ଗିରଫ ହେଲେ ୪ ଲୁଟେରା: ୫ ବାଇକ୍‌ ସହ ଟଙ୍କା ଜବତ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ୨ଟି ମାମଲାରେ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ଚୋରି ବାଇକ୍‌ ଓ ନଗଦ ଟଙ୍କା ଜବତ କରାଯାଇଥିବା ଶୁକ୍ରବାର ଗ୍ରାମାଞ୍ଚଳ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭଦ୍ରକ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ୧୯ ତାରିଖରେ ଚରମ୍ପା ଶୁଭମ ଲଜିଷ୍ଟିିକ୍‌ ସମ୍ମୁଖରେ ଇନାମୁଲ ରହମାନ ନାମକ ଝାଡ଼ଖଣ୍ଡ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ମହମ୍ମଦ ସକୀଲ ଗାଡ଼ି ରଖି ଅନ୍‌ଲୋଡିଂ କରୁଥିଲେ। ଏହି ସମୟରେ ୩ଜଣ ଲୁଟେରା ଏକ ବାଇକ୍‌ରେ ଆସି ଲୁହାରଡ୍‌ରେ ସକୀଲଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇ ନେବା ସହ ଟଙ୍କା ମାଗିଥିଲେ। ସେମାନେ ମାଲିକଙ୍କୁ ଫୋନ୍‌ କରି ଟଙ୍କା ମାଗିବାରୁ ସେ ଫୋନପେ ମାଧ୍ୟମରେ ୪ ହଜାର ଟଙ୍କା ପଠାଇ ଦେଇଥିଲେ। ଏହାପରେ ୩ ଲୁଟେରା ମୋବାଇଲ ଧରି ଫେରାର ହୋଇଯାଇଥିଲେ।

ପରେ ରାତିରେ ଆରଡ଼ି ଛକ ଜାତୀୟ ରାଜପଥ ପାଖରେ ଦେବସ୍ମିତା ମହାନ୍ତି ନାମ୍ନୀ ମହିଳାଙ୍କ ଘର ତାଲା ଭାଙ୍ଗି ପଶିଥିଲେ। ହେଲେ ଘର ଲୋକ ଉଠି ପଡ଼ିବାରୁ କାର୍‌କୁ ଲୁହା ରଡ୍‌ରେ ପିଟି ଭାଙ୍ଗିବା ପରେ ୨ଟି ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ୨ଟି ମାମଲାର ତଦନ୍ତ କରି ଫୋନପେ ନମ୍ବରରୁ ଠିକଣା ଓ ବାଇକ୍‌ ନମ୍ବରରୁ ମାଲିକଙ୍କ ଠିକଣା ବାହାର କରି ଲୁଟେରା ଗ୍ୟାଙ୍ଗ୍‌କୁ ଧରିବା ନେଇ ପୋଲିସର ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଲୋକେଶନକୁ ଆଧାର କରି ଚରମ୍ପା ରେଲୱେ ପୋଲଠାରେ ଗୁରୁବାର ଚଢ଼ାଉ କରି ୪ ଜଣଙ୍କୁ ଗିରଫ ସହ ୩ ବାଇକ୍‌ ଜବତ କରିଥିଲା। ଏପରିକି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରି ମୋବାଇଲ ଫୋନ, ୨ଟି ବାଇକ୍‌ ଓ ୪ ହଜାର ନଗଦ ଟଙ୍କା ଜବତ କରିଥିଲା। ପୋଲିିସ ଘଟଣାର ଅଧିକ ତଦନ୍ତ ନେଇ ଅଭିଯୁକ୍ତମାନଙ୍କ ନଁା ପ୍ରକାଶ କରିନାହିଁ। ତେବେ ସେମାନଙ୍କ ନଁାରେ ଭଦ୍ରକ ଟାଉନ, ଗ୍ରାମାଞ୍ଚଳ ଓ ବାସୁଦେବପୁର ଥାନାରେ ବହୁ ମାମଲା ରହିଛି। ଆଗରୁ ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ପାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri