Posted inଜାତୀୟ

ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍‌ ଆତଙ୍କବାଦୀ…

ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍‌ରେ ଥିବା କେରଳର ୪ ମହିଳା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ ଅଛନ୍ତି। ସେମାନଙ୍କୁ ଭାରତ ଫେରିବାକୁ ଅନୁମତି ଦିଆଯିବ ନାହିଁ। ମହିଳା ଆତଙ୍କବାଦୀମାନେ ସେମାନଙ୍କ ସ୍ବାମୀମାନଙ୍କ ସହିତ ଆଇଏସ୍‌ରେ ଯୋଗଦେବା ପାଇଁ ଆଫଗାନିସ୍ତାନର ଖୁରାସାନ୍‌ ପ୍ରଦେଶରେ ପହଞ୍ଚିଥିଲେ। ୨୦୧୬-୧୮ ମଧ୍ୟରେ ସେମାନେ ନଙ୍ଗଗରହାରରେ ପହଞ୍ଚିଥିଲେ। ସେମାନଙ୍କ ସ୍ବାମୀମାନଙ୍କର ଭିନ୍ନ ଭିନ୍ନ ଆକ୍ରମଣ ଘଟଣାରେ ମୃତ୍ୟୁ ଘଟିଥିଲା। ୨୦୧୯ରେ ଆଇଏସ୍‌ରେ ଥିବା ବହୁ ମହିଳା ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟର ପ୍ରମୁଖ ଅହମ୍ମଦ ଜିଆ ସରଜ୍‌ କହିଛନ୍ତି ଯେ, ସମ୍ପ୍ରତି ଦେଶର ବିଭିନ୍ନ ଜେଲ୍‌ରେ ୧୩ ଟି ଦେଶର ୪୦୮ ଜଣ ମହିଳା ଆଇଏସ୍‌ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ୪ ଜଣ, ଚାଇନାର ୧୬ , ପାକିସ୍ତାନର ୨୯୯, ବାଂଲାଦେଶର ୨, ମାଳଦ୍ୱୀପର ୨ ଜଣ ଏବଂ ଅନ୍ୟ ଦେଶର ମହିଳା ରହିଛନ୍ତି। ଆଫଗାନିସ୍ତାନ ସରକାର ଏସବୁ ମହିଳା ଆତଙ୍କବାଦୀଙ୍କୁ ସ୍ବଦେଶକୁ ଫେରାଇ ନେବାକୁ ୧୩ଟି ଦେଶ ସହିତ ଆଲୋଚନା କରୁଥିବା ଜିଆ ସରଜ୍‌ କହିଛନ୍ତି। ତେବେ ଏଜେନ୍ସି ମଧ୍ୟରେ କୌଣସି ସହମତି ପ୍ରକାଶ ପାଇ ପାରୁ ନ ଥିବାରୁ ଭାରତକୁ ଫେରିବା ଲାଗି ଏହି ମହିଳାବାଦୀଙ୍କ ବାଟ ସହଜ ହେଉ ନାହିଁ। ନିଜ ନିଜ ସନ୍ତାନଙ୍କ ସହିତ ଜେଲ୍‌ରେ ବନ୍ଦ ଥିବା ଏହି ମହିଳା ଆତଙ୍କବାଦୀଙ୍କୁ ୨୦୧୯ ଡିସେମ୍ବରରେ ଭାରତୀୟ ସୁରକ୍ଷା ଏକେନ୍ସି ଅଧିକାରୀ କାବୁଲଠାରେ ସାକ୍ଷାତ୍‌ କରିଥିଲେ। ୨୦୨୦ ମାର୍ଚ୍ଚରେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ସହ ସାକ୍ଷାତ୍‌କାରର ଭିଡ଼ିଓ ଷ୍ଟ୍ରାଟ୍‌ନ୍ୟୁଜ୍‌ଗ୍ଲୋବାଲ ଡଟ୍‌ କମ୍‌ରେ ଅପଲୋଡ୍‌ ହୋଇଥିଲା। ସମ୍ପୃକ୍ତ ମହିଳା ଆତଙ୍କବାଦୀଙ୍କୁ ସୋନିଆ ସେବେଷ୍ଟିୟନ୍‌ ଓରଫ୍‌ ଆୟଶା, ରଫିଲ୍‌, ମେରିନ୍‌ ଜ୍ୟାକବ୍‌ ଓରଫ୍‌ ମରିୟମ୍‌ ଏବଂ ନିମିଶା ଓରଫ୍‌ ଫାତିମା ଈସା ଭାବେ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପରିବାରର ୯ ଜଣଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୪ା୧୨(ପି.ଟି.): ପରିସ୍ଥିତି ମଣିଷକୁ ପଶୁସମ କରିଦେଇଥାଏ। ବୁଦ୍ଧି ବିବେକ ଥାଇ ବି ମଣିଷ ପରିସ୍ଥିତିର ଦାସ ପାଲଟି ଭୁଲ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାଏ। ଦୁଇ...

ଲାଲକିଲାରେ ଖଲିସ୍ତାନ ପତାକା ଉଡାଇବା ଯୋଜନା: ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩।୮: ସ୍ବାଧିନତା ଦିବସକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଭିଡ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ...

ଚାଷୀଙ୍କ କଥା ଶୁଣନ୍ତୁ ସରକାର, ସେମାନେ ନୁହନ୍ତି ପାକିସ୍ତାନୀ: ଆନ୍ନା ହଜାରେ

ନୂଆଦିଲ୍ଲୀ,୨୯।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶର ଚାଷୀ ସଂଗଠନ ଏକଜୁଟ ହୋଇଛନ୍ତି। ଚାଷୀ ସଂଗଠନକୁ ଏବେ ସମାଜସେବୀ ଆନ୍ନା ହଜାରେ ସମର୍ଥନ କରିଛନ୍ତି।...

ଅମ୍ଫନ ରିଲିଫ୍‌ ପାଣ୍ଠି ଆତ୍ମସାତ୍‌ କରିଛି ଟିଏମ୍‌ସି: ଶାହା

ଗୋସାବା,୨୪ା୩: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଅମ୍ଫନ ରିଲିଫ୍‌ ପାଣ୍ଠିକୁ ଆତ୍ମସାତ୍‌‌ କରିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଗୋସାବାରେ ଭାଜପାର ଏକ...

ସିଂଘଓ୍ବି ରାମଦେବ ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ...

କମଲେଶ ହତ୍ୟାକାଣ୍ଡ: ୫ ଗିରଫ

ଲକ୍ଷ୍ନୌ,୨୦ା୧୦ : ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା...

ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ: ମୁହଁ ଖୋଲିଲେ ରାମଦାସ ଉଠାଓ୍ବଲେ

ନୂଆଦିଲ୍ଲୀ,୨୬।୧୨: ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ ନେଇ ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ...

ଭାଜପା ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଗୁରଗାଓଁ,୧୦ା୨(ପି.ଟି.): ଅନ୍ୟ ଜଣକ ସହ ଅନୈତିକ ସମ୍ପର୍କ ରଖିବା ସନ୍ଦେହରେ ଉତ୍ତରପ୍ରଦେଶର ଗୁରଗାଓଁରେ ଜଣେ ଭାଜପା ନେତ୍ରୀଙ୍କୁ ତାଙ୍କ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଭାଜପା...

Advertisement
Archives

Model This Week