୪ ଟ୍ରିଲିୟନ ଉପରେ ଜିଇଏମ୍‌ କାରବାର

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ କମ୍ପାନୀ ଗର୍ବର ସହ ଅଂଶଗ୍ରହଣ କରିଛି। ଉଲ୍ଲେଖଯୋଗ୍ୟ,୨୦୨୪ ମାର୍ଚ୍ଚ ୨୩ରେ ଟିପିସିଓଡିଏଲ୍‌ ପୃଥିବୀ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ଭାବେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ୬୦ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଗ୍ରାହକମାନଙ୍କୁ ଉତ୍ସାହିତ କରିବା ସହ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ସହିତ ମିଶି ଆର୍ଥ ଆୱାର ପାଳନ କରିଥିଲା। ସେହିଭଳି ୨୦୨୪ ଆର୍ଥ ଆୱାରର ଶୀର୍ଷକ ‘ସୁଇଚ୍‌ ଅଫ୍‌ ଆଣ୍ଡ ଗିଭ ଆନ୍‌ ଆୱାର ଫର୍‌ ଆର୍ଥ’ ଜରିଆରେ ପରିବେଶ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକୃତି ସହ ପୁନଃ ସଂଯୋଗ କରୁଥିବା କାର୍ଯ୍ୟକଳାପ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା। ଟିପିସିଓଡିଏଲ୍‌ ଏବଂ ଏହାର ଅଂଶୀଦାରଙ୍କଠାରୁ ଆର୍ଥ ଆୱାର ପାଳନ ପାଇଁ ମିଳିଥିବା ପ୍ରତିକ୍ରିୟା ଉଲ୍ଲେଖନୀୟ । କମ୍ପାନୀର କଲ୍‌ ସେଣ୍ଟର ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସେମାନଙ୍କ ପରିବାର ଉତ୍ସାହର ସହ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି, ଏହା ପୃଥିବୀ ମାତାକୁ ଧନ୍ୟବାଦ ଦେବା ଏବଂ ତାହାର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଆମର ପ୍ରତିଶ୍ରୁତିକୁ ନବୀକରଣ କରିବାର ସମୟ। ଚଳିତ ବର୍ଷର ଆର୍ଥ ଆୱାର ବିଷୟବସ୍ତୁ ‘ସୁଇଚ୍‌ ଅଫ୍‌ ଆଣ୍ଡ ଗିଭ ଆନ୍‌ ଆୱାର ଫର୍‌ ଆର୍ଥ’ ଆମକୁ ପ୍ରକୃତି ସହ ପୁନର୍ବାର ଯୋଡ଼ିଥିବା କାର୍ଯ୍ୟକଳାପରେ ନିୟୋଜିତ ହେବାକୁ ପ୍ରେରଣା ଦେଇଛି। ଆର୍ଥ ଆୱାର ପାଳନ କେବଳ ଏକ ସାଧାରଣ ପଦକ୍ଷେପ ନୁହେଁ, ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ଯାହା ଆମ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମର ମିଶନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ଏବଂ ପ୍ରତିକୂଳ ପାଣିପାଗ ଘଟଣାର ବଢୁଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଆର୍ଥ ଆୱାର ବ୍ୟକ୍ତି ବିଶେଷ ଏବଂ ସଂଗଠନଗୁଡିକୁ ଦୀର୍ଘସ୍ଥାୟୀ କାର୍ଯ୍ୟ ମାଧ୍ୟମରେ ବାସ୍ତବ ପରିବର୍ତ୍ତନ ଆଣିବାକୁ ଏକ ସୁଯୋଗ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri