ବଢ଼ିଲା ସଂକ୍ରମଣ: ଆଜି ରାଜ୍ୟରୁ ୪୨୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩ା୧(ବ୍ୟୁରୋ): ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ୪୨୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୫,୯୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪୭ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୬ ଏବଂ ବାଲେଶ୍ୱରରୁ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବରଗଡ଼ରୁ ୫, ଭଦ୍ରକ ୧, ବଲାଙ୍ଗୀର ୬, ଦେବଗଡ଼ ୪, ଢେଙ୍କାନାଳ ୬, ଗଞ୍ଜାମ ୩, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡ଼ା ୧୪, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧, ମାଲକାନଗିରି ୨, ମୟୂରଭଞ୍ଜ ୪, ନବରଙ୍ଗପୁର ୫, ନୟାଗଡ଼ ୫, ପୁରୀ ୧୨, ରାୟଗଡ଼ାରୁ ୨, ସମ୍ବଲପୁର ୨୨, ସୋନପୁରରୁ ୭ ଏବଂ ସୁନ୍ଦରଗଡ଼ରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୫,୯୮୦ରେ ପହଞ୍ଚିଥିବା ବେଳେ ୧୦,୪୫,୧୦୯ ଜଣ ସୁସ୍ଥ ହୋଇଛନ୍ତି। ୨୩୫୫ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

MGNREGA ପାଇଁ ନୂଆ ଆଇନ ଆଣିବେ ସରକାର: ଏତିକି ଦିନର ମିଳିବ ନିଯୁକ୍ତି ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri