ଟିପିସିଓଡିଏଲ୍‌ ପାଳିଲା ଆର୍ଥ ଆଓ୍ବାର

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ କମ୍ପାନୀ ଗର୍ବର ସହ ଅଂଶଗ୍ରହଣ କରିଛି। ଉଲ୍ଲେଖଯୋଗ୍ୟ,୨୦୨୪ ମାର୍ଚ୍ଚ ୨୩ରେ ଟିପିସିଓଡିଏଲ୍‌ ପୃଥିବୀ ପ୍ରତି ପ୍ରତିବଦ୍ଧତାର ପ୍ରତୀକ ଭାବେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ୬୦ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଗ୍ରାହକମାନଙ୍କୁ ଉତ୍ସାହିତ କରିବା ସହ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ସହିତ ମିଶି ଆର୍ଥ ଆୱାର ପାଳନ କରିଥିଲା। ସେହିଭଳି ୨୦୨୪ ଆର୍ଥ ଆୱାରର ଶୀର୍ଷକ ‘ସୁଇଚ୍‌ ଅଫ୍‌ ଆଣ୍ଡ ଗିଭ ଆନ୍‌ ଆୱାର ଫର୍‌ ଆର୍ଥ’ ଜରିଆରେ ପରିବେଶ ନିରନ୍ତରତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକୃତି ସହ ପୁନଃ ସଂଯୋଗ କରୁଥିବା କାର୍ଯ୍ୟକଳାପ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା। ଟିପିସିଓଡିଏଲ୍‌ ଏବଂ ଏହାର ଅଂଶୀଦାରଙ୍କଠାରୁ ଆର୍ଥ ଆୱାର ପାଳନ ପାଇଁ ମିଳିଥିବା ପ୍ରତିକ୍ରିୟା ଉଲ୍ଲେଖନୀୟ । କମ୍ପାନୀର କଲ୍‌ ସେଣ୍ଟର ଏଥିରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସେମାନଙ୍କ ପରିବାର ଉତ୍ସାହର ସହ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି, ଏହା ପୃଥିବୀ ମାତାକୁ ଧନ୍ୟବାଦ ଦେବା ଏବଂ ତାହାର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଆମର ପ୍ରତିଶ୍ରୁତିକୁ ନବୀକରଣ କରିବାର ସମୟ। ଚଳିତ ବର୍ଷର ଆର୍ଥ ଆୱାର ବିଷୟବସ୍ତୁ ‘ସୁଇଚ୍‌ ଅଫ୍‌ ଆଣ୍ଡ ଗିଭ ଆନ୍‌ ଆୱାର ଫର୍‌ ଆର୍ଥ’ ଆମକୁ ପ୍ରକୃତି ସହ ପୁନର୍ବାର ଯୋଡ଼ିଥିବା କାର୍ଯ୍ୟକଳାପରେ ନିୟୋଜିତ ହେବାକୁ ପ୍ରେରଣା ଦେଇଛି। ଆର୍ଥ ଆୱାର ପାଳନ କେବଳ ଏକ ସାଧାରଣ ପଦକ୍ଷେପ ନୁହେଁ, ଏହା ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ ଯାହା ଆମ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମର ମିଶନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ଏବଂ ପ୍ରତିକୂଳ ପାଣିପାଗ ଘଟଣାର ବଢୁଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଆର୍ଥ ଆୱାର ବ୍ୟକ୍ତି ବିଶେଷ ଏବଂ ସଂଗଠନଗୁଡିକୁ ଦୀର୍ଘସ୍ଥାୟୀ କାର୍ଯ୍ୟ ମାଧ୍ୟମରେ ବାସ୍ତବ ପରିବର୍ତ୍ତନ ଆଣିବାକୁ ଏକ ସୁଯୋଗ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri