Posted inଜାତୀୟ

ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍‌ ଆତଙ୍କବାଦୀ…

ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍‌ରେ ଥିବା କେରଳର ୪ ମହିଳା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ ଅଛନ୍ତି। ସେମାନଙ୍କୁ ଭାରତ ଫେରିବାକୁ ଅନୁମତି ଦିଆଯିବ ନାହିଁ। ମହିଳା ଆତଙ୍କବାଦୀମାନେ ସେମାନଙ୍କ ସ୍ବାମୀମାନଙ୍କ ସହିତ ଆଇଏସ୍‌ରେ ଯୋଗଦେବା ପାଇଁ ଆଫଗାନିସ୍ତାନର ଖୁରାସାନ୍‌ ପ୍ରଦେଶରେ ପହଞ୍ଚିଥିଲେ। ୨୦୧୬-୧୮ ମଧ୍ୟରେ ସେମାନେ ନଙ୍ଗଗରହାରରେ ପହଞ୍ଚିଥିଲେ। ସେମାନଙ୍କ ସ୍ବାମୀମାନଙ୍କର ଭିନ୍ନ ଭିନ୍ନ ଆକ୍ରମଣ ଘଟଣାରେ ମୃତ୍ୟୁ ଘଟିଥିଲା। ୨୦୧୯ରେ ଆଇଏସ୍‌ରେ ଥିବା ବହୁ ମହିଳା ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟର ପ୍ରମୁଖ ଅହମ୍ମଦ ଜିଆ ସରଜ୍‌ କହିଛନ୍ତି ଯେ, ସମ୍ପ୍ରତି ଦେଶର ବିଭିନ୍ନ ଜେଲ୍‌ରେ ୧୩ ଟି ଦେଶର ୪୦୮ ଜଣ ମହିଳା ଆଇଏସ୍‌ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ୪ ଜଣ, ଚାଇନାର ୧୬ , ପାକିସ୍ତାନର ୨୯୯, ବାଂଲାଦେଶର ୨, ମାଳଦ୍ୱୀପର ୨ ଜଣ ଏବଂ ଅନ୍ୟ ଦେଶର ମହିଳା ରହିଛନ୍ତି। ଆଫଗାନିସ୍ତାନ ସରକାର ଏସବୁ ମହିଳା ଆତଙ୍କବାଦୀଙ୍କୁ ସ୍ବଦେଶକୁ ଫେରାଇ ନେବାକୁ ୧୩ଟି ଦେଶ ସହିତ ଆଲୋଚନା କରୁଥିବା ଜିଆ ସରଜ୍‌ କହିଛନ୍ତି। ତେବେ ଏଜେନ୍ସି ମଧ୍ୟରେ କୌଣସି ସହମତି ପ୍ରକାଶ ପାଇ ପାରୁ ନ ଥିବାରୁ ଭାରତକୁ ଫେରିବା ଲାଗି ଏହି ମହିଳାବାଦୀଙ୍କ ବାଟ ସହଜ ହେଉ ନାହିଁ। ନିଜ ନିଜ ସନ୍ତାନଙ୍କ ସହିତ ଜେଲ୍‌ରେ ବନ୍ଦ ଥିବା ଏହି ମହିଳା ଆତଙ୍କବାଦୀଙ୍କୁ ୨୦୧୯ ଡିସେମ୍ବରରେ ଭାରତୀୟ ସୁରକ୍ଷା ଏକେନ୍ସି ଅଧିକାରୀ କାବୁଲଠାରେ ସାକ୍ଷାତ୍‌ କରିଥିଲେ। ୨୦୨୦ ମାର୍ଚ୍ଚରେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ସହ ସାକ୍ଷାତ୍‌କାରର ଭିଡ଼ିଓ ଷ୍ଟ୍ରାଟ୍‌ନ୍ୟୁଜ୍‌ଗ୍ଲୋବାଲ ଡଟ୍‌ କମ୍‌ରେ ଅପଲୋଡ୍‌ ହୋଇଥିଲା। ସମ୍ପୃକ୍ତ ମହିଳା ଆତଙ୍କବାଦୀଙ୍କୁ ସୋନିଆ ସେବେଷ୍ଟିୟନ୍‌ ଓରଫ୍‌ ଆୟଶା, ରଫିଲ୍‌, ମେରିନ୍‌ ଜ୍ୟାକବ୍‌ ଓରଫ୍‌ ମରିୟମ୍‌ ଏବଂ ନିମିଶା ଓରଫ୍‌ ଫାତିମା ଈସା ଭାବେ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?