Posted inରାଜ୍ୟ

ରାଜ୍ୟରେ ୪୮.୬୫ ଲକ୍ଷ ଚାଷୀ, ୯୫ ହଜାର ଭାଗଚାଷୀ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ୨୦୧୫-୧୬ କୃଷି ଜନଗଣନା ଅନୁସାରେ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୯୫ ହଜାର ୧୮୪ ଭାଗଚାଷୀ ଅଛନ୍ତି। ଭାଗ ଚାଷୀଙ୍କ ପାଇଁ ରାଜ୍ୟରେ ବଳରାମ ଯୋଜନା କାର୍ଯ୍ୟକାରୀ କରାଯାଉଛି। ରାଜ୍ୟରେ ଭାଗଚାଷୀ ଚିହ୍ନଟ କରିବା କଷ୍ଟକର ବ୍ୟାପାର। ଆଜି ଯିଏ ଜମି ଭାଗ ନେଇ ଚାଷ କରୁଛନ୍ତି ତାହାକୁ କାଲି ଅନ୍ୟ କିଏ କରୁଛନ୍ତି। ସେଭଳି କ୍ଷେତ୍ରରେ ଭାଗଚାଷୀଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ। ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସମସ୍ତ ଯୋଜନାରେ ପ୍ରକୃତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଏଥିଯୋଗୁ ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଜାତୀୟ ପରିସଂଖ୍ୟାନ ସଂସ୍ଥା ଦ୍ୱାରା ସାମୟିକ ରୂପେ କୃଷି ଦ୍ୱାରା ମାସିକ ଆୟର ଆକଳନ କରାଯାଇଥାଏ। ୨୦୧୨ରେ ଚାଷୀଙ୍କ ଆୟ ମାସିକ ୪୯୭୬ ଥିବା ବେଳେ ୨୦୧୯ରେ ମାସିକ ଆୟ ୫୧୧୨ ଟଙ୍କା ଥିଲା। ତେବେ ୨୦୧୨-୧୩ ମାସିକ ଆୟ ସହ ୨୦୧୮-୧୯ ମାସିକ ଆୟ ତୁଳନୀୟ ହୋଇ ନ ପାରେ। କାରଣ ୨୦୧୮-୧୯ରେ ୨ଟି ବାତ୍ୟା ହୋଇଥିଲା। ୨୦୧୮ରେ ରାଜ୍ୟ ମରୁଡ଼ିର ସମ୍ମୁଖୀନ ହୋଇଥିଲା। ଏହି ସମୟରେ କୃଷି କ୍ଷେତ୍ର, ପ୍ରାଣୀପାଳନ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ଚାଷୀଙ୍କ ଆୟ କମି ଯାଇଥିଲା। କୃଷକ ପରିବାରର ମାସିକ ଆୟରେ ଥିବା ଅସଙ୍ଗତି ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ ମୂଳ ପ୍ରଶ୍ନରେ ନଂ. ୨୭୧ରେ ପଚାରିଥିଲେ ଯେ ରାଜ୍ୟ ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଉନାହାନ୍ତି କାହିଁକି। ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶାରେ କମ୍‌ କାହିଁକି। ବିଜେଡି ସଭ୍ୟ ସୁନନ୍ଦା ଦାସ ବରି ନିର୍ବାଚନମଣ୍ଡଳୀରେ ସହାୟକ କୃଷି ଅଧିକାରୀ, ଜିଲା କୃଷି ଅଧିକାରୀ ପଦବୀ ଖାଲି ରହିଛି। କେବେ ସୁଦ୍ଧା ସେ ପଦବୀଗୁଡ଼ିକ ପୂରଣ ହେବ ବୋଲି ପଚାରିଥିଲେ। ଭାଜପା ସଭ୍ୟ ଭାସ୍କର ମଢ଼େଇ ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ କହିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ରାଜ୍ୟରେ ଭାଗ ଚାଷୀ କିଏ ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ଦାଶରଥି ଗମାଙ୍ଗ, ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, ସ୍ବରୂପ ଦାସ, ଭାଜପା ସଭ୍ୟ ଗଣେଶ ରାମ ଖୁଣ୍ଟିଆ ପ୍ରମୁଖ ରାଜ୍ୟରେ ଚାଷୀ, ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା କେତେ। କୃଷି ବିଭାଗରେ କେଉଁ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି। ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବେ କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଚାଷୀଙ୍କ ଆୟ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ୩୯ଟି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ କେନ୍ଦ୍ର ପ୍ରବର୍ତ୍ତିତ ୧୧ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ପୂର୍ବରୁ ଭାଗଚାଷୀ କିଛି ପାଉ ନ ଥିଲେ। ଏବେ ସମସ୍ତ ସୁବିଧା ପାଉଛନ୍ତି। ଭାଗ ଚାଷୀଙ୍କୁ ଜମି ଅଧିକାର ଦେବା ଅନ୍ୟ ଏକ ବିଷୟ। ସେ ନେଇ ବିତର୍କ ହେବାର ଆବଶ୍ୟକତା ରହିଛି। ଭାଗଚାଷୀଙ୍କୁ ଚିହ୍ନଟ କରିବା ସହଜ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri