୫ ମହାନଗର ପାଇଁ ଆସିବ ୪୦୦ ଇ-ବସ୍‌

ଭୁବନେଶ୍ୱର,୪।୭ (ଅନିଲ ଦାସ)ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପାଇଁ ୪୦୦ ଇ-ବସ୍‌ ଅଣାଯିବ। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ପାଇଁ ୧୦୦ ଲେଖାଏ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ସହର ପାଇଁ ୫୦ଟି ଇ-ବସ୍‌ ଯୋଗାଇ ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ କ୍ରୁଟ୍‌ ମୋ ବସ୍‌ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ଚଳାଚଳ କରୁଥିବା ସମୁଦାୟ ବସ୍‌ ମଧ୍ୟରୁ ୬୩ଟି ଇ-ବସ୍‌ ଚାଲୁଛି।
ମନ୍ତ୍ରୀ ବୁଧବାର ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନରୁ ମୋ ବସ୍‌ରେ ଯାତ୍ରା କରି ଗାଡ଼କଣ ଡିପୋରେ ପହଞ୍ଚିଥିଲେ। ସେଠାରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ତାଙ୍କୁ ସ୍ବାଗତ କରିଥିଲେ। ଗାଡ଼କଣ ଇ-ବସ୍‌ ଡିପୋ ପରିଦର୍ଶନ କରି ବିଭିନ୍ନ ସ୍ଥିତି ବିଷୟରେ ପଚାରି ବୁଝିବା ସହିତ କ୍ରୁଟ୍‌ ପରିଚାଳନା ଟିମ୍‌ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ବସ୍‌ ଚଳାଚଳ ସମ୍ପର୍କିତ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅଧିକ ଯାତ୍ରୀ ଯାଉଥିବା ରୁଟ୍‌ଗୁଡ଼ିକରେ ବସ୍‌ ସଂଖ୍ୟା ବଢ଼ାଇବା ନେଇ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ଇ-ବସ୍‌ ଚଳାଚଳ କରିବା ଉପରେ ସରକାର ବିଚାର କରୁଛନ୍ତି।
ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ଭଳି ମନ୍ତ୍ରୀ ଟିକେଟ୍‌ କାଟିଥିଲେ। ବସ୍‌ରେ ଥିବା ଯାତ୍ରୀଙ୍କଠାରୁ ମୋ ବସ୍‌ ବିଷୟରେ ପଚାରି ବୁଝିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ମୋ ବସ୍‌ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟାତ ବିକଳ୍ପ ଯୋଗାଉଛି। ବସ୍‌ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍‌ ସଂଖ୍ୟା ବୃଦ୍ଧି କରାଯିବ। ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ। ଆବଶ୍ୟକ ସ୍ଥଳେ ଅଧିକ ବସ୍‌ ସେବା ଯୋଗାଇ ଦିଆଯିବ। ମୋ ବସ୍‌ ନଁା ବଦଳାଇବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ବସ୍‌ ସେବା ଯୋଗାଇ ଦେବା ସରକାରଙ୍କ ପ୍ରାଥମିକତା। ନାଁରୁ କିଛି ମିଳିବ ନାହିଁ। ତେବେ ମୋ ବସ୍‌ କହିଲେ ନିଜ ଭିତରେ ଅହଂ ଭାବନା ସୃଷ୍ଟି କରିଥାଏ। ଏହାକୁ ପରବର୍ତ୍ତୀ ସମୟରେ ଆମ ବସ୍‌ ନାମରେ ନାମିତ କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୮ରେ ବିଜେଡି ସରକାର ଅମଳରେ ମୋ ବସ୍‌ ସେବା ଆରମ୍ଭ କରାଯାଇଥିଲା। କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଭଳି ପ୍ରମୁଖ ୬ ସହରର ୯୫ ରୁଟ୍‌ରେ ମୋ ବସ୍‌ ଚଳାଚଳ କରୁଛି। ଦୈନିକ ୨.୫ ଲକ୍ଷ ଯାତ୍ରୀ ଏହା ଉପରେ ନିର୍ଭର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପାକିସ୍ତାନୁ ୪୪୦ ବୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ….

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri