ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବ ‘ସତର୍କ’ ଆପ୍‌: ବ୍ଲକ, ପଞ୍ଚାୟତରେ ଲାଗିବ ପାଣିପାଗ ଓ ବୃଷ୍ଟିମାପକ ଯନ୍ତ୍ର

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ହୋଇ ରହିଛି। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ ଭଳି ବିପତ୍ତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପ୍ରାକ୍‌ ସୂଚନା ଅଭାବରୁ ଅନେକ ଧନ ଜୀବନ ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବ ସତର୍କତା ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜାତୀୟ ବାତ୍ୟା ପ୍ରଶମନ ପ୍ରକଳ୍ପ ଅଧୀନରେ ୬ଟି ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂପୁର, ପୁରୀ ଓ ଗଞ୍ଜାମ ଜିଲାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଅନ୍ୟ ସମସ୍ତ ଜିଲାରେ ପ୍ରାକ୍‌ ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ୨୦୧୯-୨୦ ବଜେଟରେ ୧୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିସହିତ ବାତ୍ୟାର ପ୍ରାକ୍‌ ସୂଚନା ପାଇଁ ପାରାଦୀପ ଓ ଗୋପାଳପୁରରେ ଡଫ୍ଲାର ରାଡାର ସ୍ଥାପନ କରାଯାଇଥିବା ବେଳେ ସମ୍ବଲପୁର ଏବଂ ବାଲେଶ୍ୱରରେ ପରେ ସ୍ଥାପନ କରାଯିବ। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ବିଜେଡି ସଭ୍ୟ ଅଶ୍ୱିନୀ କୁମାର ପାତ୍ର ମୂଳପ୍ରଶ୍ନରେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ସରକାର କି ପ୍ରକାର ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରୁଛନ୍ତି। ମନ୍ତ୍ରୀ କହିଥିଲେ ଯେ, ବାତ୍ୟା ଫନୀ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ୧ କୋଟି ୮୦ ଲକ୍ଷ ଲୋକଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରାକ୍‌ ସୂଚନା ଦିଆଯାଇଥିଲା। ଏଥିସହିତ ଆଲଟ୍‌ ସାଇରନ୍‌ ଟାଓ୍ବାର ଜରିଆରେ ମଧ୍ୟ ବାତ୍ୟା ସମ୍ବନ୍ଧୀୟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା। ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଅମୂଲ୍ୟ ଜୀବନ ଚାଲିଯାଉଛି। ଏଥିରୁ ଲୋକଙ୍କୁ ସୁରକ୍ଷା ଦେବା ସକାଶେ ବଲାଙ୍ଗୀର, କେନ୍ଦୁଝର, ବ୍ରହ୍ମପୁର, ଜୟପୁର, ରାଉରକେଲା ଏବଂ ପାଣିକୋଇଲି ଆଦି ୬ଟି ସ୍ଥାନରେ ଲାଇଟିନିଂ ଡେଟେକ୍ସନ୍‌ ସେଣ୍ଟର ଲଗାଯାଇଛି। ୩୦ରୁ ୪୦ ମିନିଟ ପୂର୍ବରୁ ବଜ୍ରପାତ ସମ୍ପର୍କରେ ସୂଚନା ଦିଆଯାଉଛି। ଏହାଛଡ଼ା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜନସାଧାରଣଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ପ୍ରାକ୍‌ ସୂଚନା ଦେବା ଲାଗି ‘ସତର୍କ’ ନାମରେ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଜରିଆରେ ବନ୍ୟା, ବାତ୍ୟା, ଗ୍ରୀଷ୍ମପ୍ରବାହ, ବଜ୍ରପାତ, ମରୁଡ଼ି, ସୁନାମି, ସଡ଼କ ଦୁର୍ଘଟଣା ଭଳି ବିପର୍ଯ୍ୟୟର ପ୍ରାକ୍‌ ସୂଚନା ମିଳିପାରିବ। ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ସ୍ବୟଂଚାଳିତ ପାଣିପାଗ ମାପକ ଯନ୍ତ୍ର ଏବଂ ପ୍ରତ୍ୟେକ ପଞ୍ଚାୟତରେ ସ୍ବୟଂଚାଳିତ ବୃଷ୍ଟିମାପକ ଯନ୍ତ୍ର ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ପ୍ରତ୍ୟେକ ଅଞ୍ଚଳର ତାପମାତ୍ରା, ବାୟୁର ଚାପ ଓ ଆର୍ଦ୍ରତା, ପବନର ଦିଗ ଓ ବେଗ, ସୂର୍ଯ୍ୟ ତାପର ପରିମାଣ, ଉତ୍ତାପ, ବୃଷ୍ଟିର ପରିମାଣ ଇତ୍ୟାଦି ପ୍ରତି ଘଣ୍ଟାରେ ମିଳିପାରିବ। ଏହିସବୁ ତଥ୍ୟକୁ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରାଯିବ। ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ କୃଷିବୀମା ଆଦି କ୍ଷେତ୍ରରେ ଏହା ବିଶେଷ ଭାବେ ସହାୟକ ହେବ। ଏଥିସହିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ ସ୍ଥାପନ କରାଯାଇଛି। ଏହାକୁ ବ୍ୟବହାର କରି ବାତ୍ୟା ଗତିପଥର ନିରୂପଣ କରାଯାଇ ପାରିବ। ଏହା ଦ୍ୱାରା ବନ୍ୟା ପରିଚାଳନା ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଅନନ୍ତ ଦାସ, ମୁକେଶ ପାଲ, ରଘୁନାଥ ଗମାଙ୍ଗ ଏବଂ ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ବାତ୍ୟାର ଗତି ଓ ବେଗ ବଦଳାଇବା ପାଇଁ ରାଜ୍ୟ ସରକାର କିଛି ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି କି? ଧାମରାରେ ଏକ ଡଫ୍‌ଲା ରାଡର ସ୍ଥାପନ କରିବା, ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଦୂରତ୍ୱ ୧୦ କିମି ବ୍ୟବଧ୍ୟାନକୁ ହଟାଇବା ଓ ବଜ୍ରପାତ ସମ୍ପର୍କରେ ପୂର୍ବ ସୂଚନା ଦେବା ପାଇଁ ବ୍ୟବସ୍ଥା କରିବାକୁ କ’ଣ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, ଅନ୍ୟ ଦେଶର ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଲୋକମାନଙ୍କୁ ବନ୍ୟା ବାତ୍ୟାରୁ ରକ୍ଷା କରିବା ସକାଶେ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri