୪ ଶିକ୍ଷକଙ୍କୁ ୧୪ ପିଲା,ତଥାପି ଅବହେଳା : ଉପାନ୍ତ ଅଞ୍ଚଳ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟତିକ୍ରମ

ମୋରଡ଼ା,୧୩ା୯(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଏହି  ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତ ମୋରଡ଼ା ଏବଂ ବାରିପଦା ବ୍ଲକ ସୀମାରେ ଅବସ୍ଥିତ। ଉକ୍ତ ପଞ୍ଚାୟତରେ ନାହାଶୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ଦାୟିତ୍ୱହୀନତା ଓ ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ବିଦ୍ୟାଳୟରେ ବାଲବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ମାତ୍ର ୧୪ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ। ପ୍ରଥମ, ଦ୍ୱିତୀୟ ଏବଂ ଅଷ୍ଟମ ଶ୍ରେଣୀରେ ଆଦୌ ପିଲା ନ ଥିବା ବେଳେ ବାଲବାଟିକା, ତୃତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ ଶ୍ରେଣୀରେ ଯଥାକ୍ରମେ ୪,୧,୨,୪,୧ ଏବଂ ୨ ଜଣ ପିଲା ପାଠ ପଢୁଛନ୍ତି l ରତିକାନ୍ତ ସାହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାବେଳେ ସହକାରୀ ଶିକ୍ଷକ ଭାବେ ହରେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ଘୋଷ ଏବଂ ଶିକ୍ଷୟିତ୍ରୀ ଜସ୍ମିନ ମାର୍ଣ୍ଡି କାର୍ଯ୍ୟରତ ଅଛନ୍ତି। ତେବେ ୪ଜଣ ଶିକ୍ଷକ ଥିବା ସତ୍ତ୍ୱେ ଏଠାରେ ପାଠ ପଢ଼ାରେ ବ୍ୟତିକ୍ରମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୁକ୍ରବାର  ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜାସ୍ମିନ ମାର୍ଣ୍ଡି ଠିକ୍‌ ସମୟରେ ପହଞ୍ଚତ୍ ଗୋଟିଏ ଶ୍ରେଣୀ ଗୃହରେ ପିଲାଙ୍କୁ ଶିକ୍ଷାଦାନ କରୁଥିବା ବେଳେ ଅନ୍ୟ ଶ୍ରେଣୀ ଗୃହରେ ଥିବା ପିଲାମାନେ ବସି ରହିଥିବା ଦେଖିବାକୁ ମିଳିଥିଲା। ପ୍ରଧାନ ଶିକ୍ଷକ ସାହୁଙ୍କ ସହିତ ଅନ୍ୟ ୨ଜଣ ଶିକ୍ଷକ ହରେନ୍ଦ୍ର ମହାନ୍ତ ଏବଂ ଦେବେନ୍ଦ୍ର ଘୋଷ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସି ନ ଥିଲେ। ପ୍ରଧାନ ଶିକ୍ଷକ ସାହୁ ପୂର୍ବାହ୍ନ ୧୧ଟା ୧୭ ମିନିଟ ସମୟରେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ। ଏବାବଦରେ ତାଙ୍କୁ ପଚାରିବାରୁ ଘର କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ଆସିବାକୁ ବିଳମ୍ବ ହୋଇଛି କିନ୍ତୁ ବିଳମ୍ବରେ ଆସିବା କଥା ବିଇଓଙ୍କୁ ଜଣାଇ ନ ଥିଲେ ବୋଲି ସେ କହିଛନ୍ତି।
ସେହିପରି ସହକାରୀ ଶିକ୍ଷକ ଘୋଷ ଛୁଟିରେ ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ହରେନ୍ଦ୍ର ମହାନ୍ତଙ୍କ ବିଦ୍ୟାଳୟରେ ଆଦୌ ଦେଖା ମିଳି ନ ଥିଲା l ତେବେ ସେ ଶୁକ୍ରବାର ଛୁଟିରେ ରହିବେ ବୋଲି ୧୦ଟା ୫୨ ମିନଟ ସମୟରେ ହ୍ବାଟ୍ସଆପ ଯୋଗେ ଜଣାଇଥିଲେ। ତେଣୁ ଏହି ବିଦ୍ୟାଳୟରେ ୪ ଜଣ ଶିକ୍ଷକ ଥିବା ସତ୍ତ୍ୱେ ଜଣେ ମାତ୍ର ଶିକ୍ଷୟିତ୍ରୀ ନିୟମିତ ଶିକ୍ଷାଦାନ କରୁଛନ୍ତି। ସେପଟେ ଶିକ୍ଷକ ହରେନ୍ଦ୍ର ମହାନ୍ତ ପ୍ରାୟ ସବୁଦିନ ପୂର୍ବାହ୍ନ ୧୧ଟା ବା ପରେ ଆସନ୍ତି ଏବଂ ଅପରାହ୍ନ ୩ଟା ପରେ ବିଦ୍ୟାଳୟରୁ ଚାଲି ଯାଆନ୍ତି ବୋଲି ଛାତ୍ରୀଛାତ୍ର କହିଛନ୍ତି। ତାଙ୍କ ବିରୋଧରେ କାହଁିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି l ସେପଟେ ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଥିବା ବେଳେ ମାତ୍ର ୧୪ ଜଣ ପିଲାଙ୍କ ପାଇଁ ୪ ଜଣ ଶିକ୍ଷକ ଥିବାରୁ ଏଠାରୁ ଅତିକମ୍‌ରେ ୨ଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯିବାର ଆବଶ୍ୟକତା ରହିଛି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ବିଜୟ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଉକ୍ତ ଘଟଣାକୁ ସେ ଗୁରୁତର ସହିତ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବେ ଏବଂ କିଛି ଶିକ୍ଷକଙ୍କ ଏଠାରୁ ବଦଳି କରିବେ ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri