୧୦ ବର୍ଷରେ ଦାଦନରେ ମୃତ୍ୟୁବରଣ କରିଛନ୍ତି ୪୦୩: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୪ା୧୨(ଅନିଲ ଦାସ):ଓଡ଼ିଶାରୁ ବାହାର ରାଜ୍ୟକୁ ଗତ ୧୦ବର୍ଷରେ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୪୦୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ତଥ୍ୟ ରଖିଛନ୍ତି। ଏଥିମଧ୍ୟରେ ଗଞ୍ଜାମର ସର୍ବାଧିକ ୫୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରେ ୩୯, ବଲାଙ୍ଗୀରରେ ୩୫, କନ୍ଧମାଳରେ ୩୨ ଏବଂ ରାୟଗଡ଼ା ଜିଲାରେ ୨୮ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୫ରୁ ୨୦୨୪ ନଭେମ୍ବର ୨୭ ମଧ୍ୟରେ ହୋଇଥିବା ମୃତ୍ୟୁର ତଥ୍ୟ ମନ୍ତ୍ରୀ ଗୃହରେ ରଖିଛନ୍ତି। ମନ୍ତ୍ରୀ ସିଂଖୁଣ୍ଟିଆ କହିଛନ୍ତି, ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ଓ୍ବାର୍କମେନ୍‌(ରେଗୁଲେଶନ ଅଫ୍‌ ଏମ୍ପ୍ଲୟମେଣ୍ଟ ଆଣ୍ଡ୍‌ କଣ୍ଡିଶନସ ଅଫ୍‌ ସର୍ଭିସ) ଅନୁସାରେ ୨୦୧୪ରେ ଲେବର କଣ୍ଟ୍ରାକ୍ଟରଙ୍କୁ ୩୮୮ ଲାଇସେନ୍ସ ରାଜ୍ୟ ସରକାର ପ୍ରଦାନ କରିଥିଲେ। ସରକାରୀ ତଥ୍ୟ ଅନୁସାରେ ସେହି ୨୬,୩୯୭ ଶ୍ରମିକ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଯାଇଥିଲେ। ୨୦୨୪ରେ ୮୮୩ ଲାଇସେନ୍ସ ମାଧ୍ୟମରେ ୬୦,୬୮୩ ଶ୍ରମିକ ଓଡ଼ିଶାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଦାଦନ ସମସ୍ୟା ଦୂର କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଏହା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କାର୍ଯ୍ୟ କରିବ।
ହେଲେ ଦାଦନ ମୃତ୍ୟୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଏବଂ ବାସ୍ତବତା ମଧ୍ୟରେ ତାଳମେଳ ନ ଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲାରେ ଗତ ୧୦ବର୍ଷରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏହି ଜିଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କ ମଧ୍ୟରୁ ବର୍ଷକୁ ପ୍ରାୟ ୨୫ଜଣଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହେଉଛି। ସେହିପରି ରାୟଗଡ଼ା ଜିଲାରୁ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ଗତ ୪ ବର୍ଷରେ ପ୍ରାୟ ୩୦ରୁ ୪୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଆଦି ଜିଲାରୁ ଅଧିକାଂଶ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଥିବାବେଳେ ସେମାନଙ୍କ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ରହୁ ନାହିଁ। ତେଣୁ ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡ଼ୁ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri