Categories: ବାଣିଜ୍ୟ

୫.୮୯ କୋଟି ଆଇଟିଆର୍‌ ଫାଇଲ

ନୂଆଦିଲ୍ଲୀ,୨।୧: ଭାରତର ବିକାଶ ପାଇଁ ଦେଶବାସୀ ଧୀରେ ଧୀରେ ଆଗଭର ହେଉଛନ୍ତି। ଫଳସ୍ବରୂପ ୨୦୨୦-୨୧ ଆର୍ଥିକ (ମାର୍ଚ୍ଚ ୨୦୨୧ ଶେଷ ହୋଇଥିବା) ବର୍ଷ ପାଇଁ ମୋଟ ୫.୮୯ କୋଟିର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲ କରାଯାଇଛି। ବିଭାଗର ନୂତନ ଇ-ଫାଇଲ୍‌ ପୋର୍ଟାଲରେ ସ୍ପଷ୍ଟ କରାଯାଇଛି ଯେ ୨୦୨୧ ଡିସେମ୍ବର ୩୧ସୁଦ୍ଧା ଏହା ଦାଖଲ କରାଯାଇଛି। ଶନିବାର ଏ ନେଇ ଆଇଟି ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କେବଳ ଡିସେମ୍ବର ୩୧ରେ ୪୬.୧୧ଲକ୍ଷରୁ ଅଧିକ ଆଇଟିଆର୍‌ ଦାଖଲ କରାଯାଇଛି ବୋଲି ସୂଚନା ମିଳିଛି। ସେହିଭଳି କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ଏକ ବିବୃତିରେ କହିଛି, ଆୟକର ବିଭାଗର ନୂତନ ଇ-ଫାଇଲ୍‌ ପୋର୍ଟାଲରେ ପ୍ରାୟ ୫.୮୯ କୋଟିର ଆୟକର ରିଟର୍ନ ଫାଇଲ କରାଯାଇଛି।

Share