୪ ବାଲି ବୋଝେଇ ଟ୍ରକ୍‌ ଜବତ

ଗଞ୍ଜାମ,୧ା୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ରବିବାର ଭୋର୍‌ରୁ ୪ଟି ବାଲି ବୋଝେଇ ଟ୍ରକ୍‌ ଜବତ କରିଛି। ଉକ୍ତ ବାଲି ବୋଝେଇ ଟ୍ରକ ନମ୍ବର ଏପି ଓଆର ୦୭ ଟିଏଚ୍‌ ୭୨୨୯, ଏପି ୨୬ ଟିଜେ ୦୪୬୮, ଏପି ୨୬ ଟିଡି ୭୯୧୯, ଓ ଏପି ୧୬ ଟିଜି ୪୬୮୮ କଟକ ବାଲି ଘାଟରୁ ବେଆଇନ ଭବେ ଚୋରାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଉଥିବା ବେଳେ ପୋଲିସ ଥାନା ସମୁଖ ୧୬ ନମ୍ବର ଜାତୀୟ ରାଜପଥଠାରେ ଅଟକାଇ ଥିଲା। ପୋଲିସ ଗାଡ଼ିଗୁଡିକର କାଗଜ ପତ୍ର ଯାଞ୍ଚ କରିଛି। ଜବତ ବାଲି ବୋଝଇ ଟ୍ରକ ହେଲପର ମୁକ୍ତେଶ୍ୱର ଗୋପାଳ କହିଛନ୍ତି, ଆରଆର ଫର୍ମ ଓ ରୟାଲିଟି ଥାଇ ସୁଦ୍ଧା ସୁଦ୍ଧା ପୋଲିସ ପକ୍ଷରୁ କାହିଁକି ଗାଡ଼ି ଅଟକା ଯାଇଛି ସେ ଜାଣି ନାହାନ୍ତି ବୋଲି ସୂଚନା ଦେଇଛନ୍ତି।