Posted inଜାତୀୟ

NEET ପ୍ରଶ୍ନପତ୍ର ଲିକ୍‌ ମାମଲା, ଗିରଫ ହେଲେ ଆଉ ୫

ନୂଆଦିଲ୍ଲୀ, ୨୨।୬: ସାରା ଦେଶରେ ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ବିକ୍ଷୋଭ ଜାରି ରହିଛି । ବିହାର ପୋଲିସ୍‌ ତଦନ୍ତରେ ଲାଗି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜୁଛି । ଏହାରି ମଧ୍ୟରେ ବିହାର ପୋଲିସ୍‌ର ଅର୍ଥନୈତିକ ଅପରାଧ ୟୁନିଟ୍‌କୁ ଏକ ବଡ଼ ସଫଳତା ମିଳିଛି । ଶୁକ୍ରବାର ଏହି ମାମଲାରେ ଜଡ଼ିତ ଥିବା ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏଥିସହିତ ନିଟ୍‌ ମାମଲାରେ ମୋଟ ୧୮ ଜଣଙ୍କୁ ଗିରଫ କରାଗଲାଣି ।

ମିଳିଥିବା ସୂଚନା ଅନୁସାରେ ଏହି ୫ ଜଣଙ୍କୁ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳରୁ ଗିରଫ କରାଯାଇଛି । ସେମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପାଟନା ନିଆଯାଇଛି । ପୂର୍ବରୁ ରାଞ୍ଚିରୁ ବାପ-ପୁଅ ଦୁଇଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା ।

ସୂଚନା ଥାଉକି, ଏହି ପେପର ଲିକ୍‌ ଘଟଣା ଏକ ଫୋନ୍‌ କଲ୍‌ ପରେ ସନ୍ଦେହ ଘେରକୁ ଆସିଥିଲା ବୋଲି ଜଣାପଡ଼ିଛି । ମେ ୫ ତାରିଖରେ ନିଟ୍‌ ପରୀକ୍ଷା ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ପାଟନା ପୋଲିସକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ନିଜ ନାଁ ନକହି ୪ ଅପରାଧୀ ଏକ ଏସ୍‌ୟୁଭିରେ ତାଙ୍କର ଠିକଣା ସ୍ଥଳକୁ ଯାଉଥିବା କହିଥିଲେ । ହେଲେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ଏହି ଫୋନ୍‌ କଲ୍‌ ହିଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଧରାପାକାଇ ଦେଇଥିବା କୁହାଯାଉଛି ।

ପାଟନାର ଶାସ୍ତ୍ରୀ ନଗର ପୋଲିସ ଟିମ୍‌ ଫୋନ୍‌ରେ ମିଳିଥିବା ଏହି ସୂଚନାକୁ ନେଇ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଏସ୍‌ୟୁଭିରେ ଥିବା ୪ ଜଣ ଲୋକଙ୍କୁ ଧରିଥିଲା । ସେମାନଙ୍କୁ ଯେତେବେଳେ ପୋଲିସ୍‌ ଜୋର ଦେଇ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ସେମାନେ ପୋଲିସକୁ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ନିଟ୍‌ ୟୁଜି ଦେବା ପାଇଁ ୩୦ ପରୀକ୍ଷାର୍ଥୀ ରହିଥିଲେ । ଏମାନେ ନିଟ୍‌ ପ୍ରଶ୍ନ ଏବଂ ତାର ଉତ୍ତର ପାଇଁ ୩୦ ରୁ ୫୦ ଲକ୍ଷ ଲେଖାଏଁ ଦେଇଥିବା କୁହାଯାଉଛି । ସେମାନଙ୍କୁ ରାମକୃଷ୍ଣ ନଗରରେ ରଖାଯାଇଥିବା ପୋଲିସ କହିଛି । ରାତି ସାରା ସେମାନଙ୍କୁ ପ୍ରଶ୍ନ ଉତ୍ତର ମନେରଖିବାକୁ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri