ବଦଳିବ ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ : ୪୬ ପ୍ରକଳ୍ପ ଉନ୍ନତୀକରଣ ପାଇଁ ୪୪ କୋଟିର ପ୍ରସ୍ତାବ

ଭବାନୀପାଟଣା,୩୦ା୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ ଥିବା ୪୪ଟି ବିଭିନ୍ନ ଐତିହାସିକ ମନ୍ଦିର ଓ ପର୍ଯ୍ୟଟନୀ ସ୍ଥଳୀକୁ ଚୟନ କରାଯାଇ ଏହାର ଉନ୍ନତୀକରଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରାୟ ୪୪ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାକୁ ଅନୁମୋଦନ କରିବା ଲାଗି ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି।
ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କେସିଙ୍ଗା ବ୍ଲକର ଅମାଠଗଡ ପାଇଁ ୨୬.୪୦ ଲକ୍ଷ, ଧବଳେଶ୍ୱର ପୀଠ ୧ କୋଟି ୮୩ ଲକ୍ଷ, ଗୋକୁଳେଶ୍ୱର ଶିବ ମନ୍ଦିର ୧ କୋଟି ୩୪ଲକ୍ଷ, ଗିରି ଗୋବର୍ଦ୍ଧନ ପୀଠ ୧କୋଟି ୨୨ ଲକ୍ଷ, ବାଲସି ଗୋବର୍ଦ୍ଧନ ପୀଠ ୧କୋଟି ୨୦ଲକ୍ଷ, ଯୋଗମାୟା ପୀଠ ୬୭.୨୦ଲକ୍ଷ, ପାତାଳେଶ୍ୱର ମନ୍ଦିର ୬୨.୪୦ଲକ୍ଷ, ଭବାନୀପାଟଣା ଜଳେଶ୍ୱର ମନ୍ଦିର ୭୪.୪୦ ଲକ୍ଷ, ଫୁର୍ଲିଝରଣ ଜଳ ପ୍ରପାତ ୬୦ଲକ୍ଷ, ରାବଣଧର ୪୯.୨୦ ଲକ୍ଷ, ବରଗଁା ଶିବ ମନ୍ଦିର ୪୪.୪୦ଲକ୍ଷ, ଲଛିପୁର ଅଷ୍ଟ ଶମ୍ବୁ ମନ୍ଦିର ୯୧.୨୦ ଲକ୍ଷ, ବୋଡାପଡା ଶିବ ମନ୍ଦିର ୧କୋଟି ୨୦ଲକ୍ଷ, ଦେପୁର ଶିବ ମନ୍ଦିର ୧କୋଟି ୨୦ଲକ୍ଷ, ବୋର୍ଡା ଗମ୍ଭାରୀମଠ ୧କୋଟି ୨୦ଲକ୍ଷ, ବାନ୍ଦୋପଲା ଶିବ ମନ୍ଦିର ୧କୋଟି ୭୨ଲକ୍ଷ, କର୍ଲାଗୁଡା ଶିବ ମନ୍ଦିର ୮୦.୪୦ଲକ୍ଷ, ମକ୍ରିପଡା ୧କୋଟି ୨୨ଲକ୍ଷ, ସାପସିଲେଟ ମନ୍ଦିର ୨ କୋଟି ୧୦ଲକ୍ଷ, ଧର୍ମଗଡ ପାରାଦେଶ୍ୱର ମନ୍ଦିର ୬୨.୪୦ଲକ୍ଷ, ମା’ ଭଣ୍ଡାରଘରଣୀ ମନ୍ଦିର ୬୩.୬୦ ଲକ୍ଷ, ରାଧାକୃଷ୍ଣ ମନ୍ଦିର ୬୭.୨୦ଲକ୍ଷ, ଭୀମଖୋଜ ପାତାଳେଶ୍ୱର ୪୪ଲକ୍ଷ, ବେହେରା ଦନ୍ତେଶ୍ୱରୀ ମନ୍ଦିର ୪୮ଲକ୍ଷ, କୋକସରା ଡୋକ୍ରିଚଞ୍ଚରା ୫୫.୨୦ ଲକ୍ଷ, ଆମପାଣି ବୁଢାରଜା ମନ୍ଦିର ୩୭.୨୦ ଲକ୍ଷ, ଜୁନାଗଡ ଲଙ୍କେଶ୍ୱରୀ ମନ୍ଦିର ୫୫.୨୦, ସାପଗଣ୍ଡା ୧କୋଟି ୬୯ଲକ୍ଷ, ଚିଚୈଗୁଡା ନୀଲକଣ୍ଠେଶ୍ୱର ମନ୍ଦିର ୯୦ଲକ୍ଷ, ନାନ୍ଦୋଲ ଶିବମନ୍ଦିର ୭୮ଲକ୍ଷ, ତଳଜାରିଙ୍ଗ ମା’ ବନଜାରୀ ମନ୍ଦିର ୭୮ଲକ୍ଷ, ଦେଉଣ୍ଡି ଅଷ୍ଟଶମ୍ବୁ ମନ୍ଦିର ୬୭.୨୦ଲକ୍ଷ, ଥୁଆମୂଳ ରାମପୁର ମରଡିଗୁଡା ୪୩.୨୦ ଲକ୍ଷ, ହେଲୋ ପଏଣ୍ଟ ୩୧.୨୦ଲକ୍ଷ, କର୍ଲାମୁଣ୍ଡା କୁର୍ଶଲା ମନ୍ଦିର ୬୧.୨୦ ଲକ୍ଷ, ଜୟପାଟଣା ତାଳଗୁଡ ୨୬.୪୦ଲକ୍ଷ, ଗୋଲାମୁଣ୍ଡା ଚୁରାପାହାଡ ୨କୋଟି ୩୮ଲକ୍ଷ, ଫୁଣ୍ଡା ବାଗବାହାଲି ଶିବ ମନ୍ଦିର ୭୮ଲକ୍ଷ, ଏମ୍‌ ରାମପୁର ମୋହନିଗିରି ଶୈବ ପୀଠ ୬୮.୪୦ଲକ୍ଷ, ସାକୁସ ଶିବ ମନ୍ଦିର ୪୮ଲକ୍ଷ, ଲାଞ୍ଜିଗଡ ବ୍ଲକ ସୋସପଦର ୭୮ଲକ୍ଷ ଓ କନକଦୁର୍ଗା ମନ୍ଦିର ପାଇଁ ୧କୋଟି ୪୭ଲକ୍ଷ ରହିଛି। ମନ୍ଦିର ଓ ପର୍ଯ୍ୟଟନୀ ସ୍ଥଳୀର ଉନ୍ନତୀକରଣ ହେଲେ କଳାହାଣ୍ଡିକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri