୪୨ କେଜି ଗଞ୍ଜେଇ ଜବତ : ୩ ଗିରଫ

ତୁମୁଡିବନ୍ଧ,୧୭।୧୦(ଦୀପକ କୁମାର ପରାସେଠ): କାନ୍ଧମଳ ଜିଲା ତୁମୁଡିବନ୍ଧ ପୋଲିସକୁ ଆଉ ଏକ ସଫଳତା ମିଳିଛି ।  ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବରପାଇ  ଗଞ୍ଜେଇ ଓ ଗାଡିକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ ।  ଏକାଧିକ ସ୍ଥାନରେ ରୋଡ଼ ବ୍ଲକ କରାଯାଇଥିଲା।
ପ୍ରାୟ ୩ ଘଣ୍ଟାର ଅପରେଶନ ପରେ ୩ ଅଭିଯୁକ୍ତ, ଗଞ୍ଜେଇ ଏବଂ ଦୁଇଟି କାର ଗୋଟିଏ ପଲସ୍‌ର ବାଇକ୍‌କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ସାାରେ ଘଟିଛି।
ସୂଚନାପ୍ରକାରେ, ତୁମୁଡିବନ୍ଧ ଥାନା କର୍ତ୍ତମଗଡ଼ ପାଞ୍ଚାୟତଠାରୁ ରାୟଗଡ଼ା ଜିଲା ଚାଲାଣ ହେଉଥିଲା ଗଞ୍ଜେଇ। ଏକ ଡଷ୍ଟର କର ଓଡି-୦୯ଇ ୨୭୨୯, ଆଉ ଏକ କାର ଓ଼ଆର-୦୨ବିଏକ୍ସ ୭୪୯୬ ଓ ଏକ ପଲସର ବାଇକ ଓଡି-୧୨ଏଫ ୯୬୩୭ ନମ୍ବର ଗାଡ଼ି ରେ ୪୨ କିଲୋ ଗଞ୍ଜେଇ ନେଇ ପାଞ୍ଚ ଜଣ ବାହାରି ଥିଲେ କୁର୍ତୁମ ଗଡ଼  କନ୍ଧମାଳ ଜିଲାର ବାଲିଗୁଡା ଥାନା ମରାଉଡିଙ୍ଗ ଗ୍ରାମର ସିଦ୍ଧାନ୍ତ ଦିଗଲ ଓ କୁର୍ତୁମ ଗଡ଼ ଗ୍ରାମର ଆମ୍ବୁଜ ମାଲିକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ, ରାୟଗଡ଼ା ଜିଲା ବିଷମ କଟକ ଥାନା ବଢ଼ୁାହାଡ଼ ଗ୍ରାମର ଲିଲୁ କୌଶଲ୍ୟା ଓ ସ୍ଲାଖ ବନ୍ଧ ଗ୍ରାମର ଅମିତ ବାତ୍ରା ମିଶି ରାୟଗଡା ଜିଲାକୁ ଗଞ୍ଜେଇ ଚାଲାଣ କରୁଥିଲେ।
ଏହି ଖବର ପାଇ ତୁମୁଡିବନ୍ଧ ପୋଲିସ ସଜାଗ ହୋଇ ପ୍ରାୟ ତିନି ଘଣ୍ଟା ଅପେରଶ ନ କରିଥିଲା। କୁର୍ତୁମଗଡ଼ ତୁମୁଡିବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ଗଳି ରାସ୍ତା ଗୁଡ଼ିକରେ ନାକା କରିଥିଲା। ଗଞ୍ଜେଇ ଚାଲାଣକାରୀଙ୍କୁ ତୁମୁଡିବନ୍ଧଠାରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥର କାଲିସା ପଦର ଛକଠାରେ ଗିରଫ କରିବାରେ ଠାବ କଲାବେଳେ ଆମ୍ବୁଜ ମାଲିକ ଗାଡ଼ି ଛାଡ଼ି ଫେରାର ହେବା ବେଳେ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ସେଠାରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ତେବେ ଏହି ବାବଦରେ ତୁମୁଡିବନ୍ଧ ଥାନାରେ  ୧୨୫/୨୫ ନମ୍ବର ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଚାରି ଚକିଆ ଯାନ, ଏକ ଗୋଟି ପଲସର ମୋଟର ସାଇକେଲ ଓ ୪୨ କିଗ୍ରା ଗଞ୍ଜେଇ ଜବତ କରିଛି। ତେବେ ଫେରାର ଅଭିଯୁକ୍ତକୁ ଗିରଫ କେବେ କରିବା ତାହା ବାକି ରହିଲା।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଜେଟ୍‌କୁ ନେଇ ଏହି ବଡ଼ କଥା କହିଦେଲେ ପ୍ରିୟଙ୍କା ଗାନ୍ଧୀ, ମୋର କୌଣସି…

ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତର…

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ବଜେଟ୍ ଝଟ୍‌କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା

ନୂଆଦିଲ୍ଲୀ,୧।୨: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍‌କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

Budget 2026: ୧୭.୨ ଲକ୍ଷ କୋଟି ଋଣ କରିବେ ସରକାର, ବିତିୟ ନିଅଣ୍ଟ ୪.୩% ରଖିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୧।୨: ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜକୋଷୀୟ ନିଅଣ୍ଟକୁ ଜିଡିପି…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ମହାବିଦ୍ୟାଳୟର ପଛ ପଟେ…

ଖୋର୍ଦ୍ଧା,୧ା୨(ପ୍ରଭାତ ପାଣିଗ୍ରାହୀ): ଭଡ଼ାଘରୁ ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷା ରାଣୀ ଗଜେନ୍ଦ୍ରଙ୍କ…

ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…

ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri