୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି ୟୁରାନିୟମ ୧୦ଟି ଅଣୁଅସ୍ତ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ। ଏହା ଗାଏବ ହୋଇଥିବାରୁ ଆଶଙ୍କା ସୃଷ୍ଟି କରିଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି। ଗାଏବ ୟୁରାନିୟମକୁ ତେହରାନ ବୁଝାମଣା ପାଇଁ ମୂଲଚାଲର ଏକ ମାଧ୍ୟମ ଭାବେ ବ୍ୟବହାର କରିପାରେ ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ ଆମେରିକା ଆକ୍ରମଣ କରିବା ପୂର୍ବରୁ ଇରାନ ଏହାର କେତେକ ଗଚ୍ଛିତ ୟୁରାନିୟମ ଓ ଉପକରଣକୁ ଏକ ଗୁପ୍ତ ସ୍ଥାନକୁ ନେଇଯାଇଛି। କାରଣ ଫର୍‌ଦୋ ଆଣବିକ ପ୍ଲାଣ୍ଟ ବାହାରେ ୧୬ଟି ଟ୍ରକ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖାଯାଇଥିଲା।

Share
Tags: Uranium