୨୯୦୦୦ ଭୂତ କମ୍ପାନୀ ଦ୍ୱାରା ୪୪୦୦୦ କୋଟି ଟିକସ ଚୋରି: ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ,୮।୧ : ନକଲି ରେଜିଷ୍ଟ୍ରେଶନ ବିରୋଧରେ ଅଭିିଯାନ ସମୟରେ ଆଠ ମାସ ମଧ୍ୟରେ ୪୪,୦୧୫ କୋଟି ଟଙ୍କା ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ସହିତ ଜଡିତ ୨୯,୨୭୩ ନକଲି କମ୍ପାନୀ ଅର୍ଥାତ ଭୂତ କମ୍ପାନୀକୁ ଜିଏସଟି ଅଧିକାରୀ ଚିହ୍ନଟ କରିଛନ୍ତି। ଏହା ଦ୍ୱାରା ୪,୬୪୬ କୋଟି ଟଙ୍କା ରାଜସ୍ବ ସଞ୍ଚୟ ହୋଇପାରିଛି। ସରକାର ଏହି ସୂଚନା ଦେଇଛନ୍ତି।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ୪,୧୫୩ ସେଲ କମ୍ପାନୀ ଚିହ୍ନଟ ହୋଇଥିଲା। ସେମାନେ ପ୍ରାୟ ୧୨,୦୩୬ କୋଟି ଟଙ୍କା ଆଇଟିସି ଚୋରି ଘଟଣାରେ ସମ୍ପୃକ୍ତ ଥିଲେ। କେନ୍ଦ୍ରୀୟ ଜିଏସଟି ଅଧିକାରୀମାନେ ଏହି ନକଲି କମ୍ପାନୀଗୁଡିକ ମଧ୍ୟରୁ ୨,୩୫୮ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୯୨୬ କମ୍ପାନୀ ଚିହ୍ନଟ ହୋଇଛି। ସେହିପରି ରାଜସ୍ଥାନରେ ୫୦୭, ଦିଲ୍ଲୀରେ ୪୮୩ ଏବଂ ହରିୟାଣାରେ ୪୨୪ ଟି କମ୍ପାନୀ ଚିହ୍ନଟ ହୋଇଥିଲା।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ମାମଲାରେ ୪୧ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଅଧିକାରୀଙ୍କ ଦ୍ୱାରା ୩୧ ଜଣ ଗିରଫ ହୋଇଥିଲେ। ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ ଏହି ଅଭିଯାନ ୧,୩୧୭ କୋଟି ଟଙ୍କା ରାଜସ୍ବ ସଞ୍ଚୟ କରିବାରେ ସାହାଯ୍ୟ କରିଥିଲା, ସେଥିମଧ୍ୟରୁ ୩୧୯ କୋଟି ଟଙ୍କା ଉଦ୍ଧାର କରାଯାଇଥିଲା ଏବଂ ଆଇଟିସି ଅବରୋଧ କରି ୯୯୭ କୋଟି ଟଙ୍କା ସୁରକ୍ଷିତ କରାଯାଇଥିଲା।

ମନ୍ତ୍ରଣାଳୟ କହିଛି ଜିଏସଟି ପଞ୍ଜୀକରଣ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପଞ୍ଜୀକରଣ ସମୟରେ ବାୟୋମେଟ୍ରିକ ଆଧାରିତ ଆଧାର ପ୍ରାମାଣିକରଣର ପାଇଲଟ ପ୍ରକଳ୍ପ ଗୁଜରାଟ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri