୪୦ ଲିଟର ମଦ ଜବତ, ୨ ମହିଳା ଗିରଫ

ପାଟଣା,୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ୪୦ ଲିଟର ମଦ ସହ ମଦ ତିଆରି ପାଈଁ ବ୍ୟବହୃତ ସମାଗ୍ରୀ ଜବତ ହୋଇଛି। ବେଆଇନ ମଦ ବ୍ୟବସାୟ ଅଭିଯୋଗରେ ବ୍ଲକ୍‌ ଅଧୀନ ଟାଙ୍ଗରପଡ଼ାର ସୁକୁମତି ମୁଣ୍ଡା ( ୪୨) ଓ ଡୁମୁରିଆ ପଞ୍ଚାୟତ ଜାମୁଳେଇବେଡ଼ାର ମିନତୀ ମୁଣ୍ଡା (୫୬)ଙ୍କୁ ଗିରଫ କରିଛି। ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ବେଣୁଧର ସାମଲ, ପାଟଣା ଅବକାରୀ ଅଧିକାରୀ ଶରତଚନ୍ଦ୍ର ବାରିକ ପ୍ରମୁଖ ସାମିଲଥିଲେ।