କେଡ୍ରିଟ କାର୍ଡରୁ ୫.୬୯ ଲକ୍ଷ ନେଇଗଲେ

ବ୍ରହ୍ମପୁର ଅଫିସ,୨।୧୦: ଗଞ୍ଜାମ ଜିଲାରେ ଏବେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକ ଗ୍ୟାଙ୍ଗ ବିଭିନ୍ନ ଉପାୟରେ ଲୋକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଏହି ଧାରାରେ ବ୍ରହ୍ମପୁର ସହରରେ ଥିବା ଜଣେ ବ୍ୟକ୍ତିଙ୍କଠାରୁ ଗ୍ୟାଙ୍ଗ ପ୍ରାୟ ୫. ୬୯ଲକ୍ଷ ଟଙ୍କା ଠକେଇ କରିଛନ୍ତି। ଏନେଇ ହର୍ଷବିହାରର ଅର୍ଜୁନ ସ୍ବାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୪୨/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପ୍ରକାଶ ଯେ, ଏକ ଅଜଣା ନମ୍ବରରୁ ଅର୍ଜୁନଙ୍କ ମୋବାଇଲକୁ ଆସିଥିଲା ଜଣେ ମହିଳାଙ୍କ ଫୋନ୍‌ କଲ୍‌। ଆପଣଙ୍କ କେଡିଟ୍‌ କାର୍ଡରେ ଥିବା ପଏଣ୍ଟଗୁଡ଼ିକ ସରିଯିବ, ତାକୁ କୌଣସି ସାମଗ୍ରୀ କିଣାକିଣିରେ ବ୍ୟବହାର କରିପାରିବେ କିମ୍ବା ଉକ୍ତ କାର୍ଡର ଡ୍ୟୁଜ୍‌ ବାନ୍ଧିବାରେ ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କ କ୍ରେଡିଟ୍‌ କାର୍ଡର ଶେଷ ୪ଟି ନମ୍ବର କୁହନ୍ତୁ ଏବଂ ନିଜର ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ଆପ୍‌ ଖୋଲି ଓଟିପି ଜଣାନ୍ତୁ। ୪୦ମିନିଟ୍‌ ମଧ୍ୟରେ ଆସିଲା ୪ଟି ଓଟିପି। ସେସବୁ ଓଟିପି ନମ୍ବରଗୁଡିକ ଫୋନ୍‌ କରିଥିବା ମହିଳାଙ୍କୁ ଜଣାଇ ଦେଲେ ଉକ୍ତ କେଡ୍ରିଟ୍‌ କାର୍ଡ ଉପଭୋକ୍ତା। ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିବା ନେଇ ମେସେଜ୍‌ ଆସିଲା। କ୍ରେଡିଟ୍‌ କାର୍ଡ ଟୋଲ ଫ୍ରି ନମ୍ବରକୁ ଏ ସମ୍ପର୍କରେ ସେ ତୁରନ୍ତ ଜଣାଇବା ସହ କାର୍ଡ ବ୍ଲକ୍‌ କରିବାକୁ କହିଥିଲେ। ପରେ କ୍ରେଡିଟ୍‌ କାର୍ଡର ଷ୍ଟେଟ୍‌ମେଣ୍ଟରୁ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ୫ଲକ୍ଷ ୬୯ହଜାର ଟଙ୍କା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କକୁ ପେ ୟୁ ନାମକ ଏକ ପେମେଣ୍ଟ ଗେଟ୍‌ୱେ ମାଧ୍ୟମରେ ସ୍ଥାନାନ୍ତର ହୋଇଛି। ଏଥିସହ ଆଉ ଏକ ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ୯୯,୮୨୧ ଟଙ୍କା ଭଡ଼ା ବାବଦ ପ୍ରଦାନ କରାଯାଇଛି। ଏଭଳି ଭାବେ ଅର୍ଜୁନଙ୍କ ଆକାଉଣ୍ଟରୁ ମୋଟ ୫ଲକ୍ଷ ୬୯ ହଜାର ୮୨୧ ଟଙ୍କା ସାଇବର ଠକ ନେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri