୫୨/୨୨) ରୁଜୁକରି ତଦନ୍ତ ଚଳାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚରଣଜିତଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି।
ପୋଲିସ୍‌ ସୂତ୍ରରୁ ପ୍ରକାଶ ଅପରାଧୀ ସୋନୁ ଘୋଷ ବିଭିନ୍ନ ସଙ୍ଗିନ ମାମଲାରେ ସମ୍ପୃକ୍ତ ରହିଥିବାବେଳେ ପୋଲିସ ତାଙ୍କୁ ଏନ୍‌ଏସ୍‌ଏରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବାବେଳେ ୧ସପ୍ତାହ ତଳେ ଜେଲ୍‌ରୁ ମୁକୁଳିଥିଲେ ା ସନ୍ତୋଷ ବିଶ୍ୱାଳ ମଧ୍ୟ ଜେଲ୍‌ରୁ ମୁକୁଳିଥିଲେ। ଏମାନେ ଅପରାଧମୂଳକ କାର୍ଯ୍ୟ ଘଟାଇବା ଆଶଙ୍କାକରି ପୋଲିସ୍‌ ଏମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ସହଯୋଗୀଙ୍କ ସହ ମିଶି ସୋନୁ ସୋମବାର ସନ୍ଧ୍ୟାରେ ରାମପୁର ଫାଣ୍ଡି ଅନ୍ତର୍ଗତ କୁଦପାଲି ଜଙ୍ଗଲ ମଧ୍ୟରେ ଅସ୍ତ୍ରଶସ୍ତ୍ର ଧରି ଲଖନପୁର କୋଇଲାଖଣି ଅଞ୍ଚଳରେ ଡକାୟତି ଯୋଜନା ଚଳାଇଥିଲେ। ବିଶେଷ ସୂତ୍ରରୁ ଖବରପାଇ ଏସ୍‌ଡିପିଓ ଭୋଇଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଉକ୍ତ ଜଙ୍ଗଲ ଉପରେ ଚଢାଉକରି ସୋନୁଙ୍କ ସମେତ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅନ୍ୟ ୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଫେରାର୍‌ ୨ଜଣଙ୍କ ମଧ୍ୟରୁ ଅଭିଯୁକ୍ତ ଦୀନେଶଙ୍କୁ ଓରିଏଣ୍ଟ ଥାନା ଅଞ୍ଚଳରୁ ପୋଲିସ୍‌ ଗିରଫ କରିଛି। ଅନ୍ୟ ଜଣେ ଫେରାର୍‌ ଅଭିଯୁକ୍ତଙ୍କୁ ବହୁଶୀଘ୍ର ଗିରଫ କରାଯିବବୋଲି ଏସ୍‌ଡିପିଓ ଭୋଇ କହିଛନ୍ତି। ସୂଚନାଯୋଗ୍ୟ ବ୍ରଜରାଜନଗରର ୨ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବା ପରେ ଗୁଳିକାଣ୍ଡ ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିଥିଲା ା ଏଥିରେ ସମ୍ପୃକ୍ତ ୨ଗୋଷ୍ଠୀର ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫକରି କୋର୍ଟ ଚାଲାଣ କରିଥିଲା ା ଉଭୟ ଗୋଷ୍ଠୀର ଅଭିଯୁକ୍ତ ଏବେ ଜେଲ୍‌ରୁ ମୁକୁଳିଥିବାବେଳେ ପୁଣି ପୂର୍ବ ଶତ୍ରୁତାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଆଶଙ୍କା କରି ପୋଲିସ୍‌ ସତର୍କ ଦୃଷ୍ଟି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri