କରୋନା ସମୟରେ ୪୬ ପ୍ରତିଶତ ଭାରତୀୟ ପରିବାର ଉଧାର ନେଇ ଚଳୁଛନ୍ତି!

ନୂଆଦିଲ୍ଲୀ,୩ ।୧୧: କରୋନା ଭାଇରସ ସଂକ୍ରମଣ କାରଣରୁ ବିଶ୍ୱ ଏକ ପ୍ରକାର ସଂଘର୍ଷ କରି ଚାଲିଛି । ଅନେକ ଲୋକ ଏକ ପ୍ରକାର ଏହି ସମୟରେ ରୋଜଗାର ହରାଇ ବସିଛନ୍ତି । ପରିବାର ପୋଷଣ ପାଇଁ ଏବେ ୪୬ ପ୍ରତିଶତ ଭାରତୀୟ ପରିବାର ଉଧାର କରି ଚଳୁଥିବା ଏକ ରିପୋର୍ଟରୁ ଜଣାପଡିଛି । ହୋମ କ୍ରେଡିଟ ଇଣ୍ଡିଆ ରିସର୍ଚ୍ଚ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି । ଏହି ରିପୋର୍ଟ କହିଛି ପ୍ରତ୍ୟେକ ୪ ଜଣରେ ଜଣେ ନିଜର ପ୍ରିୟ ପରିଜନ ଅଥବା ସମ୍ପର୍କିୟଙ୍କ ନିକଟରୁ ଉଧାର ନେଇ ପରିବାରର ନିତିଦିନିଆ ଆବଶ୍ୟକତାକୁ ପୂରଣ କରୁଛନ୍ତି । ୨୦୨୦ରେ ୧୪ ପ୍ରତିଶତ ଲୋକ ରୋଜଗାର ହରାଇଛନ୍ତି । ୪୬ ପ୍ରତିଶତ ଲୋକ ନିଜର ଆବଶ୍ୟକତା ପୂରଣ କରିବାକୁ ଉଧାର ନେଇଛନ୍ତି ଓ ୨୭ ପ୍ରତିଶତ ଲୋକ ନିଜର ଋଣ ସୁଝୁଛନ୍ତି । ମୁମ୍ବାଇ ଓ ଭୋପାଳରେ ସବୁଠାରୁ ଅଧିକ ୨୭ ପ୍ରତିଶତ ଲୋକ ଉଧାର ନେଇଥିବା ବେଳେ ଏହା ପଛକୁ ରହିଛି ଦିଲ୍ଲୀ । ଏଠାରେ ୨୬ ପ୍ରତିଶତ ଲୋକ ଉଧାରରେ ପରିବାର ଚଳାଉଛନ୍ତି । ଆଉ ବିହାରର ପାଟନାରେ ୨୫ ପ୍ରତିଶତ ପରିବାର ଏହିପରି ଚଳୁଛି । ୨୦୧୯ରେ ବି ୪୬ ପ୍ରତିଶତ ଲୋକ ଉଧାର ନେଇଥିବା ବେଳେ ୩୩ ପ୍ରତିଶତ ଲୋକ ନିଜ ଜୀବନଶୈଳିକୁ ଅପଗ୍ରେଡ କରିବାକୁ ଉଧାର ନେଇଥିବା ଉକ୍ତ ରିପୋର୍ଟ କହିଛି । କରୋନା ମହାମାରୀ କାରଣରୁ ଦରମା କମ୍ ମିଳିବା ବା ରୋଜଗାର ହରାଇବା ଫଳରେ ଅର୍ଥନିତି ମଧ୍ୟ ଖରାପ ସ୍ଥିତିରେ ପହଞ୍ଚିଛି । ଆଉ ଏହାର ଅଧିକ ପ୍ରଭାବ ମଧ୍ୟବିତ୍ତ ପରିବାର ଉପରେ ପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri