କୌଳିକ ବୃତ୍ତି ହରାଇବେ ୪୦୦ ବୁଣାକାର ପରିବାର

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲାର ଏକମାତ୍ର ଗ୍ରାମ ଆନନ୍ଦପୁର ପୌର ପରିଷଦ ଫକୀରପୁରରେ ଆଜକୁ ୪ ଶହ ବର୍ଷ ଧରି ଟସର ଶିଳ୍ପ ଚାଲି ଆସୁଛି। ଗ୍ରାମରେ ୪୦୦ ବୁଣାକାର ପରିବାର ଟସର କୋଷାରୁ ସୂତା ଉପତ୍ାଦନ କରିବା, ହସ୍ତତନ୍ତରେ ବଜାରର ଚାହିଦା ମୁତାବକ ଶାଢ଼ି, ସ୍କାର୍ଫ, ଡ୍ରେସ୍‌ ମ୍ୟାଟେରିଆଲ୍ସ, ଧୋତି ଯୋଡ଼, କାଣ୍ଟିଆ ଚଦର ତଥା ରପ୍ତାନିଯୋଗ୍ୟ ଟସରବସ୍ତୁ ବୁଣାବୁଣି କରି ପରିବାର ଭରଣପୋଷଣ କରିଆସୁଛନ୍ତି। କୁଶଳୀ ବୁଣାକାରଙ୍କ ଦ୍ୱାରା ଟସର ସୂତାକୁ ନିଜର ପୁରାତନ ପ୍ରଣାଳୀରେ ବିଭିନ୍ନ ଗଛର ପତ୍ର, ଚେର ଓ ଫୁଲକୁ ସାଉଁଟି ସେଥିରୁ ରଙ୍ଗ ପ୍ରସ୍ତୁତ କରି ସୂତାକୁ ରଙ୍ଗ କରିଥାନ୍ତି। ଏହା ମାଧ୍ୟମରେ ନିଖୁଣ ଶାଢ଼ି ପ୍ରସ୍ତୁତ କରାଯାଏ। ମାତ୍ର ଉକ୍ତ ଶିଳ୍ପକୁ ଅଣଦେଖା ତଥା ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁ ଏବେ  ଫକୀରପୁରର ବୁଣାକାର ପରିବାର ଆର୍ଥିକ ସଙ୍କଟରେ କାଳାତିପାତ କରୁଛନ୍ତି। ଆବଶ୍ୟକ ଟସର କୋଷା ମିଳୁ ନ ଥିବାରୁ କୌଳିକ ବୃତ୍ତି ଛାଡ଼ି ଦାନନ ଯିବାକୁ ପ୍ରସ୍ତୁତ ହେଉଥିବା ସେମାନେ କହିଛନ୍ତି।
  ଯେ, ଫକୀରପୁରର ୪୦୦ ବୁଣାକାର ପରିବାରରେ ୨ ହଜାରରୁ ଊର୍ଦ୍ଧ୍ୱ ବୁଣାକାରଙ୍କର ବାର୍ଷିକ ୨ ଲକ୍ଷ ୮୦ ହଜାର ଟଙ୍କାର ଟସର କୋଷାର ଆବଶ୍ୟକତା ରହିଛି। ସରକାରୀସ୍ତରରେ ବୁଣାକାରଙ୍କୁ ଏ, ବି, ସି, ଡି ୪ ଗୋଟି ତାଲିକାରେ ବିଭକ୍ତ କରି ମୁଣ୍ଡ ପିଛା ୨୦୨୧-୨୨ରେ ମାତ୍ର ୪୪ ଲକ୍ଷ ୧ ହଜାର ଟଙ୍କାର, ୨୦୨୨-୨୩ ଆର୍ଥିକ ବର୍ଷରେ ୩୭ ଲକ୍ଷ ୭୭ ହଜାର ଟଙ୍କାର ଟସର କୋଷା ଯୋଗାଯାଇଛିି। ଏହାକୁ ଏ ଗ୍ରେଡ୍‌ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା, ବି ପାଇଁ ୩୦ ହଜାର ଟଙ୍କାର, ସି ପାଇଁ ୫ ହଜାର ୫ ଶହ ଟଙ୍କାର ଓ ଡି ପାଇଁ ୧ ହଜାର ଟଙ୍କାର ମୁଣ୍ଡ ପିଛା ହିସାବରେ ଟସର ଯୋଗାଇଦେବାକୁ ସ୍ଥିର ହୋଇଛି। ଯୋଗାଣ ହେବାକୁ ସ୍ଥିର ହୋଇଥିବା ଟସରକୋଷା ମାତ୍ର ୧ ମାସର ଖୋରାକ। ଅବଶିଷ୍ଟ ଦିନଗୁଡ଼ିକ ପାଇଁ ସେମାନଙ୍କ ନିକଟରେ ଆଉ କାମ କିଛି ନାହିଁ। ଫଳରେ ବୁଣାକାରମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପରିବାର ଭରଣପୋଷଣ ପାଇଁ ଟସର କୋଷାର ଅଭାବ ହେତୁ ବାହାର ରାଜ୍ୟକୁ ଖଟିବା ପାଇଁ ଯିବାକୁ ଅଣ୍ଟା ଭିଡ଼ିଲେଣି। ଏଥିସହ ଆଗାମୀ ଦିନରେ ଟସର କୋଷା ଉପରେ ନିର୍ଭର କରୁଥିବା ଫକୀରପୁର ସହ ଗୋପାଳପୁର, ନୂଆପାଟଣା, ମାଙ୍କିଡ଼ିଆ, ଓଳସିଂହ ପ୍ରଭୃତି ଅଞ୍ଚଳର ବୁଣାକାରମାନେ ସଙ୍ଗଠିତ ହୋଇ ବୟନଶିଳ୍ପ ନିର୍ଦ୍ଦେଶାଳୟ, ସେରିଫେଡ୍‌ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ସରକାରଙ୍କ ବୟନଶିଳ୍ପ ଓ   ହସ୍ତତନ୍ତ  ବିଭାଗ ଅଧୀନରେ ଥିବା ରେଶମ ଶିଳ୍ପ ବିଭାଗ ରାଜ୍ୟର ଟସର ସମବାୟ ସମିତି ଦ୍ୱାରା ଟସର କୋଷା ଉପତ୍ାଦନ କରି ଓଡ଼ିଶା ରାଜ୍ୟ ଟସର ଓ ରେଶମ ଫେଡେରେଶନ (ସେରିଫେଡ୍‌)କୁ ବିକ୍ରି କରିଥାଏ। ସେରିଫେଡ୍‌ ଏହାର ମାର୍କେଟିଂ ଦାୟିତ୍ୱ ଗ୍ରହଣକରି ରାଜ୍ୟର ସମସ୍ତ ଟସର ବସ୍ତ୍ର ବୁଣାକାରଙ୍କୁ ନିର୍ଦ୍ଧାରିତ ଦରରେ ଟସର କୋଷା ବିକ୍ରି କରିଥାଏ। ମାତ୍ର ସେରିଫେଡ୍‌ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଫକୀରପୁର ଆଞ୍ଚଳିକ ବୁଣାକାର ସଂଘ ସଭାପତି ପୀତବାସ ଦାସ ଅଭିଯୋଗ କରିଛନ୍ତି। ରାଜ୍ୟର ଜଳବାୟୁ, ଟସର କୋଷା ଚାଷ ପାଇଁ ଅନୁକୂଳ ହୋଇଥିବା ବେଳେ ସାଧାରଣତଃ ଏହି ଚାଷ ଜନଜାତି ସମ୍ପ୍ରଦାୟର ଲୋକେ କରିଥାନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ବିଭିନ୍ନ ଜିଲାରେ ଚାଷ ପାଇଁ ଆବଶ୍ୟକ ଅସନ ଓ ଅର୍ଜୁନ ଗଛ ମହଜୁଦ ରହିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଚାଷରେ ପ୍ରତିବନ୍ଧକ ସାଜିଛି। ଚାଷୀମାନଙ୍କୁ ଠିକଣା ସମୟରେ ଟସର ଅଣ୍ଡା (ବିହନ) ଯୋଗାଇ ଦିଆଯାଉ ନ ଥିବା, ଆବଶ୍ୟକ ତାଲିମ ଓ ଚାଷ ଉପକରଣ, ରାସାୟନିକ ପଦାର୍ଥ ତଥା ଚାଷ ପାଇଁ ଚାଷ ବୀମା କରାଯାଉ ନ ଥିବାରୁ ଟସର ଉପତ୍ାଦନ କମିଯାଉଛି ବୋଲି ଦାସ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri