Posted inଜାତୀୟ

ଭାରତରେ ୪୬୨ ବିଷାକ୍ତ ଔଷଧ

ନୂଆଦିଲ୍ଲୀ,୧୦ା୧୦: ୨୦୧୯-୨୦ରେ ଭାରତରେ ମୋଟ ୮୧,୩୨୯ ଔଷଧର ନମୁନା ଯାଞ୍ଚ କରାଯାଇଥିଲା। ସେଥିରୁ ୨,୪୯୭ ନମୁନା ଉପଯୁକ୍ତ ମାନର ହୋଇ ନ ଥିବା ଜଣାପଡ଼ିଥିଲା। ୧୯୯ ଔଷଧର ନମୁନାରେ ବିଷାକ୍ତ ପଦାର୍ଥ ଥିବା ସ୍ପଷ୍ଟ ହୋଇଥିଲା। ସେହିପରି ୨୦୨୦-୨୧ରେ ଯାଞ୍ଚ କରାଯାଇଥିବା ୮୪,୮୭୪ ନମୁନାରୁ ୨,୬୫୨ ଉପଯୁକ୍ତ ମାନର ହୋଇ ନ ଥିବାବେଳେ ୨୬୩ ବିଷାକ୍ତ ହୋଇଥିବା କୁହାଯାଇଛି। ଭେଜାଲ ମେଡିସିନ କାରବାର ଅଭିଯୋଗରେ ୨୦୧୯-୨୦ରେ ୨୨୦ ଓ ୨୦୨୦-୨୧ରେ ୧୬୪ ଜଣଙ୍କୁ ଗିରଫ କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଗବେଷଣା ଅନୁସାରେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ପ୍ରତି ୧୦ଟି ମେଡିସିନରୁ ଗୋଟିଏ ନିମ୍ନମାନର କିମ୍ବା ଅନୁପଯୁକ୍ତ। ଅର୍ଥାତ୍‌ ରୋଗ ଉପଷମ କିମ୍ବା ନିରାକରଣ କରୁ ନ ଥିବା ଔଷଧକୁ ଲୋକେ ସେବନ କରୁଛନ୍ତି। ଏଥିଯୋଗୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ଦୁର୍ବଳ ଶ୍ରେଣୀର ଲୋକେ ଏହି ନକଲି ଔଷଧ କିଣି ତଳିତଳାନ୍ତ ହେଉଛନ୍ତି। ବିଶ୍ୱର ତୃତୀୟ ଔଷଧ ପ୍ରସ୍ତୁତକାରୀ ରାଷ୍ଟ୍ର ଭାରତରେ ବାର୍ଷିକ ୫୫ ବିଲିୟନ ଡଲାର ମୂଲ୍ୟର ମେଡିସିନ ବ୍ୟବସାୟ ହେଉଥିବାବେଳେ ନକଲି ଓ ନିମ୍ନମାନର ଔଷଧ ଜନସ୍ବାସ୍ଥ୍ୟ ଓ ଦେଶର ଅର୍ଥନୀତି ପାଇଁ ଚିନ୍ତାବୃଦ୍ଧିର କାରଣ ପାଲଟିଛି। ଗତବର୍ଷ ଆସୋଚାମ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ଉତ୍ପାଦିତ ୨୫% ଔଷଧ ନକଲି କିମ୍ବା ନିମ୍ନମାନର, ଯାହାକି ବିଶ୍ୱର ମୋଟ ଜାଲ୍‌ ମେଡିସିନର ୩୫ ପ୍ରତିଶତ।

ନିକଟରେ ହରିୟାଣାର ଏକ ଫାର୍ମା କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ୍‌ ସିରପ୍‌ ସେବନ କରି ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଦେଶରେ ଧରପଗଡ଼ ଆରମ୍ଭ ହୋଇଛି। ଏଭଳି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୯-୨୧ ମଧ୍ୟରେ ଦେଶର ୪୬୨ ଔଷଧ ନମୁନାରେ ବିଷାକ୍ତ ପଦାର୍ଥ ଠାବ କରାଯାଇଥିଲା। ଏହି ଭେଜାଲ ଓ ଅପମିଶ୍ରିତ ଔଷଧ କାରବାର କରିବା ଅଭିଯୋଗରେ ୩୮୪ ଜଣଙ୍କୁ ଗିରଫ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାର ଔଷଧ ବ୍ୟବସାୟର ଆଇନଗତ ନିୟମଗୁଡ଼ିକୁ ଶକ୍ତ କରିବା ସମେତ ଅନେକ ପଦକ୍ଷେପ ନେଇଛନ୍ତି। ଔଷଧ ଉତ୍ପାଦନକାରୀ କମ୍ପାନୀ ଓ ନିୟନ୍ତ୍ରକ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କର୍ମଶାଳା, ତାଲିମ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଉଛି।

ନିକଟରେ ପାର୍ଲାମେଣ୍ଟରେ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ ୨୦୧୯ ପରଠାରୁ ଦେଶରେ ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଅନେକ ନିୟାମକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତରେ ଉତ୍ପାଦିତ କିମ୍ବା ଏଠାରୁ ଅନ୍ୟ ଦେଶକୁ ରପ୍ତାନି ହେଉଥିବା ପ୍ରତ୍ୟେକ ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରେଡିଏଣ୍ଟ(ବକ୍‌ ଡ୍ରଗ୍‌)ର ବେବେଲ୍‌ରେ କୁଇକ୍‌ ରେସ୍‌ପନ୍ସ କୋଡ୍‌ ରଖିବା ପାଇଁ ଡ୍ରଗ୍ସ ରୁଲ୍ସ, ୧୯୪୯ରେ ସଂଶୋଧନ ଅଣାଯାଇଛି। ମେଡିସିନ୍‌ରେ ପ୍ରଦତ୍ତ ତଥ୍ୟରେ ୟୁନିକ୍‌ ପ୍ରଡକ୍ଟ ଆଇଡେଣ୍ଟିଫିକେଶନ୍‌ କୋଡ୍‌, ବ୍ୟାଚ୍‌ ନମ୍ବର, ମାନୁଫାକ୍ଚରିଂ ଡେଟ୍‌, ଏକ୍ସପାଏରି ଡେଟ୍‌ ଆଦି ରହିବା ବାଧ୍ୟତାମୂଳକ କରାଯାଇଛି। କୌଣସି ଔଷଧର ଗୁଣବତ୍ତା ପାଇଁ ତାକୁ ବିକ୍ରି ବା ବିତରଣ କରୁଥିବା ବ୍ୟକ୍ତି ଉତ୍ତରଦାୟୀ ରହିବେ ବୋଲି ଏଥିରେ ଦର୍ଶାଯାଇଛି। ଯେଉଁ କ୍ଷେତ୍ରରେ ଆବେଦନକାରୀ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ ଅଧୀନରେ ଏକ ଉତ୍ପାଦକୁ ବିକ୍ରି ପାଇଁ ଅନୁମତି ମାଗିବେ, ସେ ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଫର୍ମ ୫୧ରେ ଅଣ୍ଡରଟେକିଂ ଦାଖଲ କରିବେ।

ପୂର୍ବରୁ କୌଣସି ଟ୍ରେଡ୍‌ମାର୍କ ରେଜେଷ୍ଟ୍ରି, ସେଣ୍ଟ୍ରାଲ ଡାଟାବେସ୍‌ରେ ଗବେଷଣା ପାଇଁ କିମ୍ବା ବ୍ୟବସାୟ ସକାଶେ ସମ୍ପୃକ୍ତ ଟ୍ରେଡ୍‌ ନେମ୍‌ ବା ଔଷଧର ନାମ ବ୍ୟବହୃତ ହୋଇ ନ ଥିବା ସେ ନିଜ ଅଣ୍ଡରଟେକିଂରେ ଉଲ୍ଲେଖ କରିବେ। ଭାରତର ସେଣ୍ଟ୍ରାଲ ଡଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌, କୌଣସି ଆଲେଖ୍ୟ ଓ ରେଫରେନ୍ସ ବୁକ୍‌ରେ ଡ୍ରଗ୍ସ ପ୍ରସ୍ତୁତିର ବିବରଣୀ ନ ଥିବା ନେଇ ତାଙ୍କୁ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ଏହାଦ୍ୱାରା ବଜାରରେ ପୂର୍ବରୁ ଉପଲବ୍ଧ ଔଷଧକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱ ଉପୁଜିବ ନାହିଁ। ଏଥିସହ ଜାଲିଆତିକୁ ମଧ୍ୟ ରୋକାଯାଇପାରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଦିଆଯାଇଥିବା ଉତ୍ତରରୁ ସ୍ପଷ୍ଟ ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri