Posted inଜାତୀୟ

୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ

ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍‌ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍‌ଫୋନ୍‌ କିମ୍ବା ଟାବ୍‌ଲେଟ୍‌ରେ ବ୍ୟସ୍ତ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟ୍‌ଫୋନ୍‌, ଟାବ୍‌ଲେଟ୍‌ରେ ବ୍ୟୟ କରୁଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ଏକାଧିକ ଡିଭାଇସ୍‌ ଥିବା ପରିବାର, ଯେଉଁଠି ପିଲାମାନଙ୍କ ସ୍କ୍ରିନ୍‌ ଟାଇମକୁ ନିୟନ୍ତ୍ରଣ କରିବା ମାଆବାପାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି, ସେମାନଙ୍କୁ ନେଇ ହାପିନେଜ୍‌ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା।
ସର୍ଭେରେ ୧,୫୦୦ ମାଆବାପା ଭାଗନେଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ୧୨ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ୬୯ ପ୍ରତିଶତ ପିଲାଙ୍କ ପାଖରେ ନିଜସ୍ବ ସ୍ମାର୍ଟଫୋନ୍‌ କିମ୍ବା ଟାବ୍‌ଲେଟ ରହିଛି। ସେମାନେ ଅବାଧରେ ଅନ୍‌ଲାଇନ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତ ନିଜକୁ ୟୁଟ୍ୟୁବ୍‌ ଦୁନିଆରେ ନିମଗ୍ନ କରି ରଖୁତ୍ଥବାବେଳେ ୧୨ ବର୍ଷ ଓ ତଦୂର୍ଦ୍ଧ୍ୱ ୬୧ ପ୍ରତିଶତଙ୍କ ପାଇଁ ଅନ୍‌ଲାଇନ ଗେମିଂ ହେଉଛି ସବୁଠୁ ଭଲ ଡିଜିଟାଲ୍‌ ଟାଇମ୍‌ପାସ୍‌। ପିଲାମାନଙ୍କ ଅସୁରକ୍ଷିତ ଇଣ୍ଟରନେଟ୍‌ ରୁଚିଜନିତ ସମସ୍ୟାର ସମାଧାନ କେବଳ ଶୃଙ୍ଖଳା ନୁହେଁ ବୋଲି ହାପିନେଜ୍‌ର ସହପ୍ରତିଷ୍ଠାତା ତଥା ସିଇଓ ରିଚା ସିଂ କହିଛନ୍ତି। ବର୍ତ୍ତମାନ ଶିକ୍ଷାଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ହୋଇଯାଇଥିବାରୁ ପିଲାମାନଙ୍କ ଦୈନନ୍ଦିନ ଦିନଚର୍ଯ୍ୟାକୁ ନିୟନ୍ତ୍ରଣ କରିବାରେ ସ୍ମାର୍ଟ ଡିଭାଇସ୍‌ ଏକ ଉପକରଣ ପାଲଟିଛି। ଫଳରେ ପିଲାଏ ସେମାନଙ୍କ ହୋମ୍‌ଓ୍ବାର୍କ ପାଇଁ ହେଉ କିମ୍ବା ସାଙ୍ଗମାନଙ୍କ ସହ ଚାଟିଂ ଅଥବା ପାଠପଢ଼ାରେ ସହାୟତା ଲାଗି ଅନ୍ୟ ଆପ୍‌ ବ୍ୟବହାରରେ କିଛି ସମୟ ବିନିଯୋଗ କରୁଛନ୍ତି। ସର୍ଭେ ଅନୁଯାୟୀ ସ୍କ୍ରନ୍‌ ଏବେ ପିଲାମାନଙ୍କ ପାଇଁ ଏକ ବାସ୍ତବତା- ପାଠ ପଢ଼ିବା ଓ ଅବସର ବିନୋଦନର ଏକ ମାଧ୍ୟମ ପାଲଟିଯାଇଛି। ପିଲାଙ୍କ ନିରାପଦ ଇଣ୍ଟରନେଟ୍‌ ବ୍ୟବହାରକୁ ତଦାରଖ କରିବା ପାଇଁ ମାଆବାପାଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ବାଟ ନାହିଁ। ହାପିନେଜ୍‌ର ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଫିଲ୍‌ଟର ବକ୍ସ ନିୟମିତ ଭାବେ ୧୧୦ ନିୟୁତରୁ ଅଧିକ ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌କୁ ତଦାରଖ କରିବା ସହ ସେଥିରୁ ୨୨ ନିୟୁତ (୨୦ %) କ୍ଷତିକାରକ ପ୍ରାପ୍ତବୟସ୍କ ସାଇଟ୍‌ ଓ ଆପ୍‌କୁ ସ୍ଥାୟୀ ଭାବେ ବ୍ଲକ୍‌ କରାଇଛି। ମାଆବାପା ଚାହିଁଲେ, ସୋସିଆଲ ମିଡିଆ, ଚାଟ୍‌, ଫୋରମ୍‌, ଅନ୍‌ଲାଇନ ଲର୍ନିଂ ଆଦି ୧୩ଟି ବର୍ଗକୁ ବାଛି ସେମାନଙ୍କ ପିଲାଙ୍କ ସୁରକ୍ଷିତ ଇଣ୍ଟରନେଟ୍‌ ବ୍ୟବହାର ପାଇଁ ଅନୁମତି ଦେଇପାରିବେ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri