Posted inଜାତୀୟ

ବଡ଼ ଯୋଜନାରେ ଖର୍ଚ୍ଚ ହୋଇଛି ବଜେଟର ୪୦%

ନୂଆଦିଲ୍ଲୀ,୯ା୨: ଚଳିତ ଆର୍ଥତ୍କ ବର୍ଷ ପାଇଁ କେନ୍ଦ୍ର ବଜେଟରେ ସର୍ବବୃହତ୍‌ ଯୋଜନାଗୁଡ଼ିକ ନିମନ୍ତେ ଯେଉଁ ଅର୍ଥ ବ୍ୟୟବରାଦ ହୋଇଥିଲା, ସରକାର ୯ ମାସ ମଧ୍ୟରେ ତାହାର ମାତ୍ର ୪୦ ପ୍ରତିଶତରୁ ସାମାନ୍ୟ ଅଧିକ ବ୍ୟୟ କରିଥିବା ବଜେଟ୍‌ ଦସ୍ତାବିଜ୍‌ରୁ ଜଣାପଡ଼ିଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଆବଣ୍ଟିତ ଅର୍ଥର ୭୫ ପ୍ରତିଶତରୁ କମ୍‌ ବ୍ୟୟ ହୋଇପାରେ ବୋଲି ଆଶା କରାଯାଉଛି। ରାଜ୍ୟଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ବଜେଟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମୋଦିତ ଭାଗ ଅନୁଯାୟୀ ପାଣ୍ଠି ବ୍ୟବସ୍ଥା କରିଥାନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧୀନରେ ଭିତ୍ତିଭୂମି ପରିଚାଳନା ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା ଏବଂ ଅନୁସୂଚିତ ଜାତି ଓ ଅନ୍ୟମାନଙ୍କ ପାଇଁ ମାଟ୍ରିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ସଂଶୋଧିତ ଆକଳନ ବଜେଟ ବ୍ୟୟବରାଦ ସହ ସମାନ ରହିଛି। ଅନ୍ୟ ୩ଟି ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ଅନୁସୂଚିତ ଜନଜାତିଙ୍କ ପାଇଁ ମାଟ୍ରିିକ୍‌ ପରବର୍ତ୍ତୀ ଛାତ୍ରବୃତ୍ତି, ପ୍ରାକୃତିକ କୃଷି ଜାତୀୟ ମିଶନରେ ସଂଶୋଧିତ ଆକଳନ ବଜେଟ ଆକଳନର ୧୦୦ ପ୍ରତିଶତରୁ ଅଧିକ ହୋଇଛି। ଅବଶିଷ୍ଟ ୪୭ଟି ଯୋଜନାରେ ସଂଶୋଧିତ ଆକଳନ ବଜେଟ ବ୍ୟୟବରାଦଠାରୁ କମ୍‌ ରହିଛି। ପିଏମ୍‌ କୃଷି ସିଞ୍ଚାଇ ଯୋଜନା ପାଇଁ ବଜେଟରେ ୮୫୦ କୋଟି ଟଙ୍କା ରଖାଯାଇଥିବାବେଳେ ସଂଶୋଧିତ ଆକଳନରେ ତାହା ୧୫୦ କୋଟି ଟଙ୍କା ରହିଛି। ଅର୍ଥାତ୍‌ ବଜେଟ ବ୍ୟୟବରାଦର ୬ ଭାଗରୁ ଭାଗେ।
୫୩ଟି ଯୋଜନା ପାଇଁ ବଜେଟରେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଆକଳନ କରାଯାଇଥିବାବେଳେ ସଂଶୋଧିତ ଆକଳନ ୩.୮ ଲକ୍ଷ କୋଟି ଟଙ୍କା ବା ବଜେଟ ଆବଣ୍ଟନର ୭୪.୪ ପ୍ରତିଶତ। ଡିସେମ୍ବର ୩୧ରେ ଶେଷ ହୋଇଥିବା ୯ ମାସ ସୁଦ୍ଧା ୨ ଲକ୍ଷ କୋଟିରୁ ଅଧିକ ଅର୍ଥ ଛଡ଼ାଯାଇଛି, ଯାହାକି ବଜେଟ ମଞ୍ଜୁରୀର ମାତ୍ର ୪୧.୨ ପ୍ରତିଶତ ଏବଂ ସଂଶୋଧିତ ଆକଳନର ୫୫.୪ ପ୍ରତିଶତ। ପିଏମ୍‌କେଏସ୍‌ଓ୍ବାଇ- ନିୟନ୍ତ୍ରିତ ଅଞ୍ଚଳ ବିକାଶ ଓ ଜଳ ପରିଚାଳନା, ପିଏମ୍‌ ଇବସ୍‌ ସେବା, ଧର୍‌ତି ଆବା ଜନଜାତିୟା ଗ୍ରାମ ଉତ୍କର୍ଷ ଅଭିଯାନ, ଜଳ ଜୀବନ ମିଶନ/ଜାତୀୟ ଗ୍ରାମୀଣ ପାନୀୟ ଜଳ ମିଶନ, ପ୍ରାଥମିକ କୃଷି ଋଣ ସୋସାଇଟିଗୁଡ଼ିକର କମ୍ପ୍ୟୁଟରୀକରଣ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ପାଇଁ ସଂଶୋଧିତ ଆକଳନ ବଜେଟ ଅଟକଳର ୪୦ ପ୍ରତିଶତରୁ କମ୍‌ ରହିଛି। ସେଥିରୁ ୬ଟି ଯୋଜନାରେ ବଜେଟର ୧୦ ପ୍ରତିଶତରୁ କମ୍‌ ଅର୍ଥ ଛଡ଼ାଯାଇଛି। ଜଳଜୀବନ ମିଶନ ବା ଜାତୀୟ ଗ୍ରାମୀଣ ପାନୀୟ ଜଳ ମିଶନ ପାଇଁ ବଜେଟରେ ୬୭ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୯ ମାସରେ ଖର୍ଚ୍ଚ ହୋଇଛି ୩୧ ହଜାର କୋଟି। ବିକଶିତ ଭାରତ ପାଇଁ ପିଏମ୍‌ ସ୍କୁଲ୍‌ସ ଯୋଜନା ପାଇଁ ବଜେଟରେ ୭,୫୦୦ ବ୍ୟୟବରାଦ ହୋଇଥିବାବେଳେ ଖର୍ଚ୍ଚ ହୋଇଛି ମାତ୍ର ୪୭୩ କୋଟି ଟଙ୍କା। ସେହିପରି ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନାରେ ୨,୧୪୦ କୋଟି ବଜେଟ ଅର୍ଥରୁ ଖର୍ଚ୍ଚ ହୋଇଛି ମାତ୍ର ୪୦ କୋଟି ଟଙ୍କା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri