ଦୁର୍ଘଟଣାରେ ୪ ଗୁରୁତର

ଖୁଣ୍ଟା,୨୮ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ବାସିପିଠା ଛକ ନିକଟରେ ୨ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ୪ଜଣ ଗୁରୁତର ହୋଇଛନ୍ତି। ସୋମବାର ଅପରାହ୍ନରେ ଏକ ସ୍କୁଟି ଯୋଗେ ରାଢ଼ୋ ଅଞ୍ଚଳର ତପନ ପାତ୍ର (୨୪), ଉଦଳା ଥାନା କୁଣ୍ଡାବାଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ (୨୫) ଏବଂ ନୂଆଗଁା ଗ୍ରାମର ରାଜକିଶୋର ବେହେରା (୨୫) ବାରିପଦାରୁ ଉଦଳା ଅଭିମୁଖେ ଆସୁଥିବା ବେଳେ ସମ୍ମୁଖ ପଟୁ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ଖୁଣ୍ଟା ଥାନା ଅଧୀନ ବଡ଼କରଞ୍ଜିଆ ଗ୍ରାମର ଉପେନ୍ଦ୍ର ଦାସଙ୍କ ସହିତ ମୁହଁାମୁହିଁ ଧକ୍କା ହୋଇଥିଲା। ଉଭୟ ବାଇକ୍‌ରେ ଥିବା ୪ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।