Posted inଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ନୂଆଦିଲ୍ଲୀ, ୨।୨ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ରାଜ୍ୟରେ ଜାରି ରହିଥିବା ଆତଙ୍କବାଦ ବିରୋଧି ଅପରେଶନ୍‌ ଅଲ୍‌ଆଉଟ୍‌ ବେଶ୍‌ ସଫଳ ରହିଛି। ରାଜ୍ୟରେ ୪୩୯ ଆତଙ୍କବାଦୀଙ୍କ ମୁଣ୍ଡ ବିଭିନ୍ନ ଏନ୍‌କାଉଣ୍ଟରରେ ଗଡ଼ିଛି।

ସେହିପରି ୫୪୧ ଆତଙ୍କବାଦୀ ଆକ୍ରମଣ ଘଟିଛି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏମ୍‌ପି ନୀରଜ ଡାଙ୍ଗିଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ନିତ୍ୟାନନ୍ଦ କହିଛନ୍ତି ଯେ, ୨୦୧୯ ଅଗଷ୍ଟ ୫ରୁ ୨୦୨୨ ଜାନୁୟାରୀ ୨୬ ମଧ୍ୟରେ ଏସବୁ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେହିପରି ଏହି ସମୟ ମଧ୍ୟରେ ୯୮ ନାଗରିକଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ୧୦୯ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଛନ୍ତି। ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୫.୩ କୋଟି ଟଙ୍କାର ଘରୋଇ ସମ୍ପତ୍ତି ନଷ୍ଟ ହୋଇଥିବା ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁ ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri