କୌଳିକ ବୃତ୍ତି ହରାଇବେ ୪୦୦ ବୁଣାକାର ପରିବାର

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲାର ଏକମାତ୍ର ଗ୍ରାମ ଆନନ୍ଦପୁର ପୌର ପରିଷଦ ଫକୀରପୁରରେ ଆଜକୁ ୪ ଶହ ବର୍ଷ ଧରି ଟସର ଶିଳ୍ପ ଚାଲି ଆସୁଛି। ଗ୍ରାମରେ ୪୦୦ ବୁଣାକାର ପରିବାର ଟସର କୋଷାରୁ ସୂତା ଉପତ୍ାଦନ କରିବା, ହସ୍ତତନ୍ତରେ ବଜାରର ଚାହିଦା ମୁତାବକ ଶାଢ଼ି, ସ୍କାର୍ଫ, ଡ୍ରେସ୍‌ ମ୍ୟାଟେରିଆଲ୍ସ, ଧୋତି ଯୋଡ଼, କାଣ୍ଟିଆ ଚଦର ତଥା ରପ୍ତାନିଯୋଗ୍ୟ ଟସରବସ୍ତୁ ବୁଣାବୁଣି କରି ପରିବାର ଭରଣପୋଷଣ କରିଆସୁଛନ୍ତି। କୁଶଳୀ ବୁଣାକାରଙ୍କ ଦ୍ୱାରା ଟସର ସୂତାକୁ ନିଜର ପୁରାତନ ପ୍ରଣାଳୀରେ ବିଭିନ୍ନ ଗଛର ପତ୍ର, ଚେର ଓ ଫୁଲକୁ ସାଉଁଟି ସେଥିରୁ ରଙ୍ଗ ପ୍ରସ୍ତୁତ କରି ସୂତାକୁ ରଙ୍ଗ କରିଥାନ୍ତି। ଏହା ମାଧ୍ୟମରେ ନିଖୁଣ ଶାଢ଼ି ପ୍ରସ୍ତୁତ କରାଯାଏ। ମାତ୍ର ଉକ୍ତ ଶିଳ୍ପକୁ ଅଣଦେଖା ତଥା ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁ ଏବେ  ଫକୀରପୁରର ବୁଣାକାର ପରିବାର ଆର୍ଥିକ ସଙ୍କଟରେ କାଳାତିପାତ କରୁଛନ୍ତି। ଆବଶ୍ୟକ ଟସର କୋଷା ମିଳୁ ନ ଥିବାରୁ କୌଳିକ ବୃତ୍ତି ଛାଡ଼ି ଦାନନ ଯିବାକୁ ପ୍ରସ୍ତୁତ ହେଉଥିବା ସେମାନେ କହିଛନ୍ତି।
  ଯେ, ଫକୀରପୁରର ୪୦୦ ବୁଣାକାର ପରିବାରରେ ୨ ହଜାରରୁ ଊର୍ଦ୍ଧ୍ୱ ବୁଣାକାରଙ୍କର ବାର୍ଷିକ ୨ ଲକ୍ଷ ୮୦ ହଜାର ଟଙ୍କାର ଟସର କୋଷାର ଆବଶ୍ୟକତା ରହିଛି। ସରକାରୀସ୍ତରରେ ବୁଣାକାରଙ୍କୁ ଏ, ବି, ସି, ଡି ୪ ଗୋଟି ତାଲିକାରେ ବିଭକ୍ତ କରି ମୁଣ୍ଡ ପିଛା ୨୦୨୧-୨୨ରେ ମାତ୍ର ୪୪ ଲକ୍ଷ ୧ ହଜାର ଟଙ୍କାର, ୨୦୨୨-୨୩ ଆର୍ଥିକ ବର୍ଷରେ ୩୭ ଲକ୍ଷ ୭୭ ହଜାର ଟଙ୍କାର ଟସର କୋଷା ଯୋଗାଯାଇଛିି। ଏହାକୁ ଏ ଗ୍ରେଡ୍‌ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା, ବି ପାଇଁ ୩୦ ହଜାର ଟଙ୍କାର, ସି ପାଇଁ ୫ ହଜାର ୫ ଶହ ଟଙ୍କାର ଓ ଡି ପାଇଁ ୧ ହଜାର ଟଙ୍କାର ମୁଣ୍ଡ ପିଛା ହିସାବରେ ଟସର ଯୋଗାଇଦେବାକୁ ସ୍ଥିର ହୋଇଛି। ଯୋଗାଣ ହେବାକୁ ସ୍ଥିର ହୋଇଥିବା ଟସରକୋଷା ମାତ୍ର ୧ ମାସର ଖୋରାକ। ଅବଶିଷ୍ଟ ଦିନଗୁଡ଼ିକ ପାଇଁ ସେମାନଙ୍କ ନିକଟରେ ଆଉ କାମ କିଛି ନାହିଁ। ଫଳରେ ବୁଣାକାରମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପରିବାର ଭରଣପୋଷଣ ପାଇଁ ଟସର କୋଷାର ଅଭାବ ହେତୁ ବାହାର ରାଜ୍ୟକୁ ଖଟିବା ପାଇଁ ଯିବାକୁ ଅଣ୍ଟା ଭିଡ଼ିଲେଣି। ଏଥିସହ ଆଗାମୀ ଦିନରେ ଟସର କୋଷା ଉପରେ ନିର୍ଭର କରୁଥିବା ଫକୀରପୁର ସହ ଗୋପାଳପୁର, ନୂଆପାଟଣା, ମାଙ୍କିଡ଼ିଆ, ଓଳସିଂହ ପ୍ରଭୃତି ଅଞ୍ଚଳର ବୁଣାକାରମାନେ ସଙ୍ଗଠିତ ହୋଇ ବୟନଶିଳ୍ପ ନିର୍ଦ୍ଦେଶାଳୟ, ସେରିଫେଡ୍‌ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ସରକାରଙ୍କ ବୟନଶିଳ୍ପ ଓ   ହସ୍ତତନ୍ତ  ବିଭାଗ ଅଧୀନରେ ଥିବା ରେଶମ ଶିଳ୍ପ ବିଭାଗ ରାଜ୍ୟର ଟସର ସମବାୟ ସମିତି ଦ୍ୱାରା ଟସର କୋଷା ଉପତ୍ାଦନ କରି ଓଡ଼ିଶା ରାଜ୍ୟ ଟସର ଓ ରେଶମ ଫେଡେରେଶନ (ସେରିଫେଡ୍‌)କୁ ବିକ୍ରି କରିଥାଏ। ସେରିଫେଡ୍‌ ଏହାର ମାର୍କେଟିଂ ଦାୟିତ୍ୱ ଗ୍ରହଣକରି ରାଜ୍ୟର ସମସ୍ତ ଟସର ବସ୍ତ୍ର ବୁଣାକାରଙ୍କୁ ନିର୍ଦ୍ଧାରିତ ଦରରେ ଟସର କୋଷା ବିକ୍ରି କରିଥାଏ। ମାତ୍ର ସେରିଫେଡ୍‌ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଫକୀରପୁର ଆଞ୍ଚଳିକ ବୁଣାକାର ସଂଘ ସଭାପତି ପୀତବାସ ଦାସ ଅଭିଯୋଗ କରିଛନ୍ତି। ରାଜ୍ୟର ଜଳବାୟୁ, ଟସର କୋଷା ଚାଷ ପାଇଁ ଅନୁକୂଳ ହୋଇଥିବା ବେଳେ ସାଧାରଣତଃ ଏହି ଚାଷ ଜନଜାତି ସମ୍ପ୍ରଦାୟର ଲୋକେ କରିଥାନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ବିଭିନ୍ନ ଜିଲାରେ ଚାଷ ପାଇଁ ଆବଶ୍ୟକ ଅସନ ଓ ଅର୍ଜୁନ ଗଛ ମହଜୁଦ ରହିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଚାଷରେ ପ୍ରତିବନ୍ଧକ ସାଜିଛି। ଚାଷୀମାନଙ୍କୁ ଠିକଣା ସମୟରେ ଟସର ଅଣ୍ଡା (ବିହନ) ଯୋଗାଇ ଦିଆଯାଉ ନ ଥିବା, ଆବଶ୍ୟକ ତାଲିମ ଓ ଚାଷ ଉପକରଣ, ରାସାୟନିକ ପଦାର୍ଥ ତଥା ଚାଷ ପାଇଁ ଚାଷ ବୀମା କରାଯାଉ ନ ଥିବାରୁ ଟସର ଉପତ୍ାଦନ କମିଯାଉଛି ବୋଲି ଦାସ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri