ବାର୍ଷିକ ୪୦୦ ଜୀବନହାନି

ଯାଜପୁର ଅଫିସ,୧୬ା୫: ଭାରତର ବିପର୍ଯ୍ୟୟ ହଟ୍‌ସ୍ପଟ୍‌ ମଧ୍ୟରେ ଓଡ଼ିଶା ରହିଆସିଛି। ବାତ୍ୟା, ବନ୍ୟା, ମରୁଡ଼ି ଭଳି ଦୁର୍ବିପାକ ପ୍ରାୟ ପ୍ରତିବର୍ଷ ଘଟୁଛି। ଏଭଳି ବିପର୍ଯ୍ୟୟ ସହ ବଜ୍ରପାତରେ ଅଧିକ ଜୀବନହାନି ଘଟୁଛି। ୧୯୯୯ ମହାବାତ୍ୟା ପରେ ଏଯାଏ ବଜ୍ରପାତରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବିଶେଷକରି ୨୦୧୫-୧୬ରୁ ବାର୍ଷିକ ହାରାହାରି ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ୨୦୧୭-୧୮ରେ ସର୍ବାଧିକ ୪୭୪ ଲୋକଙ୍କ ବଜ୍ରପାତଜନିତ ମୃତ୍ୟୁ ଘଟିଛି, ଯାହା ପୂର୍ବବର୍ଷ ତୁଳନାରେ ୧୮.୫% ଅଧିକ। ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷକ, ବ୍ୟବସାୟୀ, ହକର ଏବଂ ନିର୍ମାଣ ଶ୍ରମିକ, ଯେଉଁମାନେ ବର୍ଷା ଓ ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନରେ କାମ କରୁଥିଲେ କିମ୍ବା ଗଛ ତଳେ ଆଶ୍ରୟ ନେଇଥିଲେ। ତେବେ ଏଭଳି ମୃତ୍ୟୁକୁ ରୋକିବା ପାଇଁ ଜନସଚେତନତା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏହା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନ ଏବଂ ବଜ୍ରପାତ ନିୟନ୍ତ୍ରଣ ଉପରେ ଆବଶ୍ୟକ ପଦକ୍ଷେପ ଅଭାବରୁ ସାଧାରଣ ଲୋକଙ୍କ ଜୀବନ ବିପଦାପନ୍ନ ହୋଇଥିବା ମତପ୍ରକାଶ ପାଇଛି। ଯାଜପୁର ରୋଡ୍‌ର ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବଜ୍ରପାତ ବିଶେଷକରି ଗଛଲତା ଅଭାବରୁ ବୃଦ୍ଧି ହେଉଛି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଳରେ ବ୍ୟାପକ ଗଛକଟା ଚାଲିଛି। ସେହି ତୁଳନାରେ ବୃକ୍ଷରୋପଣ ହୋଇ ପାରୁନାହିଁ। ଏହାସହ ସାଧାରଣ ଲୋକଙ୍କ ମଧ୍ୟରେ ସେତେଟା ସଚେତନତା ସୃଷ୍ଟି କରାଯାଇ ପାରିନାହିଁ। ଏହାସହ ସରକାରୀସ୍ତରରେ ବଜ୍ରପାତକୁ ନେଇ ଠିକ୍‌ ଭାବେ ପୂର୍ବାନୁମାନ କରାଯାଇ ପାରୁନାହିଁ। ବୈଷୟିକ ଜ୍ଞାନକୌଶଳର ଅଭାବ ଯୋଗୁ ଉଚିତ ସମୟରେ ବଜ୍ରପାତ ସମ୍ପର୍କରେ ସୂଚନା ମିଳୁନି। ତେଣୁ ଜିଲାସ୍ତରରେ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜାଯାଇ ସ୍ବତନ୍ତ୍ର କେନ୍ଦ୍ର ମାଧ୍ୟମରେ ସୂଚନା ଦିଆଯାଇ ପାରିଲେ ବଜ୍ରପାତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇପାରିବ। ବରିଷ୍ଠ ନାଗରିକ ମାୟାଧର ନାୟକ କୁହନ୍ତି, ସଚେତନତା ଅଭାବରୁ ବଜ୍ରପାତ ମନୁଷ୍ୟକୃତ ବିପଦରେ ପରିଣତ ହେଉଛି। ଜଙ୍ଗଲ ସଫା ଏବଂ କଂକ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁ ଜଳବାୟୁ ପରିବର୍ତ୍ତନ ହେବା ସହ ପ୍ରଦୂଷଣ ବୃଦ୍ଧି ହୋଇଛି। ଧରଣୀ ମା’ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏହାସହ ଲୋକଙ୍କୁ ଯେତେ ସତର୍କ କଲେ ବି ସେମାନେ ସେତେଟା ସଚେତନ ହେଉନାହାନ୍ତି। ଫଳରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
ବଜ୍ରପାତରୁ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ୨୦୨୩-୨୪ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ ଏକ ଷ୍ଟେଟ ଏକ୍‌ଜିକ୍ୟୁଟିଭ କମିଟି ଗଠନ କରାଯାଇଛି। ଗତ ୨ ତାରିଖରେ ଏହି କମିଟିର ପ୍ରଥମ ବୈଠକର ନିଷ୍ପତ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବଜ୍ରପାତରେ ଅଧିକ ମୃତ୍ୟୁ ହେଉଥିବା ୧୦ ଜିଲାରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗୀର ଓ କୋରାପୁଟ ଜିଲା ରହିଛି। ଏଥିପାଇଁ ୧ କୋଟି ୧୪ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ଏହି ଅର୍ଥରେ ଘଡ଼ଘଡ଼ି ଓ ବଜ୍ରପାତ ସମ୍ପର୍କରେ ପୋଷ୍ଟର ତିଆରି, ଗ୍ରାମ୍ୟସ୍ତରରେ ପଥପ୍ରାନ୍ତ ନାଟକ ଓ ଲୋକନୃତ୍ୟ, ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ, ସଚେତନତା ରଥ ପରିକ୍ରମା, ହାଟ ଆଦି ଜନଗହଳି ସ୍ଥାନରେ ସଚେତନତା କ୍ୟାମ୍ପ, ଅଡିଓ/ଭିଡିଓ ଭିଜୁଆଲ, ୱାଲ ପେଣ୍ଟିଂ, ସ୍କୁଲ ଓ କଲେଜସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜି ସଭ୍ୟାସଭ୍ୟଙ୍କ ମଧ୍ୟରେ ସଚେତନତା ବୈଠକ, କୃଷକ ଏବଂ କୃଷି ଉପତ୍ାଦକ ସଂସ୍ଥାଗୁଡ଼ିକୁ ନେଇ ବୈଠକ ଆଦି କାର୍ଯ୍ୟକ୍ରମ କରାଯିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମୁଦାୟ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ବଜ୍ରପାତରେ ୨୫ ପ୍ରତିଶତରୁ ଅଧିକ ମୃତ୍ୟୁ ରହିଛି। ରାଜ୍ୟ ସରକାର ବଜ୍ରପାତ ମୃତ୍ୟୁକୁ ୨୦୧୫ରେ ଷ୍ଟେଟ ସ୍ପେଶିଫିକ୍‌ ଡିଜାଷ୍ଟର ଭାବେ ଘୋଷଣା କରିଛନ୍ତି। ଏହିକ୍ରମରେ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ତେବେ ସଚେତନତା ଅଭାବରୁ ବଜ୍ରପାତ ମୃତ୍ୟୁହାର ନିୟନ୍ତ୍ରଣ ହୋଇପାରୁନି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲା ଜରୁରିକାଳୀନ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି ପୂର୍ବାନୁମାନ ତଥ୍ୟକୁ ତହସିଲଦାର ଏବଂ ବିଡିଓମାନଙ୍କ ଜରିଆରେ ଗ୍ରାମାଞ୍ଚଳକୁ ପହଞ୍ଚାଇ ଦିଆଯାଉଛି। ଏହାସହ ସରକାରୀସ୍ତରରେ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। ବଜ୍ରପାତ ପୂର୍ବାନୁମାନ ବାତ୍ୟା ଭଳି ବହୁ ପୂର୍ବରୁ ମିଳି ପାରୁନାହିଁ। ତେଣୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri