ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ

ସିଓଲ,୪ା୧୨:ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହଟାଇ ଦେଇଛନ୍ତି।
ଉତ୍ତର କୋରିଆ ପ୍ରତି ସହାନୁଭୂତିଶୀଳ ବିରୋଧୀ ସଦସ୍ୟମାନେ ପାର୍ଲାମେଣ୍ଟକୁ ନିୟନ୍ତ୍ରଣକୁ ନେବା ସହ ସରକାରକୁ ଅଚଳ କରିଦେବାକୁ ଉଦ୍ୟମ କରୁଥିଲେ ବୋଲି ରାଷ୍ଟ୍ରପତି ଅଭିଯୋଗ କରିଥିଲେ।
ୟୁନ୍‌ଙ୍କ ଦଳ ପିପୁଲ୍ସ ପାଓ୍ବାର ପାର୍ଟି ଏବଂ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ସାମରିକ ଆଇନ ଲାଗୁ କରିବାକୁ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ କୋରିଆ ପାର୍ଲାମେଣ୍ଟ ରାଷ୍ଟ୍ରପତିଙ୍କୁ ଅବମାନନା କରି ତୁରନ୍ତ ସାମରିକ ଆଇନ ଘୋଷଣା ହଟାଇବା ସପକ୍ଷରେ ଭୋଟ ଦେଇଥିଲା। ଜନସାଧାରଣ ପାର୍ଲାମେଣ୍ଟ ବିଲ୍ଡିଂ ବାହାରେ ରୁଣ୍ଡ ହୋଇ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଶେଷରେ ଚାପ ଆଗରେ ମୁଣ୍ଡ ନୁଆଇଁ ରାଷ୍ଟ୍ରପତି ସାମରିକ ଆଇନ ଘୋଷଣାକୁ ପ୍ରତ୍ୟାହାର କରି ନେଇଛନ୍ତି। ଅନ୍ୟପକ୍ଷେ ବିରୋଧୀ ନେତାମାନେ ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶକୁ ସାମାଜିକ ଦ୍ୱନ୍ଦ୍ୱ ସୃଷ୍ଟିକାରୀ ବୋଲି ଅଭିହିତ କରିବା ସହ ପାର୍ଲାମେଣ୍ଟ ଭଙ୍ଗ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି

ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର...

ଗାଜାରେ ଥମିଗଲା ବନ୍ଧୁକର ଗର୍ଜନ

ତେଲ ଆଭିବ,୧୯।୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ଶେଷରେ ଏକ ଯୁଦ୍ଧବିରତି ହୋଇଛି। ରବିବାର ଶେଷ ମୁହୂର୍ତ୍ତରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ...

ବନ୍ଦ ହେଲା ଟିକ୍‌ଟକ୍‌, ଟ୍ରମ୍ପଙ୍କ ନାଁ ନେଇ ୟୁଜର୍ସଙ୍କୁ କମ୍ପାନୀ କହିଲା…

ଓ୍ବାଶିଂଟନ,୧୯।୧: ଭାରତ ପରେ, TikTok ଏବେ ଆମେରିକାରେ ମଧ୍ୟ କାମ କରିବା ବନ୍ଦ କରିଦେଇଛି। ପ୍ରତିବନ୍ଧକର ଗୋଟିଏ ଘଣ୍ଟା ପୂର୍ବରୁ, ଶନିବାର ବିଳମ୍ବିତ ରାତିରେ ଏହି...

ବିଷ ପାଲଟିଲାଣି ବାଂଲାଦେଶର ବାୟୁ, ହଜାରେ କୋଟିରୁ ଅଧିକ କ୍ଷତି

ଢାକା,୧୯।୧: ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ...

ଯୁଦ୍ଧ ପାଇଁ ଜାପାନରୁ ପ୍ରୟାଗରାଜ, ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ମହାକୁମ୍ଭରେ ହେବ ଯଜ୍ଞ

ପ୍ରୟାଗରାଜ/ଟୋକିଓ,୧୯।୧: ଜାପାନରୁ ମହାମଣ୍ଡଳେଶ୍ୱର ଯୋଗ ମାତା କୈଲାଦେବୀ (ପୂର୍ବ ନାମ କେଇକୋ ଆଇକାୱା)ଙ୍କ ପ୍ରାୟ ୧୫୦ ଜଣ ଜାପାନୀ ଶିଷ୍ୟ ଜାନୁଆରୀ ୨୬ ତାରିଖରେ ମହାକୁମ୍ଭକୁ...

ବାଂଲାଦେଶ ସୀମାରେ ମହାଭାରତ

ଢାକା/କୋଲକାତା,୧୮।୧: ପଶ୍ଚିମବଙ୍ଗର ବାଂଲାଦେଶ ସୀମାରେ ଏକ ବଡ଼ ଉତ୍ତେଜନା ଦେଖାଦେଇଥିଲା। ବାଡ଼ ଅଭାବରୁ, ଶହ ଶହ ବାଂଲାଦେଶୀ ଚାଷୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।...

ସୁପ୍ରିମକୋର୍ଟରେ ଫୁଟିଲା ଗୁଳି, ୨ ବିଚାରପତି ମୃତ

ତେହରାନ,୧୮।୧: ଇରାନର ରାଜଧାନୀ ତେହେରାନରେ ଥିବା ସୁପ୍ରିମକୋର୍ଟ କୋଠାରେ ଜଣେ ଆକ୍ରମଣକାରୀ ଗୁଳି ଚଳାଇବାରୁ ୨ଜଣ ବିଚାରପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଇରାନୀ ଗଣମାଧ୍ୟମ ଅନୁସାରେ,...

ମା’ଙ୍କ ଉପହାର ସହ ଶପଥ ନେବେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୧୮।୧: ସୋମବାର ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ଉତ୍ସବରେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ଧରିବେ। ଏଥିମଧ୍ୟରୁ ଗୋଟିଏ ତାଙ୍କୁ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri