Categories: ବାଣିଜ୍ୟ

ଇପିଏଫ୍‌ ଖାତାରୁ ଉଠିଲାଣି ୪୪,୦୫୪ କୋଟି

ନୂଆଦିଲ୍ଲୀ: କରୋନା ଜନିତ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଖାତାରୁ ବର୍ତ୍ତମାନ ସୁଦ୍ଧା ୪୪,୦୫୪ କୋଟି ଟଙ୍କା ଉଠାଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ ୮୯୬୮ କୋଟି ଟଙ୍କା ଉଠାଣ ହୋଇଛି। ସେହିଭଳି କର୍ନାଟକରେ ୬୪୧୮ କୋଟି, ତାମିଲନାଡୁରେ ୫୫୮୯ କୋଟି ଏବଂ ଦିଲ୍ଲୀରେ ୩୩୦୮ କୋଟି ଟଙ୍କାର ଉଠାଣ ହୋଇଥିବା ନଜରକୁ ଆସିଛି। ୩୮.୩୭ ଲକ୍ଷ ଆକାଉଣ୍ଟରେ ଏହି ଅର୍ଥ ଉଠାଣ ହୋଇଥିବା ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ରାଜ୍ୟସଭାକୁ ସୋମବାର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। କୋଭିଡ୍‌ ଯୋଗୁ ମାର୍ଚ୍ଚ ୨୫ ଠାରୁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଲୋକଙ୍କର ଅର୍ଥର ଆବଶ୍ୟକତାକୁ ବିଚାରକରି ଇପିଏଫ୍‌ଓ ଆଇନ ୧୯୫୨ରେ ସରକାର ସଂଶୋଧନ କରିଥିଲେ। ଏହାଦ୍ୱାରା ଇପିଏଫ୍‌ଓ ଖାତାରୁ ଅଗ୍ରିମ ଉଠାଣ ସୁବିଧା ଲୋକଙ୍କୁ ଉପଲବ୍ଧ କରାଯାଇଥିଲା।

Share