ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେବ ‘ସତର୍କ’ ଆପ୍‌: ବ୍ଲକ, ପଞ୍ଚାୟତରେ ଲାଗିବ ପାଣିପାଗ ଓ ବୃଷ୍ଟିମାପକ ଯନ୍ତ୍ର

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଚିର ସହଚର ହୋଇ ରହିଛି। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା, ମରୁଡ଼ି, ବଜ୍ରପାତ, ଅଂଶୁଘାତ ଭଳି ବିପତ୍ତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ପ୍ରାକ୍‌ ସୂଚନା ଅଭାବରୁ ଅନେକ ଧନ ଜୀବନ ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବ ସତର୍କତା ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜାତୀୟ ବାତ୍ୟା ପ୍ରଶମନ ପ୍ରକଳ୍ପ ଅଧୀନରେ ୬ଟି ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂପୁର, ପୁରୀ ଓ ଗଞ୍ଜାମ ଜିଲାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଅନ୍ୟ ସମସ୍ତ ଜିଲାରେ ପ୍ରାକ୍‌ ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ୨୦୧୯-୨୦ ବଜେଟରେ ୧୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିସହିତ ବାତ୍ୟାର ପ୍ରାକ୍‌ ସୂଚନା ପାଇଁ ପାରାଦୀପ ଓ ଗୋପାଳପୁରରେ ଡଫ୍ଲାର ରାଡାର ସ୍ଥାପନ କରାଯାଇଥିବା ବେଳେ ସମ୍ବଲପୁର ଏବଂ ବାଲେଶ୍ୱରରେ ପରେ ସ୍ଥାପନ କରାଯିବ। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ବିଜେଡି ସଭ୍ୟ ଅଶ୍ୱିନୀ କୁମାର ପାତ୍ର ମୂଳପ୍ରଶ୍ନରେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ସରକାର କି ପ୍ରକାର ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରୁଛନ୍ତି। ମନ୍ତ୍ରୀ କହିଥିଲେ ଯେ, ବାତ୍ୟା ଫନୀ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ୧ କୋଟି ୮୦ ଲକ୍ଷ ଲୋକଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରାକ୍‌ ସୂଚନା ଦିଆଯାଇଥିଲା। ଏଥିସହିତ ଆଲଟ୍‌ ସାଇରନ୍‌ ଟାଓ୍ବାର ଜରିଆରେ ମଧ୍ୟ ବାତ୍ୟା ସମ୍ବନ୍ଧୀୟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଯାଇଥିଲା। ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଅମୂଲ୍ୟ ଜୀବନ ଚାଲିଯାଉଛି। ଏଥିରୁ ଲୋକଙ୍କୁ ସୁରକ୍ଷା ଦେବା ସକାଶେ ବଲାଙ୍ଗୀର, କେନ୍ଦୁଝର, ବ୍ରହ୍ମପୁର, ଜୟପୁର, ରାଉରକେଲା ଏବଂ ପାଣିକୋଇଲି ଆଦି ୬ଟି ସ୍ଥାନରେ ଲାଇଟିନିଂ ଡେଟେକ୍ସନ୍‌ ସେଣ୍ଟର ଲଗାଯାଇଛି। ୩୦ରୁ ୪୦ ମିନିଟ ପୂର୍ବରୁ ବଜ୍ରପାତ ସମ୍ପର୍କରେ ସୂଚନା ଦିଆଯାଉଛି। ଏହାଛଡ଼ା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜନସାଧାରଣଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ପ୍ରାକ୍‌ ସୂଚନା ଦେବା ଲାଗି ‘ସତର୍କ’ ନାମରେ ଏକ ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ଜରିଆରେ ବନ୍ୟା, ବାତ୍ୟା, ଗ୍ରୀଷ୍ମପ୍ରବାହ, ବଜ୍ରପାତ, ମରୁଡ଼ି, ସୁନାମି, ସଡ଼କ ଦୁର୍ଘଟଣା ଭଳି ବିପର୍ଯ୍ୟୟର ପ୍ରାକ୍‌ ସୂଚନା ମିଳିପାରିବ। ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ସ୍ବୟଂଚାଳିତ ପାଣିପାଗ ମାପକ ଯନ୍ତ୍ର ଏବଂ ପ୍ରତ୍ୟେକ ପଞ୍ଚାୟତରେ ସ୍ବୟଂଚାଳିତ ବୃଷ୍ଟିମାପକ ଯନ୍ତ୍ର ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ପ୍ରତ୍ୟେକ ଅଞ୍ଚଳର ତାପମାତ୍ରା, ବାୟୁର ଚାପ ଓ ଆର୍ଦ୍ରତା, ପବନର ଦିଗ ଓ ବେଗ, ସୂର୍ଯ୍ୟ ତାପର ପରିମାଣ, ଉତ୍ତାପ, ବୃଷ୍ଟିର ପରିମାଣ ଇତ୍ୟାଦି ପ୍ରତି ଘଣ୍ଟାରେ ମିଳିପାରିବ। ଏହିସବୁ ତଥ୍ୟକୁ ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରାଯିବ। ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ କୃଷିବୀମା ଆଦି କ୍ଷେତ୍ରରେ ଏହା ବିଶେଷ ଭାବେ ସହାୟକ ହେବ। ଏଥିସହିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ ସ୍ଥାପନ କରାଯାଇଛି। ଏହାକୁ ବ୍ୟବହାର କରି ବାତ୍ୟା ଗତିପଥର ନିରୂପଣ କରାଯାଇ ପାରିବ। ଏହା ଦ୍ୱାରା ବନ୍ୟା ପରିଚାଳନା ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଅନନ୍ତ ଦାସ, ମୁକେଶ ପାଲ, ରଘୁନାଥ ଗମାଙ୍ଗ ଏବଂ ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ବାତ୍ୟାର ଗତି ଓ ବେଗ ବଦଳାଇବା ପାଇଁ ରାଜ୍ୟ ସରକାର କିଛି ଆଧୁନିକ ଜ୍ଞାନକୌଶଳ ଆପଣାଇଛନ୍ତି କି? ଧାମରାରେ ଏକ ଡଫ୍‌ଲା ରାଡର ସ୍ଥାପନ କରିବା, ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଦୂରତ୍ୱ ୧୦ କିମି ବ୍ୟବଧ୍ୟାନକୁ ହଟାଇବା ଓ ବଜ୍ରପାତ ସମ୍ପର୍କରେ ପୂର୍ବ ସୂଚନା ଦେବା ପାଇଁ ବ୍ୟବସ୍ଥା କରିବାକୁ କ’ଣ ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, ଅନ୍ୟ ଦେଶର ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଲୋକମାନଙ୍କୁ ବନ୍ୟା ବାତ୍ୟାରୁ ରକ୍ଷା କରିବା ସକାଶେ ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri