ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ ଏବଂ ଶୃଙ୍ଖଳା, ସଚ୍ଚୋଟତା, ସମ୍ମାନ ଓ ଦାୟିତ୍ୱ ଶିଖାଏ। ଏକ ଭଲ ସ୍କୁଲ ଛାତ୍ରୀଛାତ୍ରଙ୍କୁ କେବଳ ଚାକିରି ପାଇଁ ପ୍ରସ୍ତୁତ କରେ ନାହିଁ, ଏହା ଜୀବନ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଥାଏ। ଜାତୀୟ ଶିକ୍ଷାନୀତିକୁ ରାଜ୍ୟରେ ପ୍ରଣୟନ କରାଯାଇ ଶିକ୍ଷାର ଢାଞ୍ଚାକୁ ପରିବର୍ତ୍ତନ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଏଥିସହ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏ ମଡେଲ ସ୍କୁଲ ତଥା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାଜପୁର ଜିଲାର ବ୍ୟାସନଗରସ୍ଥିତ ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲର ଶନିବାର ପ୍ଲାଟିନମ୍‌ ଜୁବିଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଆଲୁମିନି କମିଟିର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ବଜେଟରେ ବହୁ ସୁଧାର ହୋଇପାରିଛି। ଆଉ ସେହି ଓଭରଡ୍ରାଫ୍‌ ନାହିଁ। ଚଳିତ ଆର୍ଥିକ ବର୍ଷରେ ୬.୧% ଭିତ୍ତିଭୂମି ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହାକି ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ପାରିଛି।
ଏନ୍‌ସି ହାଇସ୍କୁଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅନୁଷ୍ଠାନ ୮ ଦଶନ୍ଧି ଧରି ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ସ୍ତମ୍ଭ ଭଳି ଛିଡା ହୋଇଆସିଛି। ପ୍ରତିଷ୍ଠା ସମୟରୁ ପିଢ଼ି ପିଢ଼ି ଧରି ଏହା ଯୁବବର୍ଗଙ୍କୁ ସଶକ୍ତ କରିଛି ଏବଂ ଦାୟିତ୍ୱବାନ ନାଗରିକ ମଧ୍ୟ ଗଠନ କରିପାରିଛି। ଏହି ବିଦ୍ୟାଳୟ ଅନେକ ପ୍ରଶାସକ, ନ୍ୟାୟାଧୀଶ, ଡାକ୍ତର, ଇଞ୍ଜିନିୟର, ଉଦ୍ୟୋଗୀ, କ୍ରୀଡାବିତ୍‌, ପ୍ରତିରକ୍ଷା ଅଧିକାରୀ, ସାମାଜିକ କର୍ମୀ ଓ ଜନପ୍ରତିନିଧିଙ୍କୁ ସୃଷ୍ଟି କରିପାରିଛି। କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ମା’ ଏହି ବିଦ୍ୟାଳୟରେ ପାଠ ପଢୁଥିଲେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ରହିଥିଲେ। ଏଭଳି ସଂଯୋଗ ଆମକୁ ଆନନ୍ଦିତ କରିଛି। ଏହି ବିଦ୍ୟାଳୟ ଏବେ ପିଏମ୍‌ଶ୍ରୀ ଯୋଜନାର ଅଂଶବିଶେଷ। ଏହି ଯୋଜନା ଅଧୀନରେ ବିଦ୍ୟାଳୟର ଆଧୁନିକ ଭିତ୍ତିଭୂମି, ଡିଜିଟାଲ ଶ୍ରେଣୀଗୃହ, ସ୍ମାର୍ଟ ଉପକରଣ ଏବଂ ସାମଗ୍ରୀ ବିକାଶ ଉପରେ ଧ୍ୟାନ ଦେଇ ବିକଶିତ ହେବାକୁ ଯାଉଛି। ହାଇସ୍କୁଲକୁ ଯିବା ପରେ ଅନେକ ପିଲା ଡ୍ରପ୍‌ଆଉଟ ହୋଇଥାନ୍ତି। ସେଥିରେ ଆଦିବାସୀ ବର୍ଗର ପିଲାମାନେ ଅଧିକ ରହିଥାନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଶିକ୍ଷାନୀତିକୁ

ଅଧିକ ପ୍ରାଧାନ୍ୟ ଦିଆଯାଉଛି। ପୂର୍ୱ ସରକାର ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ କୁଣ୍ଠାବୋଧ କରିଥିଲେ। ତେଣୁ ଶିକ୍ଷା କ୍ଷେତ୍ରରେ ଆମେ ବହୁ ପଛରେ ପଡ଼ିଲୁ। ଗତ ସରକାର ସମୟରେ ସ୍ମାର୍ଟ ସ୍କୁଲ ଯୋଜନା ବିଫଳ ହୋଇଥିଲା। ସାଧାରଣ ଷ୍ଟାଣ୍ଡାର୍ଡ ପିଲାମାନେ ସ୍ମାର୍ଟ ସ୍କୁଲର ଶିକ୍ଷାଦାନ ପ୍ରଣାଳୀକୁ ବୁଝିପାରି ନ ଥିଲେ। ପିଲାମାନଙ୍କୁ ସେଭଳି କୌଶଳ ନ ଶିଖାଇ ସିଧାସଳଖ ସ୍ମାର୍ଟ ସ୍କୁଲରେ ଦାଖିଲା କରିଥିଲେ। ଏହାବାଦ ଭିତ୍ତିଭୂମି ସାଙ୍ଗକୁ ଆବଶ୍ୟକ ଶିକ୍ଷକ ଅଭାବ ରହିଥିଲା। ତେଣୁ ଗତ ସରକାର ଲୋକହସା ହୋଇଥିଲେ। କିନ୍ତୁ ବର୍ତ୍ତମାନ ସରକାର ଶିକ୍ଷକ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି। ବର୍ତ୍ତମାନ ୨୨ ହଜାର ଶିକ୍ଷକଙ୍କୁ ନିୟମିତ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆହୁରି ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ଶିକ୍ଷକ ଥିଲେ। ସେଠାରେ ପ୍ରାଥମିକ ଶିକ୍ଷାର ଢାଞ୍ଚା ଦେଖିଥିଲେ ଓ ତାଲିମ ମଧ୍ୟ ନେଇଥିଲେ। ସେଭଳି ଶିକ୍ଷାଦାନ କରିବାକୁ ଗତ ସରକାରଙ୍କୁ ସେ ପ୍ରସ୍ତାବ ଦେଇଥିଲେ। ହେଲେ ସେମାନେ ଶୁଣିଲେ ନାହିଁି। ଏବେ ତାଙ୍କୁ ସାଧାରଣ ଲୋକେ ମୁଖ୍ୟ ସେବକ ତଥା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ହେବ। ଏଥିପାଇଁ ସମସ୍ତ କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା କରିବାକୁ ପରିକଳ୍ପନା କରାଯାଇଛି। ତେଣୁ ସମସ୍ତେ ଏଥିପାଇଁ ଅନଲାଇନରେ ପ୍ରସ୍ତାବ ଦେବାକୁ ସେ ଅନୁରୋଧ କରିଛନ୍ତି। ଅର୍ଥନୈତିକ ଦୃଷ୍ଟିକୋଣରୁ ଯାଜପୁର ହିଁ ଓଡ଼ିଶାର ନେତୃତ୍ୱ ନେବ। ଏଠି କଳ କାରଖାନା ପ୍ରତିଷ୍ଠା ହେଲେ କେନ୍ଦୁଝରରୁ ଲୁହାପଥର ଆସିବ। ଏହାବାଦ ସ୍କୁଲର ସର୍ୱାଙ୍ଗୀନ ବିକାଶ ପାଇଁ ପ୍ରସ୍ତୁତ ଏକ ପ୍ରକଳ୍ପକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
କୋରେଇ ବିଧାୟକ ଆକାଶ କହିଥିଲେ, ସମସ୍ତଙ୍କର ଏକତା ବଜାୟ ରହିଲେ ଏନ୍‌ସି ହାଇସ୍କୁଲ ରାଜ୍ୟରେ ଏକ ଆଦର୍ଶ ବିଦ୍ୟାଳୟ ଭାବେ ପରିଗଣିତ ହୋଇପାରିବ। ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଉପରେ ସୂଚନା ଦେଇଥିଲେ। ସଭାରେ ଆଲୁମିନି କମିଟିର ସମ୍ପାଦକ ଅଭିଳାଷ ଦାସ ବିବରଣୀ ପାଠ କରିଥିବାବେଳେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ଜିଲା ପରିଷଦ ସଭାନେତ୍ରୀ ନଳିନୀପ୍ରଭା ଜେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri