Posted inଜାତୀୟ

ଉପକୂଳରେ ରହୁଛନ୍ତି ୪୬% ସ୍ବଳ୍ପ ଆୟକାରୀ

ନୂଆଦିଲ୍ଲୀ, ୨୩ା୯: ବିଶ୍ୱର ପ୍ରାୟ ୪୬% ସ୍ବଳ୍ପ ଆୟକାରୀ ଲୋକ ଉପକୂଳ ଅଞ୍ଚଳରେ ରହୁଛନ୍ତି। ଖାସ୍‌କରି ଆଫ୍ରିକା ଏବଂ ଏସିଆରେ ଅଧିକ ସଂଖ୍ୟାରେ ସ୍ବଳ୍ପ ଆୟକାରୀ ଉପକୂଳରେ ରହୁଥିବା ନେଇ ଚାଇନାର ସିଚୁଆନ ୟୁନିଭର୍ସିଟି, ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର ଗବେଷକମାନେ କରିଥିବା ଏକ ଅଧ୍ୟୟନରେ କୁହାଯାଇଛି। ଅଧ୍ୟୟନ ଅନୁଯାୟୀ, ବିଶ୍ୱବ୍ୟାପୀ ଉପକୂଳବର୍ତ୍ତୀ ଅଞ୍ଚଳର ୫୬% ଜନବସତି ପଛକୁ ହଠିଥିବାବେଳେ ୨୮% ସ୍ଥିର ରହିଛି ଏବଂ ୧୬% ଉପକୂଳର ନିକଟତର ହୋଇଛି। ନେଚର କ୍ଲାଇମେଟ ଚେଞ୍ଜରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଜଳବାୟୁ ବିପଦ ପ୍ରତି ଅଧିକ ସମ୍ବଦନଶୀଳ ଅଞ୍ଚଳଗୁଡ଼ିକ ଅଧିକ ମାତ୍ରାରେ ଉପକୂଳରୁ ଦୂରେଇ ଯିବାରେ ଲାଗିଛି। ପୂର୍ବରୁ ହୋଇଥିବା ବିଭିନ୍ନ ଅଧ୍ୟୟନର ରିପୋର୍ଟ ଅନୁଯାୟୀ, ବିଶ୍ୱର ୪୦%ରୁ ଅଧିକ ଜନସଂଖ୍ୟା ସମୁଦ୍ର କୂଳରୁ ୧୦୦ କି.ମି. ମଧ୍ୟରେ ବାସ କରନ୍ତି। ତେଣୁ ଏଠାକାର ଲୋକେ ଘୂର୍ଣ୍ଣିଝଡ଼, ବନ୍ୟା, ସମୁଦ୍ର ପତ୍ତନ ବୃଦ୍ଧି ପ୍ରତି ସମ୍ବେଦନଶୀଳ ଥିବାବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ଆଗାମୀ ଦିନରେ ବଢ଼ିବାର ସମ୍ଭାବନା ସହ ସେଠାରେ ରହୁଥିବା ଲୋକଙ୍କ ଆର୍ଥିକ ବିକାଶକୁ ପ୍ରଭାବିତ କରିବ ବୋଲି ଗବେଷକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଅଧ୍ୟୟନରେ ଭାରତର ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ପୁଡୁଚେରୀ ଉପକୂଳରେ ରହୁଥିବା ଲୋକଙ୍କୁ ନେଇ ବିଶ୍ଳେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri